ଚାକିରୀ ପାଇଁ ୧୭୦ ଜାଗାରେ କଲେ ଆପ୍ଲାଏ,ମିଳିଲା ନାହିଁ ଚାକିରୀ କିନ୍ତୁ ଆଜି କୋଟି କୋଟି ଟଙ୍କାର କମ୍ପାନୀର ମାଲିକ। ଆପଣ ପୁରା ଠିକ ଶୁଣିଛନ୍ତି ଆଜି ଆମେ କହିବାକୁ ଯାଉଛୁ ଏକ ଏପରି ବ୍ୟକ୍ତିଙ୍କ ବିଷୟରେ ଯିଏକି ସଫା ଠୁ ଆରମ୍ଭ କରି ପେପର ବିକ୍ରି କରିବା ପର୍ଯ୍ୟନ୍ତ କାମ କରୁଥିବା କରିଛନ୍ତି। ଯିଏକି ଆଜି ଅଷ୍ଟ୍ରେଲିଆରେ ଏକ କୋଟି ଟଙ୍କାର ଟର୍ନ ଓଭର ଵାଲା ଡିଜିଟାଲ ସଲୁସନ କମ୍ପାନୀର ମାଲିକ ରୂପେ ପ୍ରତିଷ୍ଠିତ।

କୁହାଯାଇଥାଏ ଯଦି ହୃଦୟରୁ କୌଣସି କାମ କରିବା ପାଇଁ ମଣିଷ ଥରେ ନିଷ୍ପତି ନିଏ ସେ ଯେ କୌଣସି ପରିସ୍ଥିତିରେ ଥିଲେ ମଧ୍ୟ ସଫଳତା ପ୍ରାପ୍ତ କରିଥାଏ। ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ବିଷୟରେ ଯିଏକି ଅଷ୍ଟ୍ରେଲିଆରେ ଭାରତର ନାମ ଉଚ୍ଚା କରିଛନ୍ତି।
ଅଲିଗଡ଼ର ରହିବା ବ୍ୟକ୍ତି ଅଟନ୍ତି ଆମୀର କୁତୁବ:-
ଆମୀର କୁତୁବ ଉତ୍ତରପ୍ରଦେଶର ରହିବା ଵାଲା ଅଟନ୍ତି।ଛୋଟବେଳୁ କିଛି କରିବାର ଇଚ୍ଛା ରଖିଥିବା ଆମୀର ଙ୍କ ଆରମ୍ଭ ପଢ଼ା ଅଲିଗଡ଼ରେ ହିଁ ହୋଇଥିଲା। ପାଠପଢା ସରିବା ପରେ ଆମୀରଙ୍କୁ ହିରୋ ହୋଣ୍ଡା କମ୍ପାନୀରେ ଚାକିରୀ ମିଳିଥିଲା କିନ୍ତୁ ଆମୀରଙ୍କ ମନରେ କିଛି ବଡ଼ କରିବାର ଇଚ୍ଛା ଥିଲା। ସେଥିପାଇଁ ତାଙ୍କର ଏହି କାମରେ ମନ ଲାଗିଲା ନାହିଁ। ସେ ବିଦେଶ ଯିବାର ଫଇସଲା କଲେ ଓ ଷ୍ଟୁଡେଣ୍ଟ ଭିସା ତିଆରି କରି ଅଷ୍ଟ୍ରେଲିଆ ଚାଲିଗଲେ।
ଏୟାରପୋର୍ଟରେ କଲେ ସଫା କରିବା କାମ:-
ଅଷ୍ଟ୍ରେଲିଆ ପହଁଚିବା ପରେ ଆମୀର ମୋଟ ୧୭୦ ଜାଗାରେ ଚାକିରୀ ପାଇଁ କଲେ ଆପ୍ଲାଏ କିନ୍ତୁ କୌଣସି ଜାଗାରେ ତାଙ୍କୁ କାମ ମିଳିଲା ନାହିଁ। କୌଣସି ଚାକିରୀ ନମିଳିବା ଦ୍ଵାରା ଆମୀରଙ୍କୁ ନିଜ ଖର୍ଚ୍ଚ ଉଠାଇବା କଷ୍ଟ ପଡୁଥିଲା। ସେବେ ସେ ଏୟାରପୋର୍ଟରେ ସଫା କରିବା କାମ କଲେ ଓ ଖବରକାଗଜ ବିକିବା କାମ ମଧ୍ୟ ଆରମ୍ଭ କରିଦେଲେ କିନ୍ତୁ ଧର୍ୟ୍ଯ ହାରିଲେ ନାହିଁ।

ଆରମ୍ଭ କଲେ ଓ ଡ଼ିଜିଟାଲ ସଲୁସନ କମ୍ପାନୀ:-
ଏତେ ଖରାପ ଅବସ୍ଥାରେ ମଧ୍ୟ ଆମୀରଙ୍କର ମନରୁ କିଛି ବଡ଼ କରିବାର ଚିନ୍ତା ଧାରା ଗଲା ନାହିଁ। କିଛି ଦିନ ପର୍ଯ୍ୟନ୍ତ ସେ ଚାକିରୀ କରି କିଛି ପଇସା ଏକାଠି କଲେ ଓ ଅଷ୍ଟ୍ରେଲିଆରେ ଏକ ଡିଜିଟାଲ ସଲୁସନ କମ୍ପାନୀ ଆରମ୍ଭ କଲେ। ଅମୀର ମନ ଲଗାଇ କାମକଲେ। ଧୀରେ ଧୀରେ ତାଙ୍କ କମ୍ପାନୀ ଚାଲିଲା। ଆଜି ତାଙ୍କ କମ୍ପାନୀ ଅଷ୍ଟ୍ରେଲିଆ ସମେତ ୭ଟି ଦେଶରେ ନିଜ ସେବା ଯୋଗାଉଛନ୍ତି। ଆଜିର ସମୟରେ ତାଙ୍କ କମ୍ପାନୀର ଟର୍ନଓଭର କୋଟି କୋଟି ଟଙ୍କା ଅଟେ।
ଆମୀରଙ୍କ ଏହି ସଫଳତା ତାଙ୍କୁ ଅଷ୍ଟ୍ରେଲିଆରେ ୟଙ୍ଗ ଲିଡ଼ର ଅଫ ବିଜନେସର ଆୱାଡ଼ବି ଦେଇଦେଲା। ଏହା ସହିତ ଆମୀରଙ୍କୁ ମେମ୍ବର ଅଫ ଗିଲୋଜ ଅର୍ଥରୀଟି ନିଜର ଯୋଜନା ମନ୍ତ୍ରାଳୟରେ ମନ୍ତବ୍ୟକାରୀ ରୂପରେ ଜାଗା ମିଳିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।