KKR VS MI: ଆଣ୍ଡ୍ରେ ରସେଲଙ୍କ ରେକର୍ଡର ବର୍ଷା,ରୋହିତ ଶର୍ମାଙ୍କର ଅଧା ରହିଗଲା ସ୍ୱପ୍ନ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆଇପିଏଲର ୫ ମ ମ୍ୟାଚରେ ଯେଉଁଠି କେକେଆର ପଟୁ ଆଣ୍ଡ୍ରେ ରସେଲ ରେକର୍ଡର ବର୍ଷା କରିଛନ୍ତି ସେହିପରି ଅନ୍ୟ ପଟେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ନିଜର ସବୁଠୁ ପସନ୍ଦ ଟିମ ବିରୁଦ୍ଧରେ ୧୦୦୦ ରନ ପୁରା କରିବାର ସ୍ୱପ୍ନ ସାକାର କରିପାରି ନାହାଁନ୍ତି।

Google

ରସେଲ ଏହି ମ୍ୟାଚରେ ୨ ଓଭରରେ ୫ଟି ୱିକେଟ ଅକ୍ତିଆର କରିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ୫ ଟି ୱିକେଟ ନେଇଥିବା ଦ୍ୱିତୀୟ ବୋଲର ବନିଯାଇଛନ୍ତି। ସେ ହର୍ଷଲ ପଟେଲଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ଆରସିବିର ପ୍ରେସ ବୋଲର ହର୍ଷଲ ପଟେଲ ଏହି ସଂସ୍କରଣର ପ୍ରଥମ ମ୍ୟାଚରେ ମୁମ୍ବାଇ ବିରୁଦ୍ଧରେ ୨୭ ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ। ଏବେ ରସେଲଙ୍କ ନାମରେ ମୁମ୍ବାଇ ବିରୁଦ୍ଧରେ ସବୁଠୁ ଭଲ ବୋଲିଙ୍ଗ କରିଥୁବା ରେକର୍ଡ ଦାଖଲ ହୋଇଯାଇଛି।

ରସେଲ ଆଇପିଏଲ ଇତିହାସର ଏକମାତ୍ର ଏପରି ବୋଲର ଅଟନ୍ତି ଯିଏକି ଦୁଇଟି ଓଭରରେ ୫ ଟି ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କ ନାମରେ ଟୁର୍ଣ୍ଣାମେଣ୍ଟରେ କେକେଆର ପଟୁ ବେଷ୍ଟ ବୋଲିଙ୍ଗର ରେକର୍ଡ ଦାଖଲ ହୋଇଗଲା। ତାଙ୍କ ପୂର୍ବରୁ ଏହି ରେକର୍ଡ ସୁନୀଲ ନାରିନଙ୍କ ନାମରେ ନାମିତ ଥିଲା। ସେ ୨୦୧୨ରେ କଲିକତାର ଇଡେନ ଗାର୍ଡେନ ଷ୍ଟାଡିୟମରେ କିଙ୍ଗସ ଇଲେଭେନ ପଞ୍ଜାବ ବିରୁଦ୍ଧରେ ୧୯ ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିବାର ନଜର ଆସିଥିଲେ।

Google

ରୋହିତ ଶର୍ମା ଏହି ମ୍ୟାଚ ପୂର୍ବ ସୁଦ୍ଧା କେକେଆର ବିରୁଦ୍ଧରେ ୯୩୯ ରନ ବନେଇଥିଲେ। ସେ କେକେଆର ବିରୁଦ୍ଧରେ ୧୦୦୦ ରନ କରିବାରୁ କେବଳ ୬୧ ରନ ପଛରେ ଥିଲେ। ତାଙ୍କର କେକେଆର ବିରୁଦ୍ଧରେ ୧୦୦୦ ରନ କରିବାର ସ୍ୱପ୍ନ ସାକାର ହୋଇପାରିନାହିଁ। ସେ ଏଥିରୁ ମାତ୍ର ୧୪ ରନ ପଛରେ ରହିଗଲେ। ରୋହିତ ଏହି ମ୍ୟାଚରେ ୪୩ ରନର ପାରି ଖେଳିଥିଲେ।

ଆଇପିଏଲରେ ଏବେ ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ କୌଣସି ଗୋଟିଏ ଟିମ ବିରୁଦ୍ଧରେ ୧୦୦୦ ବା ତା ଠୁ ଅଧିକ ରନ କରିପାରିନାହିଁ। ରୋହିତ କେକେଆର ବିରୁଦ୍ଧରେ ଏବେପର୍ଯ୍ୟନ୍ତ ୨୧ ମ୍ୟାଚରେ ୪୬.୭୬ର ଔସତରେ ୯୮୨ ରନ ବନେଇଛନ୍ତି। ଏଥିରେ ତାଙ୍କର ଛଅଟି ଅର୍ଦ୍ଧଶତକ ଓ ଗୋଟେ ଶତକ ସାମିଲ ଅଛି। ତାଙ୍କର ଆଇପିଏଲରେ ସର୍ବାଧିକ ସ୍କୋର ୧୦୯ ମଧ୍ୟ କେକେଆର ବିରୁଦ୍ଧରେ ହିଁ ଅଟେ।

Google

ମୁମ୍ବାଇ ଓ କେକେଆର ମଧ୍ୟରେ ହୋଇଥିବା ଏହି ମ୍ୟାଚ କଥା କହିବା ତ ମୁମ୍ବାଇ ଏହି ମ୍ୟାଚକୁ ୧୦ ରନରେ ଜିତିଯାଇଛି। ଆଣ୍ଡ୍ରେ ରସେଲ ବୋଲିଙ୍ଗରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ବ୍ୟାଟିଙ୍ଗରେ କୌଣସି ଖାସ ପ୍ରଦର୍ଶନ କରିପାରିନଥିଲେ। ସେ ୧୫ ଟି ବଲରେ ମାତ୍ର ୯ ରନ ହିଁ କରିପାରିଥିଲେ। ମୁମ୍ବାଇ ପକ୍ଷରୁ ରାହୁଲ ଚାହାର ୪ ଓଭରରେ ୪ ଟି ୱିକେଟ ଅକ୍ତିଆର କରି ମ୍ୟାଚ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *