ବଲିଉଡର ଅଭିନେତ୍ରୀ କଙ୍ଗନା ରଣୱାତ ସର୍ବଦା ନିଜର ରୋକଠୋକ କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି । କଙ୍ଗନା ରଣୱାତ କିଛି ବି କଥାରେ ନିଜ ବିଚାରକୁ ଲୋକଙ୍କ ଆଗରେ ରଖିଥାନ୍ତି । କିଛିଦିନ ତଳେ କଙ୍ଗନା ରଣୱାତ ଓ ଶିବସେନା ସରକାର ମଧ୍ୟରେ ହୋଇଥିବା କଳହ ଖୁବ ଚର୍ଚ୍ଚା ହୋଇଥିଲା । ଫିଲ୍ମ ପ୍ରଡୁସର ଅନୁରାଗ କାଶ୍ୟପ ଏକ ଇଣ୍ଟରଭିଉ ଜରିଆରେ କଙ୍ଗନାଙ୍କ ବିରୁଦ୍ଧରେ ଚମକେଇବା ଭଳି କଥା କହିଛନ୍ତି ।
ଡ୍ରଗ୍ସ ବିଷୟରେ ଲଗାତାର ଖୁଲାସା କରୁଥିବା କଙ୍ଗନାଙ୍କ ଉପରେ ଅନୁରାଗ କାଶ୍ୟପ ଦାବି କରିଛନ୍ତି କି ଏକ ସମୟରେ ସେ ନିଜ ଆତ୍ମବିଶ୍ୱାସ ବଢ଼େଇବା ପାଇଁ ସାମ୍ପେନ୍ ପିଅନ୍ତି । ଅନୁରାଗ କହିଛନ୍ତି କି କ୍ୱିନର ସୁଟିଂ ସମୟରେ ସେ ସାମ୍ପେନ୍ ପିଅନ୍ତି । ସେ ଯେତେବେଳେ ନିଜ ଉପରେ କମ ଭରଷା କରନ୍ତି, ସେହି ସମୟରେ ଏହା କରିଥାନ୍ତି ।

ଅନୁରାଗ ପରେ କହିଲେ କି ସେ ଫିଲ୍ମରେ ଏତେ ଭଲ କାମ କିପରି କଲେ? ଏମିତି ହିଁ । ମୁଁ ନିଜ ଆଖିରେ ଦେଖିଛି । କଙ୍ଗନା ଏମିତି କହିପାରିବେ ନାହିଁ କି ତାଙ୍କୁ କେହି ବାଧ୍ୟ କଲେ । ଏହା ପୂର୍ବରୁ କଣ ହେଲା ମୁଁ ଜାଣି ନାହିଁ । ହେଲେ ମୋ ସାମ୍ନାରେ ତାଙ୍କୁ କେବେ କେହି ବାଧ୍ୟ କରି ନଥିଲେ ।
ଅନୁରାଗ ଆଗକୁ କହିଲେ କି କୌଣସି ଲୋକ କାହାକୁ ବି ବାଧ୍ୟ କରି ପାରିବ ନାହିଁ । ସମସ୍ତେ ନିଜ ଜୀବନରେ କିଛି ଜିନିଷର ବ୍ୟବହାର କେବଳ ନିଜେ ହିଁ କରିଥାନ୍ତି । ଯଦି କେଉଁ ଜିନିଷ କାହାକୁ ଭଲ ଲାଗେ ତେବେ ସେ ସେହା କରେ । ସେହିପରି ଅନୁରାଗଙ୍କ ଏହି ବୟାନ କଙ୍ଗନାଙ୍କୁ ଆଙ୍ଗୁଳି କରିବା ପାଇଁ ଅଟେ ।
ରବି କିଶନଙ୍କୁ ନେଇ କହିଲେ ଏହି କଥା:
ଅନୁରାଗ କାଶ୍ୟପ ଏହି ଇଣ୍ଟରର୍ଭିଉ ଜରିଆରେ ଭାଜପା ସାଂସଦ ରବି କିଷାନଙ୍କ ବିଷୟରେ କହିଛନ୍ତି କି, ‘ରବି ମୋ ଫିଲ୍ମ “ମୁଖକବାଜ” ରେ କାମ କରିଛନ୍ତି’। ସେ ନିଜେ ବିଡି ପିଅନ୍ତି। ଏହି କଥା ସମସ୍ତେ ଜାଣିଛନ୍ତି। ସେ ଏବେ ହୁଏତ ସବୁ ଛାଡି ଦେଇଛନ୍ତି କାହିଁକିନା ସେ ନେତା ହୋଇଗଲେଣି ।

ଅନୁରାଗ ପରେ କହିଛନ୍ତି କି, “କଣ ଆପଣ ଏମିତି ହିଁ ଡ୍ରଗ୍ସରେ ସାମିଲ କରିପାରିବେ? ନାଁ ମୁଁ ରବିଙ୍କୁ ଜଜ କରୁନାହିଁ । କାହିଁକିନା ମୁଁ ବିଡିକୁ କେବେହେଲେ ଡ୍ରଗ୍ସ ଭାବେ ଦେଖିନି । କହିରଖୁଛୁ ଯେ କିଛିଦିନ ତଳେ ଆକ୍ଟର ପାୟଲ ଘୋଷ ଅନୁରାଗଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ହେଲେ ଅନୁରାଗ କାଶ୍ୟପ ପାୟଲଙ୍କ ଦ୍ଵାରା ଲଗାଯାଇଥିବା ସବୁ ଅଭିଯୋଗକୁ ମିଛ ବୋଲି କହିଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।