IND vs ENG: ଭାରତୀୟ ଦଳକୁ ଲାଗିଲା ଶକ୍ତ ଧକ୍କା! କରୋନା ପଜିଟିଭ ଚିହ୍ନଟ ହେଲେ ଅଶ୍ୱିନୀ!

ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ କରୋନା ପଜେଟିଭ ହୋଇଛନ୍ତି। କୋଭିଡ-୧୯ ପଜେଟିଭ କାରଣରୁ ଅଶ୍ୱିନୀ ଭାରତୀୟ ସହିତ ଇଂଲଣ୍ଡ ଗ୍ରସ୍ତରେ ଯାଇପାରିନାହାଁନ୍ତି। ଟିମ ଇଣ୍ଡିଆ ୧୬ ଜୁନକୁ ଇଂଲଣ୍ଡ ଯାଇଛି। ଅଶ୍ୱିନୀ ଏହି ସମୟରେ କ୍ୱାରେଣ୍ଟାଇନ ଅଛନ୍ତି। ଭାରତୀୟ ଟିମ ଲିଷ୍ଟସାୟର ଗ୍ରାଉଣ୍ଡରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି,ଯେଉଁଠି ତାକୁ ୨୪ ଜୁନରୁ ଅଭ୍ୟାସ ମ୍ୟାଚ ଖେଳିବାର ଅଛି। ଏହା ପରେ ଟିମ ଇଣ୍ଡିଆ ୧ ଜୁଲାଇରୁ ଇଂଲଣ୍ଡ ବିରୁଦ୍ଧରେ ଏଜବେଷ୍ଟନରେ ଟେଷ୍ଟ ମ୍ୟାଚ ଖେଳିବାର ଅଛି।

ପିଟିଆଇ ଅନୁସାରେ,ଆର ଅଶ୍ୱିନୀ କରୋନାର ସମସ୍ତ ପ୍ରୋଟୋକଲ ପାଳନ ପରେ ହିଁ ଇଂଲଣ୍ଡ ଯିବେ। ବିରାଟ କୋହଲି,ଚେତେଶ୍ୱର ପୂଜାରାଙ୍କ ସହିତ ଅନେକ ଖେଳାଳି ୧୬ ଜୁନକୁ ଇଂଲଣ୍ଡ ଗ୍ରସ୍ତରେ ଯାଇଛନ୍ତି। ଅଧିନାୟକ ରୋହିତ ଶର୍ମା ଗୋଟେ ଦିନ ପରେ ଇଂଲଣ୍ଡ ଗଲେ। ରିଷଭ ପନ୍ତ ଓ ଶ୍ରେୟସ ଅୟର ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜ ପରେ ସୋମବାରକୁ ଇଂଲଣ୍ଡ ଯାଇଛନ୍ତି।

ଲିଷ୍ଟସାୟର ବିରୁଦ୍ଧରେ ଅଭ୍ୟାସ ମ୍ୟାଚ ଖେଳିପାରିବେ ନାହିଁ ଅଶ୍ୱିନୀ:

ଲିଷ୍ଟସାୟର ଅଶ୍ୱିନୀ ଅଭ୍ୟାସ ମ୍ୟାଚ ଖେଳିପାରିବେ ନାହିଁ ଯାହା ଶୁକ୍ରବାରକୁ ଖେଳାଯିବ। କିନ୍ତୁ ସେ ଟେଷ୍ଟ ମ୍ୟାଚ ଖେଳିବାର ଆଶା ଅଛି। ଏହି ଟେଷ୍ଟ ମ୍ୟାଚ ପୂର୍ବ ବର୍ଷ କରୋନା କାରଣରୁ ବାକିଥିବା ଟେଷ୍ଟ ମ୍ୟାଚ ଅଟେ। ପୂର୍ଵ ବର୍ଷ ଭାରତ ଇଂଲଣ୍ଡ ଗ୍ରସ୍ତରେ ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ ଟି ମ୍ୟାଚ ଖେଳିଥିଲା ଯାହାର ଗୋଟେ ମ୍ୟାଚ କରୋନା କାରଣରୁ ସ୍ଥଗିତ ଥିଲା। ସିରିଜ ଏବେ ୨-୧ରେ ଭାରତ ଆଗୁଆ ଅଛି।

ଆର ଅଶ୍ୱିନୀ ୟୁକେ ଯିବା ପୂର୍ବରୁ ହେଲେ କରୋନା ସଂକ୍ରମଣ:

ପିଟିଆଇ ବିସିସିଆଇ ତରଫରୁ କହିଛି,”ଆର ଅଶ୍ୱିନୀ ଟିମ ସହିତ ୟୁକେ ଯାଇପାରିଲେ ନାହିଁ।କାରଣ ଯିବା ପୂର୍ବରୁ ସେ କୋଭିଡ-୧୯ ପିଜେଟିଭ ହୋଇଥିଲେ”। ଅଶ୍ୱିନୀ ଆଇପିଏଲ ୨୦୨୨ରେ ରାଜସ୍ଥାନ ଟିମରେ ଥିଲେ। ଆଇପିଏଲ ୨୦୨୨ର ଫାଇନାଲ ମଧ୍ୟ ଅଶ୍ୱିନୀ ଖେଳିଥିଲେ। ଆଇପିଏଲର ବାୟୋ ବବୁଲରୁ ବାହାରିବା ପରେ ଅଶ୍ୱିନୀ ଚେନ୍ନାଇରେ ଟିଏନସିଏ ଡିଭିଜନ ୧ ଲିଗରେ ଅଂଶ ଗ୍ରହଣ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *