ଅର୍ଜୁନ ତେନ୍ଦୁଲକରଙ୍କୁ ଆଇପିଏଲ ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି। ତାଙ୍କର ବେଶ ପ୍ରୟାସ ୨୦ ଲକ୍ଷ ଟଙ୍କା ଥିଲା। ଯଦି ତାଙ୍କୁ ଲିଗ ମ୍ୟାଚରେ ଖେଳିବାର ମୌକା ମିଳେ ତ ସେ ପ୍ରଥମ କୌଣସି ଖେଳାଳିଙ୍କ ପୁଅ ଭାବେ ଖେଳିବେ। ତାଙ୍କ ପିତା ସଚିନ ତେନ୍ଦୁଲକର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିସାରିଛନ୍ତି। ଏହା ପୂର୍ବରୁ ଅର୍ଜୁନଙ୍କୁ ମୁମ୍ବାଇ ତରଫରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳିବାର ଦେଖିବାକୁ ମିଳିଥିଲା।

ଅର୍ଜୁନ ତେନ୍ଦୁଲକର ଏକ ବାମ ହାତୀ ବୋଲର ଓ ବ୍ୟାଟ୍ସମ୍ୟାନ ଅଟନ୍ତି । ୨୧ ବର୍ଷୀୟ ଏହି ଖେଳାଳି ଏ ପର୍ଯ୍ୟନ୍ତ ୨ ଟି ଟି୨୦ ଖେଳିବାର ନଜର ଆସିଛନ୍ତି। ସେ ୩ ରନ କରି ୨ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି। ସେ ହରିୟାଣା ବିପକ୍ଷରେ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୩୪ ରନ ଦେଇ ୧ ୱିକେଟ ଅକ୍ତିଆର କରିଥିବା ବେଳେ ପୁଡୁଚେରୀ ବିରୁଦ୍ଧରେରେ ୩୩ ରନ ଦେଇ ୧ ୱିକେଟ ଅକ୍ତିଆର କରିଥିଲେ।
ଅର୍ଜୁନ ତେନ୍ଦୁଲକର ଆଇପିଏଲ ଅକ୍ସନରେ ଆସିବା ପରେ କିଛି ଲୋକେ ଆଲୋଚନା କରୁଛନ୍ତି କି ସେ ସଚିନଙ୍କ ପୁଅ।ଏବେ ତାଙ୍କୁ ବାଛିବା ପରେ ପୁଣି ସେହି କଥାର ଆଲୋଚନା ହୋଇପାରେ। ଅନ୍ୟ ଦେଶର କେତେକ ପିତା ଓ ତାଙ୍କ ପୁଅ ଟି୨୦ ଖେଳିସାରିଲେଣି। ପାକିସ୍ତାନର ମୋଇନ ଖାଁଙ୍କ ପୁଅ ଆଜମ ଖାନ,ଦକ୍ଷିଣ ଆଫ୍ରିକାର ମଖୟା ଏନ୍ଟିନିଙ୍କ ପୁଅ ଥୋଡି ଏଣ୍ଟିନି ମଧ୍ୟ ଖେଳିସାରିଲେଣି।

ସଚିନ ତେନ୍ଦୁଲକର ୧୬ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ। ସେ ୯୬ ଟି ଟି ୨୦ ମୁକାବିଲା ଖେଳିଛନ୍ତି। ୩୩ ଔଷତରେ ୨୭୯୭ ରନ କରିଛନ୍ତି। ଏକ ଶତକ ଓ ୨୭ ଅର୍ଦ୍ଧଶତକ ମାରିଛନ୍ତି। ବୋଲିଂ କରି ୨ ୱିକେଟ ମଧ୍ୟ ନେଇଛନ୍ତି। ସଚିନ ୨୦୦ ଟେଷ୍ଟ ଖେଲିବାରେ ଦୁନିଆରେ ଏକ ମାତ୍ର ଖେଳାଳି ଅଟନ୍ତି। ସେ ୪୬୩ ଦିନିକିଆ ଓ ଗୋଟିଏ ତଟି-୨୦ ଇଣ୍ଟରନ୍ୟାସ୍ନାଲ ମ୍ୟାଚ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳିଥିବା ଏକ ମାତ୍ର ଟି ୨୦ ମ୍ୟାଚରେ ୧୦ ରନ କରିଥିଲେ ଓ ୧ ୱିକେଟ ନିଜ ନାମରେ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।