ଅନୁଗୁଳ ଜିଲ୍ଲାରୁ ନୂଆ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୧୫ କୁ ମିଶାଇ ଜିଲ୍ଲାରେ ୧୫୪ କୁ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ୍ ରୁ ୦୬ ଜଣ, କିଶୋରନଗର ବ୍ଲକ୍ ରୁ ୦୬ ଜଣ, ତାଳଚେର ବ୍ଲକ୍ ରୁ ୦୨ ଜଣ ଓ ଜଣେ ପାଲଲହଡା ବ୍ଲକ୍ ରୁ ଚିହ୍ନଟ ହୋଇଛନ୍ତି ।
ବଅଁରପାଳ ବ୍ଲକ୍ ରୁ ୦୬ ଜଣ
ବଅଁରପାଳ ବ୍ଲକ୍ ଆକ୍ରାନ୍ତଙ୍କ ମଧ୍ୟରୁ ଶିଳ୍ପ ସଂସ୍ଥା ଅଞ୍ଚଳ ମଧ୍ୟରୁ ୦୪ ଜଣ ଓ ବାହାରୁ ୦୨ ଜଣ ଚିନ୍ହଟ । ଶିଳ୍ପ ସଂସ୍ଥା ମଧ୍ୟରୁ ଚିହ୍ନଟ ୦୨ ଜଣ ପୁରୁଷ ଓ ୦୨ ଜଣ ମହିଳା । ଚିହ୍ନଟ ପୁରୁଷମାନଙ୍କର ବୟସ ୨୭ ଓ ୨୮ ବର୍ଷ । ଜଣେ ପୁନେରୁ ଫେରିଥିବା ବେଳେ ଅନ୍ୟ ଜଣେ ବିହାରରୁ ଫେରି ହୋମ କ୍ଵାରେଣ୍ଟାଇନ୍ ରେ ଥିଲେ । ୦୨ ଜଣ ଯାକ ଲକ୍ଷଣ ବିହୀନ ଥିଲେ । ୦୨ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଗଞ୍ଜାମରୁ ଫେରି ହୋମ କ୍ଵାରେଣ୍ଟାଇନ୍ ରେ ଥିଲେ । ତାଙ୍କର ବୟସ ୭୦ ବର୍ଷ । ଅନ୍ୟ ମହିଳା ଜଣଙ୍କର ବୟସ ୧୯ ବର୍ଷ ଓ ସେ ନିକ ଘରେ ରହୁଥିଲେ । ସେ ଲକ୍ଷଣଯୁକ୍ତ ଥିଲେ । ବାହାରୁ ଚିହ୍ନଟ ହୋଇଥିବା ୦୨ ଜଣ ଯାକ ପୁରୁଷ ଥିଲେ, ସେମାନଙ୍କର ବୟସ ୪୪ ଓ ୫୬ ବର୍ଷ । ୦୨ ଜଣ ଯାକ ଲକ୍ଷଣ ବିହୀନ ଥିଲେ ।

ଶୋରନଗର ବ୍ଲକ୍ ରୁ ୦୬ ଜଣ
କିଶୋରନଗର ବ୍ଲକ୍ ରୁ ବାହାରିଥିବା ୦୬ ଜଣ କରୋନା ଆକ୍ରାନ୍ତ ମଧ୍ୟରୁ ୦୪ ଜଣ ଗଞ୍ଜାମ ଫେରନ୍ତା ଓ ୦୨ ଜଣ ଏସ୍ ସି ବି ମେଡିକାଲ କଲେଜ ଫେରନ୍ତା ଅଟନ୍ତି । ଗଞ୍ଜାମ ଫେରନ୍ତା ମଧ୍ୟରୁ ୦୨ ପୁରୁଷ ଓ ୦୨ ମହିଳା ଅଛନ୍ତି । ଗଞ୍ଜାମ ଫେରନ୍ତା ୦୨ ପୁରୁଷଙ୍କର ବୟସ ୧୫ ବର୍ଷ ଓ ୪୫ ବର୍ଷ ହୋଇଥିବା ବେଳେ ୦୨ ମହିଳାଙ୍କର ବୟସ ୭୦ ବର୍ଷ ଓ ୪୦ ବର୍ଷ । ଏସ୍ ସି ବି ମେଡିକାଲ କଲେଜ ଫେରନ୍ତା ୦୨ ଜଣ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା । ପୁରୁଷଙ୍କ ବୟସ ୨୪ ବର୍ଷ ଓ ମହିଳାଙ୍କ ବୟସ ୨୧ ବର୍ଷ ।
ତାଳଚେର ବ୍ଲକ୍ ରୁ ୦୨ ଜଣ
ତାଳଚେର ବ୍ଲକ୍ ରୁ ଚିହ୍ନଟ ହୋଇଥିବା ୦୨ ଜଣ ଯାକ ପୁରୁଷ । ଜଣେ ହାଇଦ୍ରାବାଦ ଫେରନ୍ତା ଥିଲେ ତାଙ୍କର ବୟସ ୨୩ ବର୍ଷ, ସେ ବ୍ଲକ୍ ର ସ୍ଵସ୍ଥ କେନ୍ଦ୍ରରେ ରହୁଥିଲେ । ଅନ୍ୟ ଜଣେ ଏସ୍ ସି ବି ମେଡିକାଲ କଲେଜରୁ ଫେରି ହୋମ କ୍ଵାରେଣ୍ଟାଇନ୍ ରେ ଥିଲେ । ତାଙ୍କର ବୟସ ୪୫ ବର୍ଷ ।
ପାଲଲହଡା ବ୍ଲକ୍ ରୁ ଜଣେ ଚିହ୍ନଟ ହୋଇଥିଲେ । ସେ ୨୩ ବର୍ଷୀୟ ମହିଳା, ସେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସମସ୍ତ ଆକ୍ରାନ୍ତମାନଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ।
ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।