ଇଣ୍ଡିଆ ଟିମର ଅନୁଭବୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ରବିବାରକୁ ହରଭଜନ ସିଂହଙ୍କୁ ପଛରେ ଛାଡିଦେଇ ଭାରତୀୟ ଗ୍ରାଉଣ୍ଡରେ ସବୁଠୁ ଅଧିକ ୱିକେଟ ନେଇଥିବା ସୂଚରେ ଦ୍ୱିତୀୟ ନମ୍ବରରେ ପହଁଚି ଯାଇଛନ୍ତି। ଅଶ୍ୱିନୀ ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ନିଜ ସୁନ୍ଦର ବୋଲିଙ୍ଗ ଦ୍ଵାରା ବେନ ଷ୍ଟୋକସଙ୍କୁ ଆଉଟ କରିବା ପରେ ହରଭଜନଙ୍କୁ ପଛରେ ପକାଇଦେଲେ।

ଏହା ସହିତ ଅଶ୍ୱିନୀ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୨୦୦ ବାମହାତୀ ବ୍ୟଟ୍ସମ୍ୟାନଙ୍କୁ ଆଉଟ କରିଥିବା ପ୍ରଥମ ଖେଳାଳି ହୋଇଯାଇଛନ୍ତି। ତାଙ୍କର ଅଧିକ ଶିକାର ହୋଇଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ଡେଭିଡ଼ ୱାନର। ଅଶ୍ୱିନୀ ତାଙ୍କୁ ଟେଷ୍ଟରେ ଏବେ ପର୍ଯ୍ୟନ୍ତ ୧୦ ଥର ଆଉଟ କରିଛନ୍ତି। ତା ଛଡା ଇଂଲଣ୍ଡର ଏଲେଷ୍ଟେୟର କୁକ ଓ ବେନ ଷ୍ଟୋକସଙ୍କୁ ୯-୯ ଥର ଆଉଟ କରିଛନ୍ତି।
ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ମାମଲାରେ ଶ୍ରୀଲଙ୍କାର ମୁଥୟା ମୁରଲିଧରନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।ସେ ନିଜ ଟେଷ୍ଟ କ୍ୟାରିୟରରେ ୧୩୩ ମ୍ୟାଚରେ ମୋଟ ୮୦୦ ୱିକେଟ ଅକ୍ତିଆର କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରରେ ୧୯୧ ଜଣ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି। ସେ ଦୁନିଆର ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ଅଟନ୍ତି।

ହରଭଜନଙ୍କ ନାମରେ ୨୮.୭୬ ଔସତରେ ୨୬୫ ୱିକେଟ ଅଛି। ସେହିପରି ଅଶ୍ୱିନୀଙ୍କ ନାମରେ ଏବେ ପର୍ଯ୍ୟନ୍ତ ୨୬୯ (ଦ୍ୱିତୀୟ ଇଂନିସର ବୋଲିଙ୍ଗ କରିନାହାଁନ୍ତି) ୱିକେଟ ଅଛି।ଭାରତରେ ସବୁଠୁ ଅଧିକ ୱିକେଟ ନେଇଥିବା ରେକର୍ଡ଼ ଅନୀଲ କୁମ୍ବଲେଙ୍କ ନାମରେ ଅଛି। ସେ ଦେଶ ପାଇଁ ୩୫୦ ୱିକେଟ ଅକ୍ତିଆର କରିଛନ୍ତି। ଭାରତରେ ସର୍ବାଧିକ ଟେଷ୍ଟ ନେବା ରେକର୍ଡରେ ପ୍ରଥମ ତିନି ନମ୍ବରରେ ତିନିଜଣ ସ୍ପିନର ଅଛନ୍ତି। ଦ୍ରୁତ ବୋଲିଙ୍ଗରେ କପିଲ ଦେବ ୨୧୯ ୱିକେଟ ଅକ୍ତିଆର କରିଛନ୍ତି।
ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଥର ୫ ବା ତା ଠୁ ଅଧିକ ୱିକେଟ ନେବା ମାମଲାରେ ଅଶ୍ୱିନୀ ଦୁନିଆରେ ୭ ସ୍ଥାନରେ ପହଁଚିଯାଇଛନ୍ତି। ଏହି ମାମଲାରେ ମୁରଲୀଧରନ ଶୀର୍ଷରେ ଅଛନ୍ତି । ମୁରଲୀଧରନ ନିଜ କ୍ୟାରିୟରରେ ୬୭ ଥର ଏହିପରି କରିଛନ୍ତି। ଅନୀଲ କୁମ୍ବଲେ ଟେଷ୍ଟରେ ସବୁଠୁ ଅଧିକ ଥର ୫ ୱିକେଟ ନେଇଥିବା ଭାରତୀୟ ବୋଲର ଅଟନ୍ତି।

ଅଶ୍ୱିନୀ କୌଣସି ଏକ ବିରୋଧି ଟିମ ବିରୁଦ୍ଧରେ ସବୁଠୁ ଅଧିକ ୫ ବା ତା ଠୁ ଅଧିକ ୱିକେଟ ନେଇଥିବା ଭାରତୀୟ ଖେଳାଳି ଅଟନ୍ତି। ଏହି ମାମଲାରେ ସେ ଦୁନିଆରେ ଦ୍ୱିତୀୟ ନମ୍ବରରେ ଅଛନ୍ତି ପ୍ରଥମ ନମ୍ବରରେ ମୁରଲିଧରନ ଅଛନ୍ତି। ମୁରଲୀଧରନ ଗୋଟେ ଟିମ ବିରୁଦ୍ଧରେ ୯ ଥର ୫ ୱିକେଟ ଅକ୍ତିଆର କରିଛନ୍ତି। ଅଶ୍ୱିନୀ ଦକ୍ଷିଣଆଫ୍ରିକା, ନ୍ୟୁଜଲ୍ୟାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିରୁଦ୍ଧରେ ୪ ଥର ଲେଖା ୫ ୱିକେଟ ନେଇସାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।