ଓଡିଶାରେ ୨ ହଜାର କୋଟି ପୁଞ୍ଜି ନିବେଶ ହେବ, ଜାଣନ୍ତୁ କିଏ କିଏ କରିବେ ପୁଞ୍ଜି ନିବେଶ ।

ଓଡିଶାରେ ୨ ହଜାର କୋଟି ପୁଞ୍ଜି ନିବେଶ ହେବ, ଜାଣନ୍ତୁ କିଏ କିଏ କରିବେ ପୁଞ୍ଜି ନିବେଶ, arcelor mittal and nippon steel will invert 2 thousand crore in odisha , Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଓଡିଶାରେ ୨ ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବ । ଶନିବାର ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ଲଣ୍ଡନରୁ ଆର୍ସେଲର ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମିନିବାସ ମିତ୍ତଲ ଏହି ସୂଚନା ଦେଇଛନ୍ତି ।

ମିତ୍ତଲ ଓ ନିପନ ଷ୍ଟିଲ ଦ୍ୱାରା ପରିଚାଳିତ ପାରାଦୀପର ପେଲେଟ ପ୍ଲାଣ୍ଟର କ୍ଷମତା ବାର୍ଷିକ ୬ ନିୟୁତ ଟନରୁ ୧୨ ନିୟୁତ ଟନକୁ ବୃଦ୍ଧି କରିବାକୁ ନିଷ୍ପତ୍ତିନେଇଥିବା ବେଳେ କେନ୍ଦୁଝରର ଡାବୁନି ବେନିଫିକେସନ ପ୍ଲାଣ୍ଟ କ୍ଷମତା ୫ ନିୟୁତ ଟନରୁ ୧୬ ନିୟୁତ ଟନକୁ ବୃଦ୍ଧି ସମ୍ପ୍ରସାରିତ କରାଯିବ । ଏହି ସବୁ ପ୍ରକଳ୍ପ ବାବଦରେ ପ୍ରଥମ ପର୍ଯ୍ୟାୟରେ ଉଭୟ ମିତ୍ତଲ ଓ ନିପନ ଷ୍ଟିଲ ୨ ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବେ । ରାଜ୍ୟ ସରକାର ଯେପରି ଦକ୍ଷତା ସହ କୋଭିଡ-୧୯ ମୁକାବିଲା କରୁଛନ୍ତି ସେଥିପାଇଁ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Lakshmi Mittal is UK's Richest Man Again
Google

ଏହି ମହାମାରୀ ଯୋଗୁ ସମଗ୍ର ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଓଡିଶା ସରକାର ଶିଳ୍ପ ଜଗତକୁ ସହଯୋଗର ହାତ ବଢାଇଛନ୍ତି । ଏଥିପାଇଁ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ କମ୍ପାନୀ ପକ୍ଷରୁ ନିଲାମରେ ନିଆଯାଇଥିବା ୨ଟି ଖଣି ସାଗାସାହି ଓ ଠାକୁରାଣୀ ଖଣିର ଲିଜ ଯେପରି ସ୍ବଚ୍ଛତାର ସହ ସମ୍ପାଦିତ ହେଲା ତାହା ବିଶ୍ୱସ୍ତରରେ ନୂଆ ବେଞ୍ଚ ମାର୍କ ସୃଷ୍ଟି କରିଛି ବୋଲି ମିତ୍ତଲ କହିଛନ୍ତି।

ମିତ୍ତଲ ଓ ନିପନ ଷ୍ଟିଲ ୨ ହଜାର କୋଟି ପୁଞ୍ଜି ନିବେଶ କରିବେ

୨୦୧୯ ଡିସେମ୍ବରରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ ୫୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ,ଏସଆର ଷ୍ଟିଲକୁ ଅଧିଗ୍ରହଣ କରିଛନ୍ତି । ଏହାଦ୍ୱାରା ଭାରତରେ ୭ ବିଲିୟନ ଆମେରିକୀୟ ଡଲାର ପ୍ରତ୍ୟେକ୍ଷ ପୁଞ୍ଜିନିବେଶ ବିନିଯୋଗ ହୋଇଛି ଯାହାକି ଭାରତରେ ଅନ୍ୟତମ ବୃହତ୍ତମ ବିଦେଶୀ ପୁଞ୍ଜି ବିନିଯୋଗ ବୋଲି ମିତ୍ତଲ କହିଛନ୍ତି । ମିତ୍ତଲ ଓ ନିପନ ଷ୍ଟିଲ ପାରାଦୀପରେ ପେଲେଟ ପ୍ଲାଣ୍ଟ କେନ୍ଦୁଝରରେ ଡାବୁନିରେ ବେନିଫିକେଶନ ପ୍ଲାଣ୍ଟ ସହିତ ସାଗାସାହି ଓ ଠାକୁରାଣୀ ଖଣି ପରିଚାଳନା କରୁଛନ୍ତି ।

Products | NIPPON STEEL CORPORATION

ଓଡିଶାରେ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡିଶାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମିତ୍ତଲଙ୍କୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *