IND VS ENG: ଅଶ୍ବିନୀ କଲେ ଆଉ ଏକ ବିରଳ ରେକର୍ଡ,୧୧୪ ବର୍ଷ ପରେ ଘଟିଲା ଏମିତି ମହାସଂଯୋଗ।

ଅନୁଭବୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟ ଇତିହାସରେ ପାରିର ପ୍ରଥମ ବଲରେ ୱିକେଟ ନେଇ ଏକ ଇତିହାସ ରଚିଛନ୍ତି। ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ଦ୍ଵିତୀୟ ପାଳିରେ ସେ ପ୍ରଥମ ବଲରେ ରୋରି ବର୍ନ୍ସଙ୍କ ୱିକେଟ ନିଜ ନାମରେ କରିଥିଲେ।

Google

ଟେଷ୍ଟ କ୍ରିକେଟ ଇତିହାସରେ କେବଳ ଏମିତି ୩ ଥର ହୋଇଛି ଯେ ଏକ ସ୍ପିନର ପାରିର ପ୍ରଥମ ବଲରେ ୱିକେଟ ଅକ୍ତିଆର କରିଛନ୍ତି। ୧୮୮୮ରେ ବବି ପିଲ ,୧୯୦୭ରେ ବର୍ଟ ବୋଗଲେର ମ୍ୟାଚର ପ୍ରଥମ ବଲରେ ୱିକେଟ ନେଇଛନ୍ତି।ଅଶ୍ୱିନ ୧୧୪ ବର୍ଷ ପରେ ସ୍ପିନର ଭାବେ ପାରିର ପ୍ରଥମ ବଲରେ ୱିକେଟ ନେଇଛନ୍ତି।

ରବିଚନ୍ଦ୍ରନ ଅଶ୍ୱିନ ୫୫.୧ ଓଭର ପକେଇ ୧୪୬ ରନ ଦେଇଥିଲେ। ଏଥି ମଧ୍ୟରେ ୫ ଓଭର ମେଡେନ ଥିଲା। ସେ ୨.୬୦ ଇକୋନମିରେ ୩ ୱିକେଟ ଅକ୍ତିଆର କରିଥିଲେ। ଅଶ୍ୱିନ ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ଏତେ ଓଭର ପକେଇଲେ।

ଏହାଛଡା ଅଶ୍ୱିନ ଭାରତର ପ୍ରଥମ ପାଳିରେ ୯୧ ବଲରେ ୩ ଚୋୖକା ଓ ୧ ଛକା ସହାୟତାରେ ୩୧ ରନ କଲେ। ସେ ୱାଶିଂଟନ ସୁନ୍ଦରଙ୍କ ସହ ୭ମ ୱିକେଟ ପାଇଁ ୮୦ ରନର ଭାଗିଦାରୀ କରିଥିଲେ।

Google

ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ପାଳିରେ ୩୩୭ ରନ କଲା। ହେଲେ ଇଂଲଣ୍ଡ ପ୍ରଥମ ପାରିରେ ୫୭୮ ରନ ବନେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *