ବଲିଉଡର ଖିଲାଡ଼ି ଅକ୍ଷୟ କୁମାର ୩୦ ବର୍ଷୀୟ ଭଳି ଦେଖାଗଲେ ମଧ୍ୟ କିଛିଦିନ ତଳେ ସେ ତାଙ୍କର ୫୩ ତମ ଜନ୍ମଦିନ ପାଳନ କରିଥିଲେ । ଏହି କଥାରେ କିଛି ବି ଆଶ୍ଚର୍ଯ୍ୟ ନାହିଁ ଯେ ସେ ବଲିଉଡର ଜଣେ ସଫଳ ଆକ୍ଟର । ଏଥିରୁ ଆମେ ଆକଳନ କରିପାରିବା କି ପୂର୍ଵ ବର୍ଷ ଅକ୍ଷୟ ଫୋବର୍ସ ଲିଷ୍ଟରେ ସବୁଠାରୁ ଅଧିକ ରୋଜଗାର କରିବାରେ ଏକ ମାତ୍ର ଭାରତୀୟ ଆକ୍ଟର ଥିଲେ । ଯେଉଁଥିରେ ସେ ଚତୁର୍ଥ ସ୍ଥାନରେ ଥିଲେ । ସୂତ୍ର ଅନୁସାରେ ଅକ୍ଷୟଙ୍କ ଆଗାମୀ ଫିଲ୍ମ ଅନ୍ତରଙ୍ଗୀରେ ଫିସ ୧୨୦ କୋଟି ଦିଆ ଯାଉଛି । ହେଲେ କେବଳ ଫିଲ୍ମରେ ଅକ୍ଷୟଙ୍କ ରୋଜଗାର ହୋଇ ନଥାଏ । ଆଜି ଆମେ ଅକ୍ଷୟଙ୍କ ଅନ୍ୟ ବିଜନେସ ବିଷୟରେ କହିବୁ ଯେଉଁଥିରେ ସେ ମୋଟା ରୋଜଗାର କରନ୍ତି ।

ହରି ଓଁ ଏଣ୍ଟରଟେଂମେଣ୍ଟ ପ୍ରଡକ୍ସନ ହାଉସ: ଅକ୍ଷୟ କୁମାର ୨୦୦୮ ରେ ନିଜ ପିତା ଅରୁଣା ଓ ପତ୍ନୀ ଟ୍ଵିକିଲ ଖାନା ନିଜ ପିତାଙ୍କ ନାମରେ “ହରି ଓଁ ପ୍ରଡକ୍ସନ”ତିଆରି କଲେ । ଏହି ପ୍ରଡକ୍ସନ ହାଉସରେ ସେ “ସିଂ ଇଜ କିଙ୍ଗ”, “ହଲିଡେ:ଏକ ସୋଲଜର ନେଭର ଅଫ ଡିଉଟି”, “ଏୟରଲୀପଟ”, “ରୁସ୍ତମ”, “ପ୍ୟାଡ଼ମ୍ୟାନ” ଭଳି ୧୫ ଟି ଫିଲ୍ମରେ କାମ କରିଥିଲେ ଓ ପ୍ରଡକ୍ସନ କରିଥିଲେ ।
ଗ୍ରେଜିଂ ଗୋଟ ପିକ୍ଚର ପ୍ରଡକ୍ସନ ହାଉସ: ଗ୍ରେଜିଂ ଗୋଟ ପିକଚର ଅକ୍ଷୟ ଓ ଅଶ୍ୱିନୀ ୟାଡି ଏକ ଫିଲ୍ମ ଓ ଟିଭି ପ୍ରଡକ୍ସନ କମ୍ପାନୀ ଅଟେ । ଏହାକୁ ୨୦୧୧ ରେ ଲଞ୍ଚ କରାଯାଇଥିଲା । ଏହି ପ୍ରଡକ୍ସନ ରେ ପ୍ରଥମ ଫିଲ୍ମ “ଓଏମଜି”-ଓ ମାଇଁ ଗଡ଼ । ଏବେ ଯାଏ ଏଥିରେ ୫ ଟି ଫିଲ୍ମ ଓ ଗୋଟିଏ ଟିଭି ସିରିଏଲ ତିଆରି ହୋଇଛି । ସିରିଏଲ ନାମ “ଜମାଇ ରାଜା” ।
ଫୌଜି ବାଟେଲ ରାୟାଲ ଗେମ:
ଆପଣ ବୋଧେ ଜାଣିଥିବେ ଲୋକପ୍ରିୟ ବ୍ୟାଟେଲ ରାୟାଲ ଗେମ ପବଜିକୁ ସୀମା ବିବାଦ ବେଳେ ଭାରତ ବ୍ୟାନ କରିଦେଇଛି । ଯାହାପରେ ଅକ୍ଷୟ କୁମାର କହିଥିଲେ ଯେ ସେ ନିଜର ବ୍ୟାଟେଲ ରାୟାଲ ଗେମ ଫୌଜି ଆରମ୍ଭ କରିବେ । ସୂତ୍ର ମୁତାବକ ସେ ଏହା ମଧ୍ୟ କହିଛନ୍ତି କି ଏହି ଆପ୍ ରୁ ମିଳିବା ଟଙ୍କାର ୨୦% ଭାରତୀୟ ସୈନ୍ୟ ଟ୍ରଷ୍ଟକୁ ଯିବ ।
ଖାଲ୍ସା ୱାରିୟାର୍ସ: ଅକ୍ଷର କୁମାର ଶରୀରକୁ ନେଇ ବହୁତ ସତର୍କ ରୁହନ୍ତି । ଏଥିପାଇଁ ସେ ଭାରତର ଖେଳକୁ ବହୁତ ମହତ୍ତ୍ୱ ଦିଅନ୍ତି । ସେଥିପାଇଁ ସେ ଏକ କବାଡି ଟିମର ମାଲିକ ଅଟନ୍ତି ।

ଓମେନ୍ସ ସେଲ୍ଫ ଡିଫେନ୍ସ ସେଣ୍ଟର ଫାଉଣ୍ଡର:
ଅକ୍ଷୟ କୁମାର ମାର୍ଶାଲ ଆର୍ଟରେ ବି ଫେମସ ଅଟନ୍ତି । କରାଟିରେ ବ୍ଲାକ ବେଲ୍ଟ ରହି ସାରିଥିବା ଅକ୍ଷୟ ଦେଶର ମହିଳା ମାନଙ୍କ ଆତ୍ମ ସୁରକ୍ଷା ପାଇଁ ମୁମ୍ବାଇରେ ମହିଳା ଆତ୍ମ ସୁରକ୍ଷା କେନ୍ଦ୍ର(WSDC)ମଧ୍ୟ ଚଳାନ୍ତି । ଏହି ସଂସ୍ଥା ଯେ କୌଣସି ବୟସର ମହିଳାଙ୍କୁ ମାଗଣାରେ ଶିକ୍ଷା ଦିଏ । ଏକ ରିପୋର୍ଟ ଅନୁସାରେ ଅକ୍ଷୟ ବଲିଉଡରେ ସବୁଠାରୁ ଅଧିକ ଟ୍ୟାକ୍ସ ଭରିବାର ଆକ୍ଟର ଅଟନ୍ତି । ସୂତ୍ର ଅନୁସାରେ ବିଗତ ୬ ବର୍ଷରେ ସେ ସରକାରଙ୍କୁ ୧୯ କୋଟି ଟଙ୍କାର ଟ୍ୟାକ୍ସ ଭରି ସାରିଲେଣି ।
ବେଷ୍ଟ ଡିଲ ଟିଭି:
ବେଷ୍ଟ ଡିଲ ଟିଭି ଏକ ହିନ୍ଦୀ ୨୪/୭ ହୋମ ସପିଂ ଚ୍ୟାନେଲ ଅଟେ । ଯାହାର ମାଲିକ ଅକ୍ଷୟ କୁମାର ଓ ରାଜ କୁନ୍ଦ୍ର ଅଟନ୍ତି । ଏହି ଚ୍ୟାନେଲ ମାର୍ଚ୍ଚ ୨୦୧୫ ରେ ଲଞ୍ଚ ହୋଇଥିଲା । ଏହା ଫ୍ରି ଟୁ ଏୟାର ଅଟେ ଓ ସବୁ ପ୍ରମୁଖ କେବୁଲ ଓ ଦିଟୁଏଚ ପ୍ଲାଟଫର୍ମରେ ଉପଲବ୍ଧ ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।