ଅର୍ଜୁନ ତେନ୍ଦୁଲକର:ଏହି ପ୍ରସିଦ୍ଧ ବିଦ୍ୟାଳୟରୁ ଆରମ୍ଭ ହେଲା କ୍ରିକେଟର ଯାତ୍ରା, ଜାଣନ୍ତୁ ତାଙ୍କର ପ୍ରଥମ ବିରଳ ରେକର୍ଡ।

ଜାନୁଆରୀ ୨୦୧୦ରେ,ଅର୍ଜୁନ ତେନ୍ଦୁଲକର ପୁନେରେ ୧୩ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ। ନଭେମ୍ବର ୨୦୧୧ରେ,ସେ ଜମୁଁନବାଇ ନରଶି ବିଦ୍ୟାଳୟର ବିପକ୍ଷରେ ଖେଳିଥିଲେ, ସେ ଏହି ମ୍ୟାଚରେ ୮ଟି ୱେକେଟ ନେଇଥିଲେ ଓ ୨୨ ରନ ଦେଇଥିଲେ।

Google

ଅର୍ଜୁନ ତେନ୍ଦୁଲକର, ସଚିନ ତେନ୍ଦୁଲକରଙ୍କର ୨୧ ବର୍ଷୀୟ ପୁଅ, ବାମହାତୀ ଦ୍ରୁତ ବୋଲର,ପ୍ରଥମ ଥର ସିନିୟର ମୁମ୍ବାଇ ସ୍କ୍ୱାର୍ଡ କ୍ରିକେଟ ଦଳରେ ଯାଗା ବନାଇଥିଲେ। ସେ ଏବେ ଏବେ ଆରମ୍ଭ ହୋଇଥିବା ସୟଦ ମୁସ୍ତାକଅଲି ଟ୍ରଫି ପାଇଁ ୨୨ ଜଣ ସଦସ୍ୟ ଦଳରେ ସାମିଲ ହୋଇଛନ୍ତି।ତେନ୍ଦୁଲକର ଏହା ପୂର୍ବରୁ ଅଲଗା ଅଲଗା ବୟସ ବର୍ଗର ଦଳରେ ଖେଳି ସାରିଛନ୍ତି। ସେ ଭାରତୀୟ ରାଷ୍ଟ୍ରୀୟ ଦଳର ନେଟସରେ ମଧ୍ୟ ବୋଲିଙ୍ଗ କରିଛନ୍ତି ଓ ଭାରତୀୟ ଅଣ୍ଡର-୧୯ ଦଳର ପ୍ରତିନିଧିତ୍ୱ କରିଛନ୍ତି। ମୁମ୍ବାଇ ଦଳର ନେତୃତ୍ୱ ସୂର୍ଯ୍ୟ କୁମାର ଯାଦବ କରୁଛନ୍ତି ଓ ରାଜ୍ୟର ରାଜଧାନୀରେ ନିଜର ସମସ୍ତ ମ୍ୟାଚ ଖେଳିବେ। କଣ ଆପଣ ଜାଣିଛନ୍ତି ଅର୍ଜୁନ ପାଖାପାଖି ୧୨ ବର୍ଷ ବୟସରେ ୨୨ ରନ ଦେଇ ୮ଟି ୱିକେଟ ନେଇଥିଲେ। ଆସନ୍ତୁ ଜାଣିବା କେବେ ଓ କେଉଁଠି।

ପ୍ରକୃତରେ, କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଓ ଡ଼ାଃ. ଅଞ୍ଜଳି ତେନ୍ଦୁଲକରଙ୍କର ପୁଅ ଅର୍ଜୁନ ତେନ୍ଦୁଲକର ଏବେ ଏବେ ନିଜର ବିଦ୍ୟାଳୟର ଶିକ୍ଷା ସମ୍ପୂର୍ଣ୍ଣ କରିଛନ୍ତି।ସେ ନିଜ ଭଉଣୀଙ୍କ ସହ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନଲ ସ୍କୁଲରେ ପଢ଼ୁଥିଲେ। ଏହି ବିଦ୍ୟାଳୟରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେ ବାମହାତୀର ବ୍ୟାଟ୍ସମ୍ୟାନ ଓ ଦ୍ରୁତ ବୋଲର ଅଟନ୍ତି,ଯିଏ ୧୫୫କିମି/ଘଣ୍ଟାର ଗତିରେ ବୋଲିଙ୍ଗ କରିପାରନ୍ତି। ଜାନୁଆରୀ ୨୦୧୦ରେ,ସେ ପୁନେରେ ୧୩ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ ଖେଳିବାର ନଜର ଆସିଥିଲେ। ନଭେମ୍ବର ୨୦୧୧ରେ,ସେ ଜମୁଁନବାଇ ନରଶି ବିଦ୍ୟାଳୟର ବିରୁଦ୍ଧରେରେ ଖେଳିଥିଲେ, ସେ ଏହି ମ୍ୟାଚରେ ୮ଟି ୱିକେଟ ନେଇଥିଲେ ଓ ୨୨ ରନ ଦେଇଥିଲେ।

Google

ଦେଶର ସବୁଠୁ ଦାମୀ ବିଦ୍ୟାଳୟ ମଧ୍ୟରୁ ଏକ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନଲ ସ୍କୁଲର ସ୍ଥାପନା ୨୦୦୩ରେ କରାଯାଇଥିଲା। ଏହି ବିଦ୍ୟାଳୟର ମୁଖ୍ୟ ନିତା ଅମ୍ବାନୀ ଅଟନ୍ତି। ମୁକେଶ ଅମ୍ବାନୀ ନିଜ ପିତାଙ୍କ ସ୍ମୃତିରେ ଏହି ବିଦ୍ୟାଳୟ ଖୋଲିଥିଲେ। ୨.୩ ଏକରର ଖେଳ ପଡିଆ ଓ କଳା ଓ ଯୋଗ କକ୍ଷର ସୁବିଧା ଥିବା ଏହି ବିଦ୍ୟାଳୟର ଲାଇବ୍ରେରିରେ ୪୦,୦୦୦ ବହି ଅଛି। ଏହି ବିଦ୍ୟାଳୟର ଗଣତି ଦେଶର ଶ୍ରେଷ୍ଠ-୧୦ ବିଦ୍ୟାଳୟଗୁଡିକ ମଧ୍ୟରେ(କେତେକ ଶିକ୍ଷଣିୟ ସଂସ୍ଥାଗୁଡିକ ସହ ରାଙ୍କିଙ୍ଗ)ହୋଇଥାଏ। ଅମ୍ବାନୀ ପରିବାରର ପିଲାମାନଙ୍କ ସହ ଦେଶର ଧନୀ ଉଦ୍ୟଗପତି ଓ ନାମିଦାମୀ ବ୍ୟକ୍ତିତ୍ୱଙ୍କ ପିଲାମାନେ ଏହି ବିଦ୍ୟାଳୟରେ ପଢି ବାହାରିଛନ୍ତି।

କହିଦେଉଛୁ କି, ଅର୍ଜୁନ ତେନ୍ଦୁଲକରଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ମୁମ୍ବାଇ,ମହାରାଷ୍ଟ୍ରରେ ହୋଇଥିଲା।ଯେବେ ଅର୍ଜୁନ ତେନ୍ଦୁଲକର ୮ ବର୍ଷର ଥିଲେ, ତେବେ ତାଙ୍କ ପିତା ତାଙ୍କ ପାଇଁ କ୍ରିକେଟ କୋଚିଂ କ୍ଲବ ଜଏନ କରାଇଥିଲେ। ଅର୍ଜୁନ ଗୋରଗାଁଓ କେନ୍ଦ୍ର(ଜୁନ ୨୦୧୨ରେ)ବିରୁଦ୍ଧରେ କ୍ରସ ପଡ଼ିଆରେ ଅଣ୍ଡର ୧୪ ମ୍ୟାଚରେ ହାର ଜିମଖାନ୍ନା ପାଇଁ ଖେଳି ନିଜର ପ୍ରଥମ ଶତକ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *