IND VS ENG: ଅଶ୍ବିନୀ କଲେ ଆଉ ଏକ ବିରଳ ରେକର୍ଡ, ଏହା କରିବାରେ ବନିଲେ ପ୍ରଥମ ବୋଲର।

ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଏକ ମଝବୁତ ସ୍ଥିତିରେ ପହଁଚିଯାଇଛି। ଟିମର ପ୍ରଥମ ପାରିରେ ୩୨୯ ରନର ଜବାବରେ ଇଂଲଣ୍ଡ ମାତ୍ର ୧୩୪ ରନ କରି ଅଲଆଉଟ ହୋଇଗଲା। ଏହିପରି ଭାରତ ୧୯୫ ରନରେ ଆଗୁଆ ହୋଇଯାଇଛି। ଅଫ ସ୍ପିନର ଅଶ୍ୱିନୀ ୫ ଟି ୱିକେଟ ଅକ୍ତିଆର କରିଥିଲେ। ସେ ବାମହାତୀ ବ୍ୟାଟ୍ସମ୍ୟାନ ବେନ ଷ୍ଟୋକସ, ମୋଇନ ଅଲ୍ଲୀ ଓ ଷ୍ଟୁଆର୍ଟ ବ୍ରର୍ଡ଼ଙ୍କୁ ଆଉଟ କରିଥିଲେ। ଏହା ସହିତ ସେ ଟେଷ୍ଟରେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି। ଏପରି କରିଥିବା ସେ ଦୁନିଆର ପ୍ରଥମ ବୋଲର ଅଟନ୍ତି। ଅଶ୍ୱିନୀ ୨୯ ଥର ୫ ଟି ୱିକେଟ ନିଜ ନାମରେ କରିଛନ୍ତି।

Google
ମୋଟ ୱିକେଟରୁ ୫୧% ବାମହାତୀ ବ୍ୟାଟ୍ସମ୍ୟାନ:

ଏହା ଅଶ୍ୱିନୀଙ୍କର ୭୬ ତମ ଟେଷ୍ଟ ମ୍ୟାଚ ଅଟେ ଓ ସେ ଏବେ ପର୍ଯ୍ୟନ୍ତ ୩୯୧ ୱିକେଟ ନେଇସାରିଛନ୍ତି। ଏଥିରୁ ସେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି ମାନେ ୫୧% ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି।ଏହା ମଧ୍ୟ ଦୁନିଆରେ ସବୁଠୁ ଅଧିକ। ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ୧୯୧ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହା ତାଙ୍କର ମୋଟ ୱିକେଟର ମାତ୍ର ୨୪% ଅଟେ। ମୁରଲୀଧରନ ଟେଷ୍ଟରେ ସବୁଠୁ ଅଧିକ ୮୦୦ ୱିକେଟ ଅକ୍ତିଆର କରିଛନ୍ତି। ଇଂଲଣ୍ଡର ଜେମ୍ସ ଏଣ୍ଡରସନ ୧୯୦ ,ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ ଓ ସେନ ୱାନ ମଧ୍ୟ ୧୭୨-୧୭୨ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି।

Google
ୱାନରଙ୍କୁ ସବୁଠୁ ଅଧିକ ୧୦ ଥର ଆଉଟ କରିଛନ୍ତି ଅଶ୍ୱିନୀ:

ଅଶ୍ୱିନୀ ଟେଷ୍ଟରେ ସବୁଠୁ ଅଧିକ ଯେଉଁ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଛନ୍ତି ସେ ହେଉଛନ୍ତି ଅଷ୍ଟ୍ରେଲିଆର ଡେଭିଡ଼ ୱାନର। ଅଶ୍ୱିନୀ ତାଙ୍କୁ ୧୦ ଥର ଆଉଟ କରିଛନ୍ତି। ଏହା ଛଡା ଇଂଲଣ୍ଡର ଏଲେଷ୍ଟେୟର କୁକ ଓ ବେନ ଷ୍ଟୋକଙ୍କୁ ୯-୯ ଥର ଆଉଟ କରିଛନ୍ତି।

Google
ଅଶ୍ୱିନୀ ଘରୋଇ ଗ୍ରାଉଣ୍ଡରେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ୨ ନମ୍ବରରେ, ହରଭଜନ ସିଂହଙ୍କୁ ଛାଡିଲେ ପଛରେ:

ଅଶ୍ୱିନୀ ଘରୋଇ ଗ୍ରାଉଣ୍ଡରେ ୨୬୮ ୱିକେଟ ଅକ୍ତିଆର କରିଛନ୍ତି। ଏହା ସହିତ ସେ ପୂର୍ବ ଖେଳାଳି ହରଭଜନ ସିଂହଙ୍କୁ ପଛରେ ଛାଡି ଏହି ମାମଲାରେ ଦ୍ୱିତୀୟ ନମ୍ବରରେ ପହଁଚିଯାଇଛନ୍ତି। ହରଭଜନ ୨୬୫ ୱିକେଟ ନେଇଥିଲେ। ଏହି ମାମଲାରେ ଏକ ନମ୍ବରରେ ଅଛନ୍ତି ଅନୀଲ କୁମ୍ବଲେ। ସେ ୩୫୦ ୱିକେଟ ଅକ୍ତିଆର କରିଛନ୍ତି। ପୂର୍ଵ କ୍ରିକେଟର କପିଲ ଦେବ ୨୧୯ ୱିକେଟ ସହ ଚତ୍ରୁର୍ଥ ନମ୍ବରରେ ରହିଛନ୍ତି। ଆଉ କେଉଁ ଭାରତୀୟ ବୋଲର ଘରୋଇ ଗ୍ରାଉଣ୍ଡରେ ୨୦୦ ରୁ ଅଧିକ ୱିକେଟ ଅକ୍ତିଆର କରିନାହାଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *