କୁହାଯାଉଛି କି ୨୫ ମାର୍ଚ୍ଚ ୨୦୧୯କୁ ପାର୍ଥି ଦାସଗୁପ୍ତା ଏକ ଗୁପ୍ତ BARC ଲେଟର ଅର୍ନବ ଗୋସ୍ୱାମୀଙ୍କ ପଠାଇଥିଲେ।କହିଥିଲେ କି ସେ NBA କୁ ଜାମ କରିଦେଇଛନ୍ତି।

ସୋସିଆଲ ମିଡିଆ ଖାସ କରି ଟ୍ୱିଟରରେ ହ୍ଵାର୍ଟସପର କିଛି ସ୍କ୍ରିନଶର୍ଟ ଭାଇରାଲ ହେଉଛି। କୁହାଯାଉଛି କି ଏହି ସ୍କ୍ରିନ ଶର୍ଟ ଟିଆରପି ଅଭିଯୋଗରେ ଫସିଥିବା ରିପବ୍ଲିକ ଟିଭିର ଡ଼ାଇରେକ୍ଟର-ଇନ-ଚିଫ ଅର୍ନବ ଗୋସ୍ୱାମୀ ଓ ଟିଭି ଚ୍ୟାନେଲର ରେଟିଙ୍ଗ କରୁଥିବା ଏଜେନ୍ସି କର୍ମଚାରୀଙ୍କୁ ତତ୍କାଳୀନ ପ୍ରମୁଖ ପାର୍ଥ ଦାସଗୁପ୍ତାଙ୍କ ଭିତରେ ହ୍ଵାର୍ଟସପ ଚାଟର। ଜନସତା ଡ଼ଟ କମ ଇନ ସ୍କ୍ରିନଶର୍ଟ ଦର୍ଶାଇ ନଥାଏ।ଏହି ଆଧାରରେ କଥିତ ଆକାରରେ ଗୋସ୍ୱାମୀ ଓ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ଜାଣିବା।
କୁହାଯାଉଛି କି ୨୫ ମାର୍ଚ୍ଚ ୨୦୧୯କୁ ପାର୍ଥି ଦାସଗୁପ୍ତା ଏକ ଗୁପ୍ତ BARC ଲେଟର ଅର୍ନବ ଗୋସ୍ୱାମୀଙ୍କ ପଠାଇଥିଲେ।କହିଥିଲେ କି ସେ NBA କୁ ଜାମ କରିଦେଇଛନ୍ତି। ଭାଇରାଲ ସ୍କ୍ରିନ ଶର୍ଟରେ ଦେଖାଯାଉଛିକି ଦାସଗୁପ୍ତା ଗୋସ୍ୱାମୀଙ୍କୁ କହୁଛନ୍ତିକି-
ପାର୍ଥ- ରଜତ ମୋ ପରେ ଯାଉଛି,ଆପଣଙ୍କୁ ପିଏମଓ ଜରିଆରେ ଆମକୁ ସାହାଯ୍ୟ କରିବାକୁ ହେବ।
ଅର୍ନବ ଗୋସ୍ୱାମୀ-ଦେଖିନେଇଛି ଓ ଏପରି ହିଁ ହେବ।
ଅର୍ନବ ଗୋସ୍ୱାମୀ-ରଜତଙ୍କ ଏଣ୍ଟ୍ରି ହେବ ନାହିଁ।

ପାର୍ଥ-ନକହି ଆପଣଙ୍କୁ ସାହାଯ୍ୟ କରିଛି।
ଅର୍ନବ ଗୋସ୍ୱାମୀ- ମୁଁ କାଲି ଦିଲ୍ଲୀରେ ରହିବି।
ପାର୍ଥ-ଓ ଅନ୍ୟର ମଧ୍ୟ ଜାମ ଅଛି।
ଅର୍ନବ ଗୋସ୍ୱାମୀ-ଗୁରୁବାରକୁ ପିଏମଙ୍କ ସହ ଭେଟ ହୋଇପାରିବ, ପଢୁଛି।
ପାର୍ଥ-ଦୟାକରି କାହାକୁ କୁହନ୍ତୁ କି ରଜତ, ଏନବିଏ ଓ ଟ୍ରାଇ ଆମକୁ ହଇରାଣ କରୁଛନ୍ତି। ଟ୍ରାଇ ଭୁଲ ଖବର ପ୍ରଚାର କରୁଛି। ମୁଁ ସେହି ଆଡ଼ଭ ଟାଇଜଜର ଷ୍ଟୋରିକୁ ନେଇ ମଧ୍ୟ ବିଜେପିକୁ ସାହାଯ୍ୟ କରିଛି ଓ ଏମଆଇବିର ମଧ୍ୟ କେତେକ କଥାରେ ସାହାଯ୍ୟ କରିଛି।
ଅର୍ନବ ଗୋସ୍ୱାମୀ-ମୁଁ ସକାଳେ ବିମାନରେ ଯିବା ପୂର୍ବରୁ ବା ପହଁଞ୍ଚିବା ପରେ ଆପଣଙ୍କୁ କଲ କରିବି।
ପାର୍ଥ-ମୁଁ ପ୍ୟାରିସ ପାଇଁ ଫ୍ଲାଇଟ ଧରୁଛି।

ଅର୍ନବ ଗୋସ୍ୱାମୀ- ଠିକ ଅଛି,ମତେ ଏହାକୁ ହ୍ୟାଣ୍ଡେଲ କରିବାକୁ ଦିଅନ୍ତୁ।
ପାର୍ଥ-ମୁଁ ଭାରତର ସମୟ ଅନୁସାରେ ୧ ରେ ଲ୍ୟାଣ୍ଡ କରିବି।
ଅର୍ନବ ଗୋସ୍ୱାମୀ- ମୁଁ ଆପଣଙ୍କୁ ପାଖାପାଖି ୨ ଟା ରେ କଲ କରିବି।
ପାର୍ଥ-ହଁ, ତା ପରେ କଥା ହେବା।

ଟ୍ୱିଟରରେ ଏହି ସ୍କ୍ରିନଶର୍ଟ ଭାଇରାଲ ହେବା ପରେ ଅନେକ ୟୁଜର୍ସ ଏହା ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଚାର୍ଟ ଭାରରାଲ ହେବା ପରେ କିଛି ଲୋକ ଅର୍ନବ ଗୋସ୍ୱାମୀଙ୍କ ଉପରେ ପ୍ରଶ୍ନ କରିଛନ୍ତି ତ ଆଉ କିଛି ଗୋସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଯୁକ୍ତି କରୁଛନ୍ତି। ସଶାଙ୍କ ଅରୋଡାଙ୍କ ନାମରେ ଏକ ୟୁଜର୍ସ ଲେଖିଛନ୍ତି,”ଏହା ଶକ୍ତିର ପୁରା ଦୁରୂପ ବ୍ୟବହାର ଅଟେ। ସବୁବେଳେ ହ୍ଵାର୍ଟସପର ଚାର୍ଟ ଲିକ ହୋଇଯାଉଛି।ସତ୍ୟତା କେଉଁଠି?”। ପରବେଜ ଖାନ ନାମରେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି,”କଣ ପାଇଁ ଏହି ବ୍ରେକିଙ୍ଗ ନ୍ୟୁଜକୁ କଭର କରାଯାଉନାହିଁ?”। କିଛି ୟୁଜର୍ସ ଏହି ସ୍କ୍ରିନଶର୍ଟକୁ ମିଛ ବୋଲି କହୁଛନ୍ତି।
ଆପଣଙ୍କୁ କହିରଖିବୁକି ଟିଆରପି ସ୍କେମକୁ ଶୁଣାଣି ପାଇଁ ବମ୍ବେ ହାଇକୋର୍ଟ ୨୯ ଜାନୁଆରୀ ପର୍ଯ୍ୟନ୍ତ ବାତିଲ କରିଦେଇଥିଲା। ସେହିପରି ମୁମ୍ବାଇ ପୋଲିସର କହିବା ଅଟେ କି ଆଗାମୀ ଶୁଣାଣି ଯାଏ ସେମାନେ ଅର୍ନବ ଗୋସ୍ୱାମୀଙ୍କୁ ଗିରଫ କରିବେ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।