ନଟରାଜନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫୋଟୋ ସେୟାର କଲେ ଆଉ କହିଲେ କି ତାଙ୍କୁ ମହିନ୍ଦ୍ରର ନୂଆ ଏସୟୁ ଭି ଥର ଗିଫ୍ଟରେ ମିଳିଛି। ସେ କହିଲେ କି ତାଙ୍କୁ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ତାଙ୍କୁ ଏହି କାର ଗିଫ୍ଟରେ ଦେଇଛନ୍ତି। ନଟରାଜନ ପୁଣି ଏହା ଖୁସିରେ ଗାବା ଟେଷ୍ଟର ନିଜର ସାଇନ କରାଯାଇଥିବା ଜର୍ସି ଗିଫ୍ଟ କଲେ ଆନନ୍ଦ ମହିନ୍ଦ୍ରାଙ୍କୁ।

ଅଷ୍ଟ୍ରେଲିଆରେ ଭାରତର ସେହି ଆଶ୍ଚର୍ଯ୍ୟ ଜନିତ ଟେଷ୍ଟ ବିଜୟ ବହୁତ ଲୋକଙ୍କୁ ପ୍ରଭାବିତ କରିଛି ଆଉ ସେମାନଙ୍କ ଭିତରେ ଆନନ୍ଦ ମହିନ୍ଦ୍ରା ବି ଅନ୍ୟତ୍ତମ ଅଟନ୍ତି। ସେ ଏହି ଟେଷ୍ଟ ପରେ ପେସର ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର, ଟି ନଟରାଜନ, ଶୁଭମାନ ଗିଲ ୱାଶିଂଟନ ସୁନ୍ଦର ଆଉ ନବଦୀପ ସାଇନିଙ୍କୁ ଏହି ଥାର ଗିଫ୍ଟ କରିବାର ନିଷ୍ପତ୍ତି ନେଇ ଥିଲେ ଆଉ ଏହି ପ୍ରତିଜ୍ଞା ସେ ପୁରା କଲେ।
ନଟରାଜନ କହିଲେ,”ଭାରତ ପାଇଁ କ୍ରିକେଟ ଖେଳିବା ମୋ ପାଇଁ ଏକ ବହୁତ ବଡ଼ ଉପଲବ୍ଧି ଅଟେ। ଯେଉଁ ପ୍ରକାରେ ମୁଁ ଭାରତ ପାଇଁ କ୍ରିକେଟ ଖେଳିଲି ସେଥିପାଇଁ ଗର୍ବିତ ଆଉ ଆଜି ମୁଁ ନିଜ ଘରକୁ ମହୀନ୍ଦ୍ର ଥର ଆଣିଲି। ମୁଁ ଆନନ୍ଦ ମହିନ୍ଦ୍ରା ସାର ଙ୍କୁ ଧନ୍ୟବାଦ କରୁଛି ସେ ଯେଉଁପ୍ରକାରେ ମୋର ଖେଳ କୁ ତ୍ୱରାନ୍ୱିତ କଲେ ଆଉ ସାହସ ବଢ଼େଇଲେ। ମୁଁ ଆପଣଙ୍କୁ ନିଜର ଦସ୍ତଖତ କରାଯାଇଥିବା ଜର୍ସି ପଠାଉଛି।

ନଟରାଜନ ନିଜର ଆଇପିଏଲ କ୍ୟାରିୟର ୨୦୧୭ରେ ଆରମ୍ଭ କଲେ ଆଉ ସେ ସେହି ବର୍ଷ କିଂଗ୍ସ ଇଲେଭେନ ପଞ୍ଜାବ ପାଇଁ ୬ଟି ମ୍ୟାଚ ଖେଳି ଥିଲେ ଆଉ ମାତ୍ର ୨ଟି ୱିକେଟ ହିଁ ଅକ୍ତିଆର କରିପାରିଥିଲେ। ତା ପର ବର୍ଷ ଅର୍ଥାତ ୨୦୨୦ରେ ୟୁଏଇରେ ଆୟୋଜିତ ହେଇଥିବା ଆଇପିଏଲରେ ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ୮.୨ ଇକୋନୋମି ସହ ୧୬ ୱିକେଟ ଅକ୍ତିଆର କରିଥିଲେ।
୨୯ ବର୍ଷୀୟ ନଟରାଜନ ଏଯାଏ ଭାରତ ପାଇଁ ୭ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ନଜର ଆସିଛନ୍ତି। ଏହା ଭିତରେ ଗୋଟେ ଟେଷ୍ଟ ୪ଟି ଦିନିକିଆ ଆଉ ୨ଟି ଟି ଟ୍ୱେଣ୍ଟି ଆନ୍ତର୍ଜାତୀୟ ଅଛି। ଏଯାଏ ତାଙ୍କର ନାମରେ ୧୩ଟି ଇଣ୍ଟରନ୍ୟାସନାଲ ୱିକେଟ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।