ଶେଷ ଲିଗ ମ୍ୟାଚରେ ଜିତିଲା ପଞ୍ଜାବ! ଅର୍ସଦୀପଙ୍କୁ ନେଇ ହରପିତ ବ୍ରାରଙ୍କ ବଡ଼ ବୟାନ

ବ୍ୟୁରୋ ରିପୋର୍ଟ: ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ଆଇପିଏଲ ୨୦୨୨ରେ ଶେଷ ଲିଗ ରାଉଣ୍ଡ ମ୍ୟାଚରେ ପଞ୍ଜାଵ କିଙ୍ଗସ ତରଫରୁ ତିନୋଟି ୱିକେଟ ନେଇଥିବା ସ୍ପିନର ହରପ୍ରୀତ ବରାର ନିଜ ସାଥି ଅର୍ସଦୀପଙ୍କର ଟିମ ଇଣ୍ଡିଆର ଚୟନ ହେବା ଦ୍ଵାରା ଖୁସି ଜଣାଇଛନ୍ତି। ସେ ରବିବାରକୁ ହାଇଦ୍ରାବାଦ ବିରୁଦ୍ଧରେ ୨୬ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ କରାଯାଇଥିଲା। ହାଇଦ୍ରାବାଦପ୍ରଥମେ ବ୍ୟାଟିଙ୍ଗ କରି ୮ ୱିକେଟ ହରାଇ ୧୫୭ ରନ କରିଥିଲା। ଏହି ଲକ୍ଷ୍ୟକୁ ପଞ୍ଜାଵ ୧୫.୧ ଓଭରରେ ହାସଲ କରିଥିଲା।

Google

ହରପ୍ରୀତ ବରାର ପଞ୍ଜାଵର ୫ ୱିକେଟରେ ବିଜୟ ପରେ କହିଛନ୍ତି ତାଙ୍କର ପୁରା ଫୋକସ ନିଜର କୌଶଳ ଉପରେ ଥିଲା ଓ ସେ ନିଜ ରଣନୀତିରେ ସଫଳ ହୋଇଛନ୍ତି। ବରାରଙ୍କ ଛଡା ନାଥନ ଏଲିସ ମଧ୍ୟ ତିନୋଟି ୱିକେଟ ନେଇଛନ୍ତି। ହରପ୍ରୀତ ବରାର କହିଛନ୍ତି,”ପିଚକୁ ଦେଖିବା ପରେ ମତେ ଲାଗୁଥିଲାକି ଏଥିରେ ସ୍ପିନରଙ୍କୁ ସାହାଯ୍ୟ ମିଳିପାରିବ। ଏହି ସିଜନରେ ସ୍ପିନରଙ୍କ ଓଭରରେ ବହୁତ ରନ ଆସିଛି କିନ୍ତୁ ମତେ ଲାଗିଲାକି ଏହି ପିଚରେ ମୁଁ ଭଲ ପ୍ରଦର୍ଶନ କରିପାରିବି”।

ସେ ଆଗକୁ କହିଛନ୍ତି,”ମୋର ଲକ୍ଷ୍ୟ ନିଜ ରଣନୀତି ଅନୁସାରେ କାମ କରି ତାଙ୍କୁ ସଫଳ କରାଇବାର ଥିଲା। ମୁଁ ନିଜେ କୌଶଳ ଉପରେ ପୁରା ଫୋକସ ରଖିଥିଲି”। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ନିଜ ସାଥି ଅର୍ସଦୀପଙ୍କ ଚୟନ ଉପରେ ବରାର କହିଛନ୍ତି,”ମୁଁ ତାଙ୍କ ପାଇଁ ବହୁତ ଖୁସି ଅଛି। ତାଙ୍କୁ ଦେଶ ପାଇଁ ଖେଳିବାର ମୌକା ମିଳିଲା,ଯାହା ସବୁ ଖେଳାଳିଙ୍କ ସ୍ୱପ୍ନ ଥାଏ”।

ଅର୍ସଦୀପ ଘରୋଇ କ୍ରିକେଟରେ ପଞ୍ଜାଵ ଟିମରୁ ଖେଳିଥାନ୍ତି। ହରପ୍ରୀତ ବରାର ମଧ୍ୟ ସେହିପଞ୍ଜାଵ ଟିମରୁ ହିଁ ଘରୋଇ କ୍ରିକେଟ ଖେଳିଥାନ୍ତି। ହରପ୍ରୀତ ଆଗକୁ କହିଛନ୍ତି,”ମୁଁ ଆଗାମି ସିଜନରେ ଆହୁରି ପରିଶ୍ରମ କରିବି। ବର୍ତ୍ତମାନ ତ ପରିବାର ସହିତ ସମୟ ବିତାଇବି ତାହାଙ୍କୁ ଚାରି ମାସ ହେବ ଦେଖିନାହିଁ”।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *