ଚିକିତ୍ସାଧିନ ଅବସ୍ଥାରେ ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ପ୍ରଧାନ, ଚାଲିଗଲେ ଆରପାରିକୁ…

ବ୍ରହ୍ମପୁର ବାସୁଦେବନଗର ଅମ୍ରିତ ପ୍ରଧାନଙ୍କୁ ପ୍ରାୟ କିଏବା ନଜାଣେ। ଆପଣ ନିଶ୍ଚୟ ଜାଣିଥିବେ କରୋନାରେ ସଂକ୍ରମଣ ହେବା ପରେ କରୋନା ଭଲ ହୋଇଯାଇଥିଲେ ମଧ୍ୟ ତାଙ୍କ ଫୁସଫୁସ ସଂକ୍ରମଣ ହୋଇଯାଇଥିଲା। ଯାହା ପରେ ଚେନ୍ନାଇର ଏକ ଘରୋଇ ମେଡିକାଲରେ ତାଙ୍କୁ ଇକମୋ ଚିକିତ୍ସା ଦିଆଯାଉଥିଲା। ଅନେକ ଅର୍ଥ ଖର୍ଚ୍ଚ ପରିବାର ଲୋକ କରିନପାରିବାରୁ ଲୋକଙ୍କୁ ସାହାଯ୍ୟ ପାଇଁ ଆବେଦନ କରାଯାଇଥିଲା ଓ ଅନେକ ଟଙ୍କା ସହାୟତା ମିଳିଥିଲା। କିନ୍ତୁ ଫୁସଫୁସ ପୁରା ନଷ୍ଟ ହୋଇଯାଇଥିବାରୁ ଏକ ନୂଆ ଫୁସଫୁସ ପ୍ରତିରୋପଣ ପାଇଁ ଡାକ୍ତର କହିଥିଲେ।

ତାଙ୍କ ମୃତ୍ୟୁକୁ ନେଇ ତାଙ୍କ ଭଉଣୀ କାନ୍ଦି କାନ୍ଦି କହିଛନ୍ତି,”ଆପଣ ମାନେ ତ ଜାଣିଥିବେ ଗତ ମଇ ମାସରୁ ମୋ ଭାଇ ଚିକିତ୍ସା ହେଇଆସୁଥିଲା ଓ ସମସ୍ତଙ୍କର ଆଶା ଥିଲାକି ସେ ଭଲ ହୋଇଯିବ କିନ୍ତୁ ଭଗବାନ ଆମ ପାର୍ଥନା ଶୁଣିନାହାନ୍ତି।ଅଳ୍ପ ଦିନ ତଳେ ଡାକ୍ତର କହିମୁଁଥିଲେ ଭାଇ ଜଲ୍ଦି ସଂପୂର୍ଣ ଭଲ ହୋଇଯିବ କିନ୍ତୁ ଏପରି ଘଟିଯାଇଛି। ଡାକ୍ତର କହିଛନ୍ତି ଫୁସଫୁସ କାମ କରୁଛି କିନ୍ତୁ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା”।

Google

ଆପଣଙ୍କୁ କହିରଖିବୁ ତାଙ୍କ ଫୁସଫୁସ ସଂକ୍ରମଣ ହେବା ପରେ ତାଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକ ପଡ଼ିଲେ ଯାହା ପରେ ଗତ ଜୁନ ୩ ରେ ଏୟାରଲିପଟ କରାଯାଇ ତାଙ୍କୁ ଭୁବନେଶ୍ୱରରୁ ଚେନ୍ନାଇର ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା। ୬ ଜଣିଆ ଡାକ୍ତର ଦଳଙ୍କ ଉପସ୍ଥିତରେ ଏହି କାମ ହୋଇଥିଲା। ଅନେକ ଦିନ ଇକମୋ ଚିକିତ୍ସା ପରେ ମଧ୍ୟ ତାଙ୍କ ଫୁସଫୁସ ଠିକ ହୋଇନଥିଲା ଓ ଅନ୍ୟ ଜଣେ ଲୋକଙ୍କ ଫୁସଫୁସ ପ୍ରତିରୋପଣ ପାଇଁ ସମସ୍ତେ ରାଜି ହୋଇଥିଲେ।ଅପରେସନ ହେବାର ପ୍ରସ୍ତୁତି ହୋଇଥିଲା। ତାଙ୍କ ଭଉଣୀଙ୍କର କହିବା ଅନୁସାରେ ଏବେ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସାରେ ୨ କୋଟି ଖର୍ଚ୍ଚ ହୋଇଥିବା ବେଳେ ଆଗକୁ ଆହୁରି ୭୦-୮୦ ଲକ୍ଷ ଆବଶ୍ୟକ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *