ଏବେ ଏବେ ଏହି ଖବର ସାମ୍ନାକୁ ଆସିଛି କି ଅମୀର ଖାନଙ୍କ ପୁଅ ଜୁନୌଦ ଖାନ ମଲୟାଲମ ଚଳଚ୍ଚିତ୍ର ‘ଇସ୍କ’ର ହିନ୍ଦୀ ରିମିକରୁ ନିଜର ବଲିଉଡ କ୍ୟାରିୟରର ଶୁଭାରମ୍ଭ କରିବାକୁ ଯାଉଛନ୍ତି କିନ୍ତୁ ନିର୍ଦେଶକ ନିରଜ ପାଣ୍ଡେଙ୍କ ପ୍ରଯୋଜନାରେ ହେବାକୁ ଥିବା ଏହି ଚଳଚ୍ଚିତ୍ରର ଅଡିସନରେ ଜୁନୌଦ ରିଜେକ୍ଟ ହୋଇଯାଇଛନ୍ତି ଏବଂ ଏବେ ସେ ଏହି ଚଳଚ୍ଚିତ୍ରର ଭାଗିଦାର ହେବେ ନାହିଁ। ବଲିଉଡ ଆକ୍ଟର ଅମୀର ଖାନ ନିଜ ପୁଅ ଜୁନୌଦ ଖାନଙ୍କୁ ଇଣ୍ଡଷ୍ଟ୍ରିରେ ‘ଲଞ୍ଚ’ ଦେବା ତ ଛାଡ଼ନ୍ତୁ,ସାହାଯ୍ୟ କରିବା ପାଇଁ ପଛ ଘୁଞ୍ଚା ଦେଇଛନ୍ତି।

ଜୁନୌଦ ମାଲୟାଲମ ଚଳଚ୍ଚିତ୍ର ‘ଇସ୍କ’ର ଅଡିସନରେ ରିଜେକ୍ଟ:
ମିଡ଼ିଆ ରିପୋର୍ଟ ଅନୁସାରେ ଜୁନୌଦ ଏହି ଚଳଚ୍ଚିତ୍ର ପାଇଁ ଅଡ଼ିସନ୍ ତ ଦେଇଥିଲେ କିନ୍ତୁ ସେ ଏହି ରୋଲ ପାଇଁ ଉପଯୁକ୍ତ ହେଲେ ନାହିଁ ସେଥିପାଇଁ ଅଡିସନରେ ରିଜେକ୍ଟ ହୋଇଗଲେ। ଅମୀର ଖାନ ତାଙ୍କ ପୁଅର ଏହି ମାମଲାରେ କିଛି ବି ସାହାଯ୍ୟ କରିବା ପାଇଁ ସଫା ସଫା ମନାକରିଦେଲେ। ‘ସୂଚନା ଅନୁସାରେ’ଏହା ସତ କଥା ନୁହେଁ କି ଜୁନୌଦ ମଲୟାଲମ ଚଳଚ୍ଚିତ୍ର ‘ଇସ୍କ’ର ହିନ୍ଦୀ ରିମିକରୁ ନିଜର ବଲିଉଡ ଡେବ୍ୟୁ କରିବେ ବୋଲି। ଯାହା ବି ହେଉ ସେ ଏହି ଚଳଚ୍ଚିତ୍ର ପାଇଁ ଅଡିସନ ଦେଇଥିଲେ କିନ୍ତୁ ସେ ମନୋନୀତ ହେଲେ ନାହିଁ। ଜୁନୌଦ ଆଉ ବି ଚଳଚ୍ଚିତ୍ର ପାଇଁ ଅଡିସନ ଦେଉଛନ୍ତି ,ଏହା ସହିତ ନାଟ୍ୟଶାଳାରେ ନାଟକ ବି କରୁଛନ୍ତି।
ଅମୀର ଖାନ କଲେ ନାହିଁ ସାହାଯ୍ୟ:
ସେହିପରି ଅମୀର ଖାନଙ୍କର କଥା କହିବା ତେବେ ସେ ଏହି ଦିନମାନଙ୍କରେ ଆସିବାକୁ ଯାଉଥିବା ଚଳଚ୍ଚିତ୍ର ‘ଲାଲ ସିଂହ ଚଢ଼ଢା’ର ସୁଟିଙ୍ଗରେ ଲାଗିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦେଶନା ଅଦୈତ ଚନ୍ଦନ କରୁଛନ୍ତି ଏବଂ କରିନା କପୁର ଖାନ ଯାହା ସହିତ ଅମୀର ଖାନ ମୁଖ୍ୟ ଭୂମିକାରେ ଅଛନ୍ତି। ଏବେ ଏବେ କରିନା କପୁର ଏହି ଚଳଚ୍ଚିତ୍ରର ସୁଟିଙ୍ଗ ପୁରା କରିଛନ୍ତି।କହିଦେଉଛୁ କି ଜୁନୌଦ ଟିଭି ଶୋ ‘ମାଷ୍ଟର ମାଇଣ୍ଡ’ର ଅଂଶ ହୋଇସାରିଲେଣି। ଏହା ଛଡା ସେ ନିର୍ଦେଶକ ରାଜକୁମାର ହୀରାନିଙ୍କ ଚଳଚ୍ଚିତ୍ର ‘ପିକେ’ରେ ଆସିଷ୍ଟାଣ୍ଡ ଡାଇରେକ୍ଟର ବି ରହିଥିଲେ।

କହିଦେଉଛୁ,ଅମୀର ଖାନଙ୍କ ପୁତ୍ର ଜୁନୌଦ ମୁମ୍ବାଇର ଏଚଆର କଲେଜରେ ପଢ଼ିଛନ୍ତି। ଆଗତ ପଢା ପାଇଁ ସେ ଆମେରିକା ଯାଇଥିଲେ ଏବଂ ଏବେ ସେ ଆକ୍ଟିଙ୍ଗରେ ନିଜର କ୍ୟାରିୟର ଗଢିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ବାପାଙ୍କ ସାହାଯ୍ୟରେ ନୁହେଁ ବରଂ ନିଜର ପରିଶ୍ରମ ସାହାଯ୍ୟରେ କରିବାକୁ ଚାହୁଁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।