ଜୟା ଅମିତାଭଙ୍କ ସାମ୍ନାରେ ରେଖାଙ୍କୁ ଶକ୍ତ ଚାବୁଡା ମାରିଥିଲେ , ଏହା ଦେଖି ଅମିତାଭ….

Amitabh Bachchan, Bollywood, Nitidina, Rekha, Jaya Bachchan

ବଲିଉଡର ବିଗବି ମାନେ ଅମିତାଭ ବଚ୍ଚନଙ୍କ ପ୍ରଶଂସକ ସାରା ଦୁନିଆରେ ରହିଛନ୍ତି, ହେଲେ ଏମିତି ଏକ ସମୟ ଥିଲା ଯିଏ ତାଙ୍କ ସହ କାମ କରିବା ପାଇଁ ପୁରା ଫିଲ୍ମ ଫ୍ରିରେ କାମ କରିବାକୁ ଚାହୁଁଥିଲେ। ସେ ଲୋକ ଆଉ କେହି ନୁହେଁ ,ସେ ରେଖା ଥିଲେ। ସେମିତିରେ ବିଗବିଙ୍କ ନାମ ବହୁତ ସୁନ୍ଦର ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିଲା। ହେଲେ ରେଖା ଓ ଅମିତାଭଙ୍କ ଯୋଡ଼ି ଯେପରି ଲୋକଙ୍କ ହୃଦୟରେ ଜାଗା କରିଥିଲା,ଅନ୍ୟ କୌଣସି ଯୋଡି ସେପରି ନଥିଲେ। ଫିଲ୍ମ କ୍ୟାରିୟରକୁ ଛାଡି ଏକ ସମୟ ଏମିତି ମଧ୍ୟ ଥିଲା ରେଖା ଓ ଅମିତାଭଙ୍କ ଲଭଷ୍ଟୋରୀ କଥା ଉଠୁଥିଲା ଓ ଏହି କଥା ବହୁତ ଚର୍ଚ୍ଚାରେ ଥିଲା।

Google

ଆଜି ଆମେ ନିଜ ଆର୍ଟିକିଲ ଜରିଆରେ ରେଖା ଓ ଅମିତାଭଙ୍କ ଜୀବନ ବିଷୟରେ କିଛି ଅଜୀବ କଥା କହିବୁ,ତେବେ ଆସନ୍ତୁ ଜାଣିବା।

ପତିଙ୍କୁ ଜୟା ଦେଲେ ପରାମର୍ଶ ହେଲେ ଅମିତାଭ ମାନିଲେ ନାହିଁ:

ନିଜ ନିଜ ଭିତରେ ବହୁତ ସମୟ କାଟିବା ପରେ ରେଖା ଓ ଅମିତାଭଙ୍କ ପ୍ରେମ ସମ୍ପର୍କ ମଧ୍ୟ ବହୁତ ବଢିଯାଇଥିଲା। ଏହି କଥା ଯେବେ ଜୟା ବଚ୍ଚନଙ୍କୁ ଶୁଣିବାକୁ ମିଳିଲା ସେ ବହୁତ ରାଗ ତମତମ ହୋଇଗଲେ। ସେ ବିଗବିଙ୍କୁ ବହୁତ ବୁଝେଇଲେ ହଲେ ସେ ମାନିଲେ ନାହିଁ। ଜୟାଙ୍କ ଚିନ୍ତା ବଢି ବଢି ଯାଉଥିଲା। ଏହା ମଧ୍ୟରେ ଫିଲ୍ମ “ରାମ ବଳରାମ”ରେ ଅମିତାଭ ବଚ୍ଚନ ଓ ରେଖା ଏକା ସହ କାମ କରିବାକୁ ଯାଉଥିଲେ। ଜୟା ମନା କଲେ ହେଲେ ରେଖାଙ୍କ ସହ ଫିଲ୍ମ ହିଟ ହୋଇଥିବାରୁ ଅମିତାଭ ମାନିଲେ ନାହିଁ। ଏହାପରେ ଜୟା ଫିଲ୍ମର ନିର୍ଦେଶକ ଓ ପ୍ରଡିଉସରଙ୍କୁ କହି ରେଖାଙ୍କୁ ଫିଲ୍ମରୁ ହଟେଇଦେଲେ।

Google
ରେଖା ମଧ୍ୟ କମ ନଥିଲେ,ଲଗେଇଲେ ମୁଣ୍ଡ ପୁଣି ଏଣ୍ଟ୍ରି କଲେ ଫିଲ୍ମରେ:

ରେଖାଙ୍କୁ ଫିଲ୍ମରୁ ହଟେଇଦେବା ପରେ ଅମିତାଭଙ୍କ ସହ କାମ କରିବାକୁ ଇଛୁକ ଥିବା ରେଖା ନିଜ ବୁଦ୍ଧି ଲଗେଇ ନିର୍ଦେଶକଙ୍କୁ ଫୋନ କରିଥିଲେ ଓ ଅମିତାଭଙ୍କ ସହ କାମ କରିବା ପାଇଁ ଇଚ୍ଛା ଯତେଇଥିଲେ। ନିର୍ଦେଶକ କହିଲେ ମତେ କିଛି ଅସୁବିଧା ନାହିଁ ଆପଣ ପ୍ରଡିଉସରଙ୍କୁ ମନାନ୍ତୁ।ଏହାପରେ ସେ ପ୍ରଡିଉସରଙ୍କୁ କଲ କରି ତାଙ୍କୁ ବୁଝେଇଦେଇଥିଲେ।

Google
ରେଖା କିପରି ମନେଇଲେ ପ୍ରଡିଉସରଙ୍କୁ:

ପ୍ରଡିଉସରଙ୍କୁ ମନେଇବା ଓ ଅମିତାଭଙ୍କ ସହ କାମ କରିବା ପାଇଁ ରେଖା ଫ୍ରିରେ କାମ କରିବେ ବୋଲି କହିଲେ। ଏଥିପାଇଁ ପ୍ରଡିଉସର ତାଙ୍କୁ ମନାକରିପାରିନଥିଲେ ଓ ଫିଲ୍ମର ସୁଟିଂ ଧୀରେ ଧୀରେ ଆରମ୍ଭ ହୋଇଥିଲା। ଯେବେ ଜୟା ଏ କଥା ଜାଣିଲେ ସେ ବହୁତ ରାଗି ଗଲେ ହେଲେ ସେ ବି କଣ କରିପାରିଥାନ୍ତେ?

ଏମିତି କଣ ହେଲା ଯେ ଜୟା ରେଖାଙ୍କୁ ମାରିଲେ ଚାପୁଡା:

ଦିନେ ଅମିତାଭଙ୍କ ସୁଟିଂ ସମୟରେ ଯେବେ ଜୟା ସୁଟିଂ ସେଟ ପାଖରେ ପହଞ୍ଚିଲେ । ଅମିତାଭ ଓ ରେଖାଙ୍କୁ ଏକାସହ କଥା ହେବାର ଦେଖିଲେ। ଏହା ଦେଖି ସେ ବହୁତ ରାଗିଗଲେ। କିଛି ବୁଝିବା ସୁଝିବା ଆଗରୁ ରେଖାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ବିଗବି ସମେତ ସୁଟିଂ ସେଟର ସବୁ କର୍ମଚାରୀ ଚମକି ପଡିଲେ। ହେଲେ ଇଣ୍ଟରର୍ଭିୟୁ ଜରିଆରେ ଏହାକୁ ଏକ ଗୁଜବ ବୋଲି ଜୟା କହିଥିଲେ ହେଲେ ସତ କଥା କିଏ ଜାଣିଛି? ଓ ନିଜ ଘର କଥା କିଏ ଖୋଲି କରି କହିବ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *