ଅନୁଷ୍କା ଶର୍ମା ମା ହେବା ପରେ ପ୍ରଥମ ଥର ଝିଅର ଫଟୋ ସେୟାର କରିଛନ୍ତି। ସେ ଇଂଷ୍ଟାଗ୍ରାମରେ ନିଜ ଝିଅର ପ୍ରଥମ ଝଲକ ପ୍ରସଂଶକମାନଙ୍କୁ ଦେଖାଇଛନ୍ତି। ଭାରତର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡର ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅର ନାମ ‘ଭାମିକା’ ରଖିଛନ୍ତି। ସୋସିଆଲ ମିଡିଆରେ ଅନୁଷ୍କା, ବିରାଟ ଏବଂ ତାଙ୍କ ଝିଅର ଫଟୋ ଭାଇରାଲ ହେଉଅଛି।

ଅନୁଷ୍କା ଶର୍ମା ଇଂଷ୍ଟାଗ୍ରାମରେ ବିରାଟ ଏବଂ ନିଜ ଝିଅ ସହିତ ଫଟୋ ସେୟାର କରୁଥିବା ବେଳେ ଲେଖିଲେ,”ଆମେ ଭଲପାଇ ଏକା ସାଙ୍ଗରେ ରହିଅଛୁ, ଆମ ପ୍ରେମ ଏବଂ ବିଶ୍ୱାସକୁ ‘ଭାମିକା’ର ଆସିବା ଦ୍ୱାରା ଏକ ନୂଆ ରୂପ ମିଳିଛି କିଛି ମିନିଟରେ ଲୁହ,ଖୁସି,ଚିନ୍ତା ଏବଂ ଆନନ୍ଦ ସବୁ ଜିନିଷର ଅନୁଭବ ହେଲା। ଆମର ନିଦ ଉଡିଯାଇଛି କିନ୍ତୁ ହୃଦୟ ଭରି ଅଛି । ଆପଣ ସମସ୍ତଙ୍କର ଭଲପାଇବା ଏବଂ ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ।”

୧୧ ଜାନୁଆରୀକୁ ବାପା ହେବାର ଖୁସି ଖବର ଦେଉଥିବା ବେଳେ ବିରାଟ କୋହଲି ଲେଖିଥିଲେ, “ଆମ ଦୁଇ ଜଣଙ୍କୁ ଏହା ଜଣାଇକି ବହୁତ ଖୁସି ଲାଗୁଅଛି କି ଆଜି ଦ୍ବୀପହରରେ ଆମର ଝିଅ ହୋଇଛି। ଆମେ ଆପଣଙ୍କ ଭଲପାଇବା ଏକ ଶୁଭକାମନା ପାଇଁ ହୃଦୟରୁ ଋଣୀ ଅଟୁ। ଅନୁଷ୍କା ଏବଂ ଝିଅ ଦୁଇ ଜଣ ଠିକ ଅଛନ୍ତି।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।