ଗୃହମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ ସମ୍ପତ୍ତିରେ ହୋଇଛି ବହୁତ ହ୍ରାସ । ଏବେ କେବଳ ଏତିକି ସମ୍ପତ୍ତି ବାକି ଅଛି ।

୧୨ଅକ୍ଟୋବରରୁ ପ୍ରଧାନମନ୍ତ୍ରୀ ସମେତ ସବୁ କେନ୍ଦ୍ରୀୟ ମନ୍ତ୍ରୀ ନିଜର ସମ୍ପତ୍ତିର ବିବରଣୀ ଦେଇଛନ୍ତି। କହିରଖୁଛୁ କି ନିଜ ସମ୍ପତ୍ତିର ବିବରଣୀ ଦେଇ ପାରଦର୍ଶିତା ରଖିବାର ଏହି କାର୍ଯ୍ୟ ପ୍ରଥମେ ୨୦୦୪ ରେ ଅଟଳ ବିହାରୀ ବାଜପେୟୀ ସରକାର କରିଥିଲେ। ସେହି ନିୟମ ଅନୁଯାୟୀ ସାଂସଦର ସଦସ୍ୟଙ୍କ ମଧ୍ୟ ନିଜ ପରିବାରର ସବୁବର୍ଷ ଏକ ଆୟ ବିବରଣୀ ଦେବାକୁ ପଡେ। ସେହିପରି ନିର୍ଵାଚନ ରେ ନାମାଙ୍କନ ପାଇଁ ସମ୍ପତ୍ତିର ଓ ଦେବନେବାର ଏକ ବିବରଣୀ ପତ୍ର ଦେବାକୁ ପଡିଥାଏ। କହିରଖିଛୁ କି ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀଙ୍କ ୨୦୨୦ ରେ ସମ୍ପତ୍ତି ପୂର୍ବ ବର୍ଷ ତୁଳନାରେ ୩୬ଲକ୍ଷ ବଢିଛି।ପିଏମ ମୋଦିଙ୍କ ତରଫରୁ ଜାରି ହୋଇଥିବା ଘୋଷଣାପତ୍ର ମୁତାବକ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ତାଙ୍କର ସମ୍ପତ୍ତି ୨ ୮୫କୋଟି ଅଟେ। ଯାହା ପୂର୍ବ ବର୍ଷ ୨.୪୯ କୋଟି ଥିଲା।ସେହିପରି ଗୃହମନ୍ତ୍ରୀ ଅମିତି ସାହଙ୍କ ସମ୍ପତ୍ତି ପୁର୍ବବର୍ଷ ତୁଳନାରେ କମ ହୋଇଯାଇଛି।

Google
୩୬ ଲକ୍ଷ ବଢିଛି:

ପୂର୍ଵ ବର୍ଷ ମୁତାବକ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିରେ ୩୬ ଲକ୍ଷ ଟଙ୍କାର ଅଭିବୃଦ୍ଧି ଘଟିଛି। ଯେଉଁଥିରୁ ୩୩ ଲକ୍ଷ ଟଙ୍କା ସେ ଇନଭେସ୍ଟମେଣ୍ଟ ର ରିଟର୍ଣ୍ଣିଂ ରୂପରେ ଅଟେ। ସେହିପରି ୩.୩ଲକ୍ଷ ଟଙ୍କା ତାଙ୍କ ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ଅଛି।କହିରଖୁଛୁ କି ପିଏମ ମୋଦି କୌଣସି ଲୋନ ନେଇନାହାନ୍ତି।ନା ତାଙ୍କ ନାମରେ କୌଣସି ଗାଡି ରେଜିଷ୍ଟ୍ରର ଅଛି।ତାଙ୍କୁ ଲଗଜରି ଆଇଟମର ମଧ୍ୟ ସଉକ ନାହିଁ। ସୁନାଗହଣା ଉପରେ ତାଙ୍କ ପାଖରେ ୪ ଟି ସୁନା ମୁଦି ଅଛି। ଯାହାର ଓଜନ ପାଖାପାଖି ୪୫ ଗ୍ରାମ ଅଟେ।ଏହାର ଦାମ ୧ .୪୫ ଲକ୍ଷ ଅଟେ। କହିରଖୁଛୁ କି ସେ ୮,୪୩,୧୨୪ ଟଙ୍କା ରାଷ୍ଟ୍ରୀୟ ବଚତ ପ୍ରମାଣପତ୍ର ହିସାବରେ ଟ୍ୟାକ୍ସ ଭରନ୍ତି। ସେହିପରି ନିଜ ବୀମା ପାଇଁ ୧,୫୦,୯୫୭ ଟଙ୍କାର ପ୍ରିମିୟମ ମଧ୍ୟ ଭରନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ବଚିତ ପ୍ରମାଣପତ୍ର ମୁତାବକ ୭,୬୧,୪୪୬ ଟଙ୍କା ଥିଲା ଓ ଜୀବନବୀମା ପ୍ରମିୟମ ରୂପରେ ସେ ୧,୯୦,୩୪୭ ଟଙ୍କା ଦେଇଛନ୍ତି।

Google
ଗୁଜୁରାଟରେ ଅଛି ୧.୧କୋଟିର ଫ୍ଲାଟ ଏବଂ ଘର:

ପ୍ରଧାନମନ୍ତ୍ରୀଙ୍କ ଅଚଳ ସମ୍ପତ୍ତିରେ କିଛି ଉନ୍ନତି ହୋଇନାହିଁ।କହିରଖୁଛୁ କି ଗୁଜରାଟ ର ଗାନ୍ଧିନଗରରେ ୩,୫୩୧ ବର୍ଗ ଏକକ ଏକ ଫ୍ଲାଟ ମୋଦି ଓ ତାଙ୍କ ପରିବାର ନାମରେ ଅଛି।ଏହି ଫ୍ଲାଟକୁ ତାଙ୍କ ପରିବାର ୨୦୦୨ ରେ ୧.୩ ଲକ୍ଷ ଟଙ୍କାରେ କିଣିଥିଲା। ଏବେ ଏହାର ଦାମ ୧.୧ କୋଟି କୁହାଯାଇଛି। ପିଏମ ମୋଦୀ ଗୁଜୁରାଟର ଗାନ୍ଧିନଗରରେ ଘର ସହିତ ୧.୧ କୋଟିର ଫ୍ଲାଟ ଥିବାର କୁହାଯାଉଅଛି।ଗାନ୍ଧିନଗରରେ ତାଙ୍କର ପରିସମ୍ପତ୍ତି ଓ ଦେବନେବା ଘୋଷଣରେ ଏହା ଜାଣିବାକୁ ମିଳିଛି କି ସେ ଏନଏସସି ରେ ଅଧିକ ନିବେଶ କରିଛନ୍ତି। ସେହିପରି ତାଙ୍କର ବୀମା ପ୍ରିମୀୟମ ପୂର୍ବ ବର୍ଷ ଅପେକ୍ଷା କମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେଭିଂ ଆକାଉଣ୍ଟରେ ୩୦ ଜୁନକୁ ୩.୩ ଲକ୍ଷ ଟଙ୍କା ରହିଛି। ସେ ଜୁନ ଶେଷରେ ୩୧,୪୫୦ ନଗଦ ତାଙ୍କ ପାଖରେ ରଖିଦେଇଥିଲେ।

Google
ଅମିତି ସାହଙ୍କ ସମ୍ପତ୍ତିରେ ଆସିଛି ୩.୭ କୋଟିର କ୍ଷତି:

ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତ୍ତିରେ ସ୍ଟକ ମାର୍କେଟ ପାଇଁ ପୂର୍ବବର୍ଷ ଠାରୁ ଏ ବର୍ଷ କ୍ଷତି ସହିବାକୁ ମିଳିଛି। ବିଜେପିର ଏହି ନେତା ଏକ ଧନୀ ପରିବାରରୁ। ପୂର୍ଵ ବର୍ଷ ତାଙ୍କ ସମ୍ପତ୍ତି ୩୨.୩ କୋଟି ଟଙ୍କା ଥିଲା ହେଲେ ଜୁନ ୩୦ ୨୦୨୦ ଶେଷ ଶୁଦ୍ଧା ଏହା କମି ୨୮.୬୩ କୋଟି ଟଙ୍କାରେ ପହଁଚିଛି। ତାଙ୍କ ସମ୍ପତ୍ତିରେ ୩.୭ କୋଟି ଟଙ୍କାର କ୍ଷତି ଆସିଛି। ବିବରଣୀ ଅନୁସାରେ ଅମିତଙ୍କ ପାଖରେ ୧୦ ଅଚଳ ସମ୍ପତ୍ତି ରହିଛି।ଯାହାର ମୋଟାମୋଟି ଟଙ୍କା ୧୩.୫୬ କୋଟି ଟଙ୍କା ଅଟେ।ତାଙ୍କ ପାଖରେ ୧୫,୮୧୪ ଟଙ୍କା କ୍ୟାସ ଓ ୧ କୋଟି ଟଙ୍କା ବ୍ୟାଙ୍କ ବଲାନ୍ସ ରହିଛି। ଇନ୍ସୁରାନ୍ସ ଓ ପଲିସି ସବୁ ମିଶେଇ ମୋଟ ୧୩.୪୭ ଲକ୍ଷ ଟଙ୍କା ରହିଛି। ସେହିପରି ୨.୭୯ ଟଙ୍କା ଫିକ୍ସି ଦିପୋଜିଟ ରହିଛି। ୪୪.୪୭ ଲକ୍ଷ ଟଙ୍କାର ସୁନାଗହଣା ରହିଛି। କହିରଖୁଛୁ କି ତାଙ୍କ ପତ୍ନୀ ସୋନମ ଅମିତ ସାହ ଙ୍କ ସମ୍ପତ୍ତି ୮.୫୩ ରୁ ବଢି ୯ କୋଟି ଟଙ୍କା ହୋଇଛି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *