୨୦ ବର୍ଷରୁ ଅନୀଲ ପଶୁ-ପକ୍ଷୀମାନଙ୍କୁ ଓ ଗରିବ ଲୋକଙ୍କର କରୁଛନ୍ତି ସେବା, ଖର୍ଚ୍ଚ କଲେଣି ଏତେ ଟଙ୍କା ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଅନୀଲ ଖେରାଙ୍କୁ ପଶୁ-ପକ୍ଷୀମାନଙ୍କ ସହ ବହୁତ ହିଁ ଭଲ ପାଇବା ଅଛି ଓ ତାଙ୍କର ସେବା କରିବାର ଇଏ କୌଣସି ମୌକା ହାତଛଡା କରନ୍ତି ନାହିଁ। ପଶୁ-ପକ୍ଷୀମାନଙ୍କ ସହ ୟାଙ୍କର ଏତେ ଆସକ୍ତି ଅଛି କି ଇଏ ୫୦ ରୁ ୬୦ ଲକ୍ଷ ଟଙ୍କା ଏ ପର୍ଯ୍ୟନ୍ତ ଏମାନଙ୍କ ଉପରେ ଖର୍ଚ୍ଚ କରିସାରିଛନ୍ତି। ଏତିକି ହିଁ ନୁହେଁ ଇଏ ପ୍ରତିଦିନ ୫କିମିର ଯାତ୍ରା କରି ଏମାନଙ୍କ ପାଇଁ ଖାଦ୍ୟପେୟ ଜୋଗାଇଥାନ୍ତି। ଅନୀଲ ଗତ ୨୦ବର୍ଷରୁ ପଶୁ-ପକ୍ଷୀମାନଙ୍କର ସେବା କରୁଛନ୍ତି ଯେ କି ଗୁଜୁରାଟର କେସୋଦରେ ରୁହନ୍ତି।

Google

ଅନୀଲ ଖେରା ପେଶାରୁ ବଣିକ ଅଟନ୍ତି । ତାଙ୍କୁ ପଶୁ-ପକ୍ଷୀମାନଙ୍କର ସେବା କରିବା ବହୁତ ପସନ୍ଦ ଅଟେ।ଏଥିପାଇଁ ଇଏ ପ୍ରତିଦିନ ଦୁଇ ଘଣ୍ଟାର ସମୟ ପଶୁ-ପକ୍ଷୀମାନଙ୍କ ପାଇଁ ବାହାର କରନ୍ତି ଓ ଏମାନଙ୍କୁ ଖାଦ୍ୟ ଖୁଆନ୍ତି। ଏହା ସହିତ ହିଁ ଇଏ ଏହି କଥାର ଧ୍ୟାନ ମଧ୍ୟ ରଖନ୍ତି କି ପକ୍ଷୀମାନଙ୍କୁ କୌଣସି ପ୍ରକାରର ମଧ୍ୟ ଅସୁବିଧା ନ ହେଉ।ପ୍ରକୃତରେ ଅନୀଲ ଗଛର ଡାଳରେ ମକା ରଖିଦିଅନ୍ତି,ଯାହାଦ୍ଵାରା କି ପକ୍ଷୀ ସହଜରେ ଖାଦ୍ୟ ଖାଇପାରିବେ। ଅନୀଲ କୁହନ୍ତି କି ଯଦି ସେ ଖାଦ୍ୟ ତଳେ ରଖିଦେବେ। ତେବେ ପକ୍ଷୀମାନଙ୍କ ପାଇଁ ଭୟ ରହିବ କି କୌଣସି କୁକୁର କିମ୍ବା ବିଲେଇ ତାକୁ ଖାଇନେବେ। ଏଥିପାଇଁ ସେ ପକ୍ଷୀମାନଙ୍କର ଖାଦ୍ୟ ଡାଳରେ ମକା ରଖିଦିଅନ୍ତି।

Google

ପକ୍ଷୀମାନଙ୍କ ଛଡା ଇଏ ଗାଇ ଓ ଅନ୍ୟ ପଶୁମାନଙ୍କୁ ମଧ୍ୟ ଖାଦ୍ୟ ଦିଅନ୍ତି। ଇଏ ଗାଇ ଓ ଅନ୍ୟ ପଶୁମାନଙ୍କୁ ସବୁଜ ପରିବା ଓ ଚାରା ଦିଅନ୍ତି। ଗାଇକୁ ଚାରା ମିଳିପାରୁ ଏଥିପାଇଁ ସେ ଏକ ବିଲ ଭଡାରେ ନେଇଛନ୍ତି । ଏହି ବିଲରେ ସେ ଗାଜର, ଆଖୁ, ମକା ଫସଲ କରନ୍ତି ଓ ଗାଇମାନଙ୍କୁ ଏହା ଖୁଆନ୍ତି। ଯେବେକି କୁକୁରମାନଙ୍କୁ ବିସ୍କୁଟ ଓ ବିଲେଇମାନଙ୍କୁ ଗଣ୍ଠିଆ ଦିଅନ୍ତି। ଅନୀଲ କୁହନ୍ତି, ମୁଁ ପ୍ରତିଦିନ ଏମାନଙ୍କୁ ଖାଦ୍ୟ ଦିଏ। ରେଳଷ୍ଟେସନ, ଭାରତ ମିଲ, ଚୌକ ଶଙ୍କର ମନ୍ଦିର, ପୋଲିସ କ୍ୱାଟର ଭଳି ସ୍ଥାନକୁ ମୁଁ ଯାଏ ଓ ଖାଦ୍ୟ ଦେଇଥାଏ। ଏହା ଛଡା ଗଛରେ ପାଣି ଥିବା ମାଠିଆ ମଧ୍ୟ ଝୁଲାଇ ଥାଏ।

Google

ପଶୁ ଓ ପକ୍ଷୀମାନଙ୍କ ଛଡା ଅନୀଲ ଗରିବ ଲୋକମାନଙ୍କର ମଧ୍ୟ ସହଯୋଗ କରିଥାନ୍ତି। ଶୀତ ଦିନରେ ଇଏ ଫୁଟପାତରେ ଶୋଉଥିବା ଲୋକଙ୍କୁ ଚାଦର ଓ ଗରମ ପୋଷାକ ଦିଅନ୍ତି। ଏହି କାର୍ଯ୍ୟରେ ଅନୀଲଙ୍କର ସହଯୋଗ ତାଙ୍କ ପରିବାର ଠୁ ମଧ୍ୟ ମିଳେ । ଅନୀଲଙ୍କ ଅନୁସାରେ ତାଙ୍କ ସ୍ତ୍ରୀ, ପୁଅ ଓ ବୋହୂ ମଧ୍ୟ ତାଙ୍କର ସହଯୋଗ କରନ୍ତି। ସେହିପରି ଯେବେ କୌଣସି କାମରେ ତାଙ୍କୁ ସହରରୁ ବାହାରକୁ ଯିବାକୁ ହୋଇଥାଏ ତେବେ ଇଏ କୌଣସି ଲୋକକୁ ଦାୟିତ୍ୱ ପ୍ରଦାନ କରିଦେଇ ଯାଇଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *