ପୂର୍ଵ ଅନେକ ସମୟରୁ ଟି-୨୦ ଓ ଦିନିକିଆ ମ୍ୟାଚରୁ ବାହାରେ ରହିଥିବା ଆର ଅଶ୍ୱିନୀ ଏହି ଫର୍ମାଟକୁ ଫେରିବାକୁ ନେଇ ବୟାନ ଦେଇଛନ୍ତି। ଅଶ୍ୱିନୀ କହିଛନ୍ତି ଏକଦିବସିୟ ଓ ଟି-୨୦ ସିରିଜକୁ ଫେରିବା ହାସ୍ୟସ୍ପଦ କଥା ଅଟେ କାରଣ ସେ ନିଜ ଇଣ୍ଟରନେସନାଲ କ୍ୟାରିୟରକୁ ନେଇ ସାଟିସଫାଏ ଅଛନ୍ତି।

ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଂଶ ଆର ଅଶ୍ୱିନୀ ଜୁଲାଇ ୨୦୧୭ ପରଠୁ ଗୋଟେ ମଧ୍ୟ ସୀମିତ ଓଭର ମ୍ୟାଚ ଖେଳିନାହାଁନ୍ତି। କିନ୍ତୁ ସେ ଆଇପିଏଲ ଖେଳିଥାନ୍ତି।
ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ସମୟରେ ଅଶ୍ୱିନୀ କହିଛନ୍ତି ବେଳେବେଳେ ଜୀବନରେ ଏପରି ସମୟ ଆସିଥାଏ ଯେବେ ଆପଣଙ୍କୁ ନିଜ ସହ ଲଢ଼ିବାକୁ ପଡିଥାଏ। ମୁଁ ନିଜେ ଜୀବନରେ ସନ୍ତୁଳନ ରଖିବାକୁ ଚାହୁଁଛି। ସେ କହିଛନ୍ତି ମୁଁ ଜାଣିଛି କିପରି ନିଜ ସହ ଲଢ଼ିବାକୁ ପଡିବ।

ଇଂଲଣ୍ଡ ବିରୁଦ୍ଧରେ ଅଳ୍ପଦିନ ତଳେ ଖେଳାଯାଇଥିବା ଟେଷ୍ଟ ସିରିଜରେ ନିଜର ୪୦୦ ତମ ୱିକେଟ ପୁରା କରିଥିବା ଅଶ୍ୱିନୀ କହିଛନ୍ତି ଯେବେବି ସୀମିତ ଓଭର କ୍ରିକେଟରେ ମୌକା ମିଳିବ ସେ ମ୍ୟାଚ ଜିତାଇ ପାରିବେ।
ସେ କହିଛନ୍ତି ଏବେ ମୁଁ ଏହିପରି ସ୍ଥିତିରେ ଅଛି ଯେବେ ମୁଁ ମ୍ୟାଚ ଖେଳିବାକୁ ଯିବି ମୁହଁରେ ହସ ରହିଥିବା ଆବଶ୍ୟକ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।