ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ନିଜର ୭୮ ତମ ଜନ୍ମଦିନ ପାଳନ କରୁଛନ୍ତି।ଏହି ଅବସରରେ ପୁରା ଫିଲ୍ମ ଜଗତରୁ ତାଙ୍କ ପାଖକୁ ଅନେକ ଶୁଭକାମନା ଆସୁଛି।ବଲିଉଡ଼ ସୁପରଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇ ଅଜୟ ଦେଵଗନ ଲେଖିଲେ “ଆପଣଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭକାମନା ଅମିତ ଜି। ଆସୁଥିବା ବର୍ଷ ପାଇଁ ଆମ ତରଫରୁ ଅନେକ ସୁବେଛା ଓ ଶୁଭକାମନା”। ସେହିପରି ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ରିତିକ ରୋସନ ଲେଖିଛନ୍ତି” ପ୍ରିୟ ଅମିତ ଅଙ୍କଲ ମୁଁ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସିର କାମନା କରୁଛି। ଧନ୍ୟବାଦ ମୋ ପରି କୋଟି କୋଟି ଲୋକଙ୍କୁ ପ୍ରେରିତ କରିଥିବାରୁ। ମୁଁ ସବୁବେଳେ ଆପଣଙ୍କ ଫ୍ୟାନ ରହିବି।ହେପି ବାର୍ଥଡେ”।ବଲିଉଡର କଳାକାରଙ୍କ ଟ୍ୱିଟ ଆପଣ ଦେଖିପାରୁଥିବେ।

ଦକ୍ଷିଣ ଫିଲ୍ମ ଜଗତ ମଧ୍ୟ ବିଗ ବିଙ୍କୁ ଜଣାଇଲା ସଲାମ:-
କେବଳ ବଲିଉଡ ନୁହେଁ ବରଂ ଦକ୍ଷିଣ ଫିଲ୍ମ ଜଗତ ମଧ୍ୟ ବିଗ ବି ଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇଛି।ଅମିତାଭ ବଚ୍ଚନଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇ ମହେଶ ବାବୁ ଲେଖିଛନ୍ତି”ମହାନ ଅଭିନେତା ଅମିତାଭ ବଚ୍ଚଙ୍କୁ ଅନେକ ଅନେକ ଶୁଭକାମନା। ଆପଣ ମୋର ଓ ଦେଶର କୋଟି କୋଟି ଲୋକଙ୍କ ପାଇଁ ଏକ ପ୍ରେରଣା। ଆପଣଙ୍କ ଖୁସି ଓ ଉତ୍ତମ ସ୍ୱାସ୍ଥ୍ୟ ସର୍ବଦା ରହିଥାଉ”। ଦକ୍ଷିଣ ଫିଲ୍ମ ଷ୍ଟାର କମଲ ହାସନ, ମୋହନଲାଲ, ମମୁଟି ଭଳି ଲୋକପ୍ରିୟ ଅଭିନେତା ବଲିଉଡ଼ର “ରାଜାଙ୍କୁ” ବଧାଇ ଦେଇଛନ୍ତି।ଏହାର ଟ୍ୱିଟ ଆପଣ ଦେଖିପାରୁଥିବେ।

କିଛି ଦିନ ତଳେ ଦେଇଥିଲେ କରୋନାକୁ ମାତ:-
କହିରଖିବୁ କି ଅମିତାଭ ବଚ୍ଚନ ଏହି ବର୍ଷ କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ। ଅମିତାଭ ଓ ତାଙ୍କ ପୁଅ ଅଭିଷେକଙ୍କ ଛଡା ବୋହୁ ଐଶୋର୍ଯ୍ୟା ଓ ନାତୁଣୀ ଆରାଧ୍ୟା ମଧ୍ୟ ଏହି ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଅମିତାଭ ଓ ତାଙ୍କ ପରିବାରର ଆକ୍ରାନ୍ତ ସଦସ୍ୟ ଅନେକ ଦିନ ପର୍ଯ୍ୟନ୍ତ ମେଡ଼ିକାଲରେ ରହିଥିଲେ। ଶେଷରେ ପୁରା ପରିବାର ସହିତ ଅମିତାଭ ବି ଏହି ମହାମାରିକୁ ଧୂଳି ଚଟାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।