ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ନବ ଗୋସ୍ୱାମୀଙ୍କୁ ଜାମିନ ମିଳିଲା । ୨୦୧୮ରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଆର୍କିଟେକଚର ଓ ଇଣ୍ଟେରିୟର ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ସୁପ୍ରିମକୋର୍ଟ ଅର୍ନବଙ୍କୁ ଜାମିନ ମଂଜୁର କଲେ। ଅର୍ନବ ଗୋସ୍ୱାମୀ ୮ଦିନ ପରେ ଜେଲରୁ ମୁକ୍ତି ପାଇବେ।

ସୁପ୍ରିମକୋର୍ଟ ଅର୍ନବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଡି ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିବା ବେଳେ କୋର୍ଟ ପୁଲିସର ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଷ୍ଟିସ ଡି ଚନ୍ଦ୍ରଚୂଡ଼ କହିଛନ୍ତିଯେ, ଘଟଣାର ତଦନ୍ତ ଚାଲୁଥିବା ବେଳେ ଅଭିଯୁକ୍ତଙ୍କୁ ଜାମିନ ନମିଳିବା ଏକ ଅନ୍ୟାୟ ହେବ।
ପ୍ରଥମେ ଅର୍ନବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ପହଞ୍ଚିଥିଲା। ଏହାକୁ ନାମଞ୍ଜୁର କରିବା ପରେ ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଛି। ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଏହି ଦୁଇ ଜଣିଆ ଦଳ ଆଜି ଏହି ମାମଲାର ଶୁଣାଣି କରିଛନ୍ତି।
ବମ୍ବେ ହାଇକୋର୍ଟ ଶୁଣାଣି ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତିଯେ ବମ୍ୱେ ହାଇକୋର୍ଟ ନିଜ ଆଦେଶରେ ୫୦ରୁ ଅଧିକ ପୃଷ୍ଠାର ଏକ ରାୟ ଦେଇଛନ୍ତି। କିନ୍ତୁ ଅର୍ନବ ଗୋସ୍ୱାମୀଙ୍କ ବିରୋଧରେ ଅପରାଧ କଣ ରହିଛି ଉଲ୍ଲେଖ କରାଯାଇନାହିଁ। ଯାହାକୁ ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଥିଲେ। ସେହପରି ଇଣ୍ଟେରିୟର ଡିଜାଇନରଙ୍କ ସହିତ ବକେୟା ଦେବନେବାର ମାମଲା ରହିଛି ତାହେଲେ ଏହା କିଭଳି ଆତ୍ମହତ୍ୟା ପାଇଁ ବାଧ୍ୟ କରାଗଲା ବୋଲି ଜଷ୍ଟିସ ଚନ୍ଦ୍ରଚୁଡ ଟିପ୍ପଣୀ କରିଛନ୍ତି। ବମ୍ୱେ ହାଇକୋର୍ଟଙ୍କ ପାଖରେ ଜାମିନ ଦେବାର ଅଧିକାର ରହିଛି। ଗୋସ୍ୱାମୀଙ୍କ ଅପରାଧକୁ ଉଲ୍ଲେଖ ନକରି ଜାମିନ ଦେବା ନଯିବାକୁ ନେଇ ଜଷ୍ଟିସ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଥିଲେ।
ଅର୍ନବ ଗୋସ୍ୱାମୀଙ୍କ ଓକିଲ ସାଲଭେ କହିଥିଲେ ଜାମିନ ମାଗିବା ସମସ୍ତଙ୍କର ଅଧିକାର। ହେଲେ ତାଙ୍କ କ୍ଲାଏଣ୍ଟଙ୍କୁ ବେଆଇନ ବୋଲି ସିଜିଏମ କହିସାରିଥିବା ବେଳେ ଜାମିନ ମିଳୁନି ବୋଲି ଅର୍ନବ ଗୋସ୍ୱାମୀଙ୍କ ଓକିଲ ସାଲଭେ କହିଛନ୍ତି। ସେ ଆହୁରି କହିଛନ୍ତିଯେ ମୃତକ ଏବଂ ଗୋସ୍ୱାମୀଙ୍କର ସିଧାସଳଖ କୌଣସି ସମ୍ପର୍କ ନାହିଁ। ତେଣୁ କାହିଁକି ଜାମିନ ମିଳୁନି ବୋଲି ଅର୍ନବ ଗୋସ୍ୱାମୀଙ୍କ ଓକିଲ ସାଲଭେ ଜଷ୍ଟିସ ଡି ଚନ୍ଦ୍ରଚୁଡଙ୍କ ଆଗରେ କହିଛନ୍ତି।
ସୂଚନା ଅନୁସାରେ, ଅର୍ନବ ଗୋସ୍ୱାମୀଙ୍କୁ ୨୦୧୮ରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଜଣେ ଆର୍କିଟେକଚର ଓ ଘର ଇଣ୍ଟେରିୟର ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ ତେଣୁ ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।
ଅନଭୟ ନାଏକ ମୃତ୍ୟୁ ପୂର୍ବରୁ ଯେଉଁ ସୁଇସାଇଡ ନୋଟ ଲେଖିଥିଲେ ସେଥିରେ ଅର୍ନବ ଗୋସ୍ୱାମୀ ଓ ରିପବ୍ଲିକ ଟିଭି ତାଙ୍କୁ ହଇରାଣ କରୁଥିବା ଉଲ୍ଲେଖ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।