ଡାଇରେକ୍ଟର ନାଗ ଅଶ୍ୱିନୀଙ୍କର ଆଗାମୀ ପ୍ରୋଜେକ୍ଟରେ ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ଛଡା ଅମିତାଭ ଵଚନ ମଧ୍ୟ ନଜର ଆସିବେ। ଏବେ ଖବର ଆସୁଛିକି ବିଗ ବି ଏହି ପ୍ରୋଜେକ୍ଟ ପାଇଁ ମୋଟା ଅଙ୍କ ମାଗିଛନ୍ତି।

ସୁପରହିଟ ଦକ୍ଷିଣ ଭାରତୀୟ ଫିଲ୍ମ “ମହାନତି” ର ଡାଇରେକ୍ଟର ନାଗ ଅଶ୍ୱିନୀଙ୍କର ଆସିବାକୁ ଥିବା ପ୍ରୋଜେକ୍ଟ ଉପରର ଯେବେଠୁ କଥା ଆରମ୍ଭ ହୋଇଛି ସେବେଠୁ ତାହା ଚର୍ଚ୍ଚାର ବିଷୟ ହୋଇଛି। ସେହି ଫିଲ୍ମରେ ନାଗ ଅଶ୍ୱିନୀ ଷ୍ଟାର ପ୍ରଭାସଙ୍କ ସହିତ ବଲିଉଡ଼ର ସବୁଠୁ ବେଷ୍ଟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଦୀପିକା ପାଦୁକୋନଙ୍କୁ ନେଇଛନ୍ତି।ପ୍ରଭାସ ଓ ଦୀପିକାଙ୍କ ସହିତ ସେହି ଫିଲ୍ମରେ ମହାନାୟକ ଅମିତାଭ ବଚନଙ୍କ ରହିବା ନେଇ ଖବର ଆସୁଛି କିନ୍ତୁ ଏହି ଖବର ସାମ୍ନାକୁ ଆସୁଛିକି ଏହି ଫିଲ୍ମର ଅଂଶ ହେବାକୁ ୭୭ ବର୍ଷୀୟ ଅମିତାଭ ବଚନ ୨୧ କୋଟିର ମୋଟା ଅଙ୍କ ମାଗିଛନ୍ତି।
ପ୍ରଭାସ ଦୀପିକା ଓ ଅମିତାଭ ବଚନଙ୍କ ମିଶ୍ରିତ ଏହି ଫିଲ୍ମ ୨୦୨୨ ଡିସେମ୍ବରରେ ରିଲିଜ ହେବ। ଖବର ଅନୁସାରେ ଅମିତାଭ ବଚନ ଏହି ଫିଲ୍ମ ପାଇଁ ୨୧ କୋଟି ଫିସ ମାଗିଛନ୍ତି। ଏହି କଥାକୁ ନେଇ ମେକର୍ସ ଓ ବିଗ ବି ଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଏହା ପୂର୍ବରୁ ଦୀପିକା ପାଦୁକୋନବି ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଫିସ ମାଗିଥିବା ଖବର ସାମ୍ନାକୁ ଆସିଥିଲା କିନ୍ତୁ ଦୀପିକା କେତେ ଫିସ ମାଗିଥିଲେ ଏହି କଥାର ଖୁଲାସା ହୋଇନଥିଲା।

ଡାଇରେକ୍ଟର କହିଲେ ଏହା ଏକ ବଡ଼ ସରପ୍ରାଇଜ ଫିଲ୍ମ, ନିର୍ଦେଶନ କରିବାକୁଥିବା ନାଗ ଅଶ୍ୱିନୀ କହିଛନ୍ତି ,”ମୁଁ ଦୀପିକା ପାଦୁକୋନଙ୍କୁ ଏହି ଫିଲ୍ମରେ ଅଭିନୟ କରୁଥିବା ଦେଖିବା ପାଇଁ ଉତ୍ସାହିତ ଅଛି। ଏହା ପୂର୍ବରୁ କୌଣସି ମେନଷ୍ଟ୍ରିମ ଲିଡ଼ ଏପରି କରିନାହାଁନ୍ତି।ଏହା ଏକ ବଡ଼ ସରପ୍ରାଇଜ ହେବ। ଦୀପିକା ପାଦୁକୋନ ଓ ପ୍ରଭାସଙ୍କ ଯୋଡି ଫିଲ୍ମର ମେନ ପାର୍ଟ ହେବ। ଏହି ଫିଲ୍ମର କାହାଣୀ ଆଗାମୀ ଅନେକ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ରହିବ”।
ସାଇନ୍ସ ଫିକ୍ସନ ଉପରେ ଆଧାରିତ ହେବ ଏହି ଫିଲ୍ମ:-
ଏହି ଫିଲ୍ମ ସାଇନ୍ସ ଫିକ୍ସନ ଉପରେ ଆଧାରିତ ହେବ।ସମ୍ଭାବନା କରାଯାଉଛିକି ଏହି ଫିଲ୍ମ ଏହି ପ୍ରଡକ୍ସନ ହାଉସ ହୋଇଥିବା ରୋମାଞ୍ଚକ ଫିଲ୍ମ ମଧ୍ୟରୁ ଗୋଟିଏ ହେବ। ପ୍ରସିଦ୍ଧ ପ୍ରଡ୍ୟୁସର ସି ଆଶ୍ୱିନୀ ଦତ୍ତଙ୍କ ଦ୍ଵାରା ସ୍ଥାପିତ ଫିଲ୍ମ ବୈଜୟନ୍ତି ତେଲଗୁ ଭାଷାର ଫିଲ୍ମର ଏକ ପ୍ରସିଦ୍ଧ ନାମ ଅଟନ୍ତି। ଏହି ପ୍ରଡକ୍ସନ ହାଉସ ସବୁବେଳେ ବଡ଼ ଫିଲ୍ମ ପ୍ରସ୍ତୁତି ନେଇ ଜଣାଯାଇଥାଏ।

ପ୍ରଭାସ ଓ ଦୀପିକାଙ୍କୁ ଏକ ସାଙ୍ଗରେ ସ୍କ୍ରିନ ସେୟାର କରୁଥିବା ଦେଖିବା ଦର୍ଶକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ ହେବ। କାରଣ ପ୍ରଭାସ ଅନେକ ଇଣ୍ଟରଭିଉରେ ଏହା ଖୁଲାସା କରିଛନ୍ତିକି ସେ ଦୀପିକାଙ୍କ ପାଦୁକୋନଙ୍କ ସହିତ ଫିଲ୍ମରେ କାମ କରିବାକୁ ଚାହଁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।