ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁ ରହିଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ ଡ୍ର ହେଲା । ଶେଷ ପାରିରେ ଭାରତୀୟ ବ୍ୟାଟିଂ ଯେପରି ହୋଇଛି ତାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସିଡ୍ନୀ ଟେଷ୍ଟର ଶେଷ ଦିନରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୮ ୱିକେଟ ଦରକାର ଥିଲା । ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ଆଗରେ ଅଷ୍ଟ୍ରେଲିଆ ବୋଲର ଶେଷ ପର୍ଯ୍ୟନ୍ତ ଲାଗିଲେ ହେଲେ ତାଙ୍କୁ ସଫଳତା ମିଳିଲା ନାହିଁ। ମ୍ୟାଚରେ ସବୁ ଖେଳାଳି ଯେପରି ଟିମ ୱାର୍କ ଦେଖାଇଲେ ତାହା ବହୁତ ଭଲ ଥିଲା। ଆହତ ଥିଲେ ମଧ୍ୟ ଭାରତୀୟ ମାନେ ଭଲ ବ୍ୟାଟିଂ କଲେ। ଅଶ୍ୱିନ ଓ ବିହାରୀ ପାଖାପାଖି ୪୨ ଓଭର ବ୍ୟାଟିଂ କରି ମ୍ୟାଚକୁ ଡ୍ର କରିବାରେ ସଫଳ ହେଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କ ନାମରେ ଷଷ୍ଠ ୱିକେଟ ପାଇଁ ବଲ ହିସାବରେ ତୃତୀୟ ବଡ଼ ପାର୍ଟନରସିପ କରିବାର ରେକର୍ଡ଼ ନାମ ଦର୍ଜ ହେଲା।

ସିଡନୀ ଟେଷ୍ଟ ମ୍ୟାଚର ୪ ଦିନ ଅଷ୍ଟ୍ରେଲିଆ ଦଳ ଭାରି ରହିଲା କିନ୍ତୁ ଶେଷ ପାଳିରେ ଭାରତୀୟ ବ୍ୟାଟ୍ସମ୍ୟାନ ୪୦୭ ରନର ପିଛା କରିବା ସମୟରେ ଗୋଟିଏ ଥର ମଧ୍ୟ କଷ୍ଟରେ ଦେଖାଗଲେ ନାହିଁ। ରୋହିତ ଓ ଶୁଭମନ ଗିଲଙ୍କୁ ଏକ ଭଲ ଆରମ୍ଭ ମିଳିଲା କିନ୍ତୁ ସେ ତାକୁ ବଡ ସ୍କୋରରେ ବଦଳାଇ ପାରିଲେ ନାହିଁ। ପଞ୍ଚମ ଦିନ ଅଧିନାୟକ ରାହାଣେ ମଧ୍ୟ ବେଶୀ ସମୟ ପର୍ଯ୍ୟନ୍ତ ରହିପାରିଲେ ନାହିଁ । ପୂଜାରା ଓ ପନ୍ତ ପରେ ଭାରତୀୟ ପାଳିକୁ ସମ୍ଭାଳିଲେ। ପନ୍ତ ଯେଉଁ ଢଙ୍ଗରେ ଖେଳୁଥିଲେ ସେହି ସମୟରେ ଲାଗୁଥିଲା କି ଭାରତ ମ୍ୟାଚ ଜିତି ମଧ୍ୟ ପାରିବ କିନ୍ତୁ ତାଙ୍କର ଆଉଟ ହେବା ପରେ ହିଁ ଭାରତର ମ୍ୟାଚ ଜିତିବାର ଆଶା ଭାଙ୍ଗିଗଲା। ଏହା ପରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ଲକ୍ଷ୍ୟ ମ୍ୟାଚ ଡ୍ର କରିବାରେ ହିଁ ରହିଲା। ଅଶ୍ବିନ ଓ ବିହାରୀ ଷଷ୍ଠ ୱି କେଟ ପାଇଁ ୨୫୯ ବଲର ସାମ୍ନା କଲେ। ବଲ ଖେଳିବା ହିସାବରେ ଏହି ଟେଷ୍ଟ ଇତିହାସର ଷଷ୍ଠ ୱିକେଟ ପାଇଁ ତୃତୀୟ ସବୁଠାରୁ ବଡ଼ ଭାଗିଦାରୀ ଥିଲା। ୨୦୧୮ରେ କେ ଏଲ ରାହୁଲ ଓ ରିଷବ ପନ୍ତ ଇଂଲଣ୍ଡ ବିରୁଦ୍ଧରେ ଷଷ୍ଠ ୱିକେଟ ପାଇଁ ୨୬୭ ବଲର ସାମ୍ନା କରିଥିଲେ। ଯେବେକି ସଚିନ ତେନ୍ଦୁଲକର ଓ ନୟନ ମୋଙ୍ଗିଆଙ୍କର ଯୋଡି ୧୯୯୮ରେ ପାକିସ୍ତାନ ବିରୁଦ୍ଧରେ ଷଷ୍ଠ ୱିକେଟ ପାଇଁ ୨୬୬ ବଲର ସାମ୍ନା କରିଥିଲେ।

ଅଶ୍ୱିନ ଓ ହନୁମା ବିହାରୀ ୨୫୯ ବଲର ସାମ୍ନା କଲେ ଓ ୬୬ ରନ କଲେ। ଯେଉଁଥିରେ ଅଶ୍ୱିନ ୧୨୮ଟି ବଲର ସାମ୍ନା କଲେ ସେହିପରି ହନୁମା ବିହାରୀ ୧୩୧ଟି ବଲର ସାମ୍ନା କଲେ। ଅଶ୍ୱିନ ୭ଟି ଚଉକା ସାହାଯ୍ୟରେ ୩୯ ରନର ପାଳି ଖେଳିଲେ ଯେବେକି ହନୁମା ବିହାରୀ ୨୩ ରନ କଲେ।ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ସିରିଜ ୧-୧ରେ ବରାବର ଅଛି। ୨ ଦଳ ମଧ୍ୟରେ ଏହି ସିରିଜିର ଶେଷ ମ୍ୟାଚ ବ୍ରିସବେନରେ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଧାରିତ ହୋଇଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।