ଆର ଅଶ୍ଵିନ ଭାଙ୍ଗିଲେ ଏହି କିମ୍ବଦନ୍ତୀ ବୋଲରଙ୍କ ରେକର୍ଡ, ଏବେ ସମସ୍ତେ ଆଶ୍ଚର୍ଯ୍ୟ।

ଭାରତ ତରଫରୁ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ପ୍ରଦର୍ଶନ ବହୁତ ଭଲ ରହିଲା। ଭାରତର ବୋଲିଂ ତରଫରୁ ତେଣିକି ସେ ଯଶପ୍ରୀତ ବୁମରାହ ହୁଅନ୍ତୁ ଅଥବା ନିଜର ପ୍ରଥମ ମ୍ୟାଚ ଖେଳୁଥିବା ମହମ୍ମଦ ସିରାଜ, ସମସ୍ତେ ଚମତ୍କାର ପ୍ରଦର୍ଶନ କଲେ। ଏହି ମ୍ୟାଚରେ ଆମ ତରଫରୁ ଅଫ ସ୍ପିନର ଆର ଅଶ୍ୱିନ ବୋଲିଂକୁ ଲୋଡ଼ କଲେ। ଆମ ଭାରତର ବର୍ତ୍ତମାନ ଟିମର ସବୁଠାରୁ ଅନୁଭବୀ ବୋଲର ଆର ଅଶ୍ଵିନ ଏହି ମ୍ୟାଚରେ ପ୍ରାୟ ୫ ବିକେଟ ନେଲେ। ସେ ପ୍ରଥମ ଇନିଂସରେ ୩ଟି ଆଉ ଦ୍ୱିତୀୟ ଇନିଂସ ରେ ୨ଟି ୱିକେଟ ନେଇକି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କଲେ। ଆଉ ଏହି ପ୍ରଦର୍ଶନ ଭିତରେ ସେ ମୁରଲୀଧରନଙ୍କର ରେକର୍ଡ ବି ଭାଙ୍ଗି ଦେଲେ।

Google
ଅଶ୍ଵିନ ବନେଇଲେ ବିଶ୍ୱ ରେକର୍ଡ:

ଯେମିତି ହିଁ ଆର ଅଶ୍ୱିନ ଅଷ୍ଟ୍ରେଲିଆର ବାମହାତୀ ବ୍ୟାଟ୍ସମ୍ୟାନ ଜୋସ ହେଜେଲଉଡ଼ଙ୍କୁ ଆଉଟ କଲେ ସେ ତାଙ୍କ ନିଜ ନାମରେ ଏକ ରେକର୍ଡ କଲେ। ସେ ଏହି ଥର ପ୍ରାୟ ୧୯୨ତ୍ତମ ଥର କେହି ବାମ ହାତୀ ବ୍ୟାଟ୍ସମ୍ୟାନଙ୍କୁ ଟେଷ୍ଟ କ୍ରିକେଟରେ ଆଉଟ କଲେ। ତାଙ୍କ ପୂର୍ବରୁ ଏହି ରେକର୍ଡ କିମ୍ବଦନ୍ତୀ ସ୍ପିନର ମୁରଲୀଧରନଙ୍କ ନାମରେ ଥିଲା। ସେ ତାଙ୍କ ଜୀବନର ୮୦୦ ଟେଷ୍ଟ ବିକେଟ ଭିତରୁ ପ୍ରାୟ ୧୯୧ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ଥିଲେ। ମାତ୍ର ଅଶ୍ୱିନ ତାଙ୍କ ଜୀବନର ମାତ୍ର ୩୭୫ ୱିକେଟ ଭିତରୁ ହିଁ ୧୯୨ ଥର ବାମହାତୀ ବ୍ୟାଟ୍ସମ୍ୟାନ ମାନଙ୍କୁ ଆଉଟ କରି ଦେଇ ଥିଲେ। ଦ୍ରୁତ ବୋଲର ମାନଙ୍କ କଥା କହିବା ତ ଏହି ସୂଚୀରେ ସବୁଠୁ ଉପରେ ଇଂଲଣ୍ଡର ଦ୍ରୁତ ବୋଲର ଯେମସ ଆଣ୍ଡର୍ଶନ ଅଛନ୍ତି। ଇଂଲଣ୍ଡର ଏହି କିମ୍ବଦନ୍ତୀ ବୋଲର ପ୍ରାୟ ୧୮୬ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଅଭିଲିଅନର ପଠାଇଛନ୍ତି।

Google

ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜରେ ଅଶ୍ଵିନ ଅଲଗା ହିଁ ରଙ୍ଗରେ ନଜର ଆସିଛନ୍ତି। ସାଧାରଣ ଭାବେ ତାଙ୍କୁ ବିଦେଶୀ ମାଟିରେ ଏକ ସାଧାରଣ ବୋଲର ଭାବେ ମାନା ଯାଇଥାଏ। ମାତ୍ର ଏହି ସିରିଜ ରେ ଆମର ଏହି କିମ୍ବଦନ୍ତୀ ବୋଲର ଷ୍ଟିଭ ସ୍ମିଥ ଭଳି ବ୍ୟାଟ୍ସମ୍ୟାନଙ୍କୁ ଦୁଇ ଦୁଇ ଥର ଏକ ଅଙ୍କ ବିଶିଷ୍ଟ ସ୍କୋରରେ ଆଉଟ କରିଛନ୍ତି। ଏହି ସିରିଜରେ ଅଶ୍ୱିନ ଦୁଇଟି ମ୍ୟାଚ ଖେଳିକି ୧୦ଟି ୱିକେଟ ନେଇ ସାରିଛନ୍ତି। ଆପଣଙ୍କୁ କହି ରଖୁଛୁ କି ଏଡିଲେଡ଼ ଟେଷ୍ଟ ମ୍ୟାଚରେ ବି ଅଶ୍ୱିନ ପ୍ରଥମ ପାଳିରେ ୪ଟି ଆଉ ଦ୍ଵିତୀୟରେ ଗୋଟେ ୱିକେଟ ନେଇଥିଲେ। ଏହା ସହ ଏହି ବୋଲର ନିଜର ୭୩ ମ୍ୟାଚରେ ୩୭୫ ୱିକେଟ ନେଇ ସାରିଛି। ୩୪ ବର୍ଷୀୟ ଏହି ଚାମ୍ପିୟନ ବୋଲର ସାବ୍ୟସ୍ତ କରିଛନ୍ତି କି ତାଙ୍କ ଭିତରେ ଆହୁରି ଅନେକ କ୍ରିକେଟ ଖେଳିବା ରହିଛି। ତାଙ୍କର ପ୍ରଦର୍ଶନ ଯଦି ଏହିପରି ରହେ ତେବେ ସେ ଅଷ୍ଟ୍ରେଲିଆ ମାଟିରେ ଭାରତକୁ ସିରିଜ ବି ଜିତେଇ ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *