IND VS AUS: ଆର ଅଶ୍ୱିନଙ୍କ ବଲରେ ଏମିତି କଣ ଖାସ ଥିଲା ଯେଉଁଥିରେ ଷ୍ଟିଭ ସ୍ମିଥଙ୍କୁ ଆତ୍ମସମର୍ପଣ କରିବାକୁ ପଡିଲା।

ଯେ କୌଣସି ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳେ ତାଙ୍କର ସବୁଠାରୁ ବିପଦ ଷ୍ଟିଭ ସ୍ମିଥ ହିଁ ହୋଇଥାନ୍ତି। ଦୁନିଆର ୧ ନଂ ବ୍ୟାଟ୍ସମ୍ୟାନ ଯେବେ ବ୍ୟାଟିଂ କରିବା ପାଇଁ ଓହ୍ଲାଏ ତେବେ ତାକୁ ଆଉଟ କରିବା କଷ୍ଟସାଧ୍ୟ ହୋଇଥାଏ। ସେ ରନ କରି ଚାଲନ୍ତି ଓ ବିରୋଧୀ ଟିମ ଠାରୁ ମ୍ୟାଚ ଛଡେଇ ଆଣନ୍ତି। ହେଲେ ଏଡିଲେଡ଼ର ପ୍ରଥମ ଟେଷ୍ଟରେ ଏମିତି ହେବାକୁ ଭାରତୀୟ ଦଳ ଦେଲା ନାହିଁ। ଅଫ ସ୍ପିନର ଅଶ୍ୱିନ ଷ୍ଟିଭ ସ୍ମିଥଙ୍କୁ ତାଙ୍କ ଚମତ୍କାର ବୋଲିଂରେ ଫସେଇଦେଲେ। ସ୍ମିଥ ତାଙ୍କ ପ୍ରଥମ ପାରିରେ ୨୯ ବଲରେ ମାତ୍ର ୧ ରନ କରି ଆଉଟ ହେଲେ। ଆସନ୍ତୁ ଜାଣିବା ଅଶ୍ୱିନ କିପରି ଷ୍ଟିଭ ସ୍ମିଥଙ୍କୁ ଫସେଇଲେ।

Google
ଆର ଆଶ୍ୱିନଙ୍କ ବଲରେ କାହିଁକି ଆଉଟ ହୋଇଗଲେ ଷ୍ଟିଭ ସ୍ମିଥ:

ଏଡିଲେଡ଼ ଟେଷ୍ଟରେ ଷ୍ଟିଭ ସ୍ମିଥଙ୍କ ଉପରେ ପ୍ରେସର ପକେଇଲେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସାମୀ। ଏହି ଦୁଇ ବୋଲର ଷ୍ଟିଭ ସ୍ମିଥଙ୍କୁ ରନ କରିବାକୁ ଦେଲେ ନାହିଁ। ସେ ଏକ ଥର ମଧ୍ୟ ରନ ଆଉଟରୁ ବଞ୍ଚିଲେ। ଏଡିଲେଡ଼ ଟେଷ୍ଟରେ ସ୍ମିଥ ପ୍ରେସରରେ ଦେଖାଗଲେ ସେଥିପାଇଁ ଅଧିନାୟକ ଅଶ୍ୱିନଙ୍କୁ ବୋଲିଂ ପାଇଁ ଦେଲେ।ତାଙ୍କୁ ବୋଲିଂ ଦେବାପରେ ସ୍ମିଥ ସହଜରେ ଦେଖାଗଲେ କାହିଁକିନା ସେ ସ୍ପିନରଙ୍କୁ ଭଲ ଖେଳନ୍ତି ହେଲେ ହେଲା କିଛି ଅଲଗା।

ଅଶ୍ୱିନଙ୍କ ଡ୍ରିଫ୍ଟ ନେଇଗଲା,ଷ୍ଟିଭଙ୍କ ୱିକେଟ:

ଆର ଅଶ୍ୱିନଙ୍କ ଶେଷ ବଲରେ ସ୍ମିଥ ଚକ୍ଷ୍ମା ଖାଇଗଲେ ଏହି ଚକ୍ଷ୍ମା ସେ ଟର୍ଣରୁ ନୁହେଁ ଡ୍ରିଫ୍ଟରୁ ଖାଇଲେ। ତାଙ୍କ ବଲରେ ପବନରେ ହାଲକା ବାହାରକୁ ଆସିଲା ପରେ ସିଧା ରହିଲା।ଏହାପରେ ବଲ ବ୍ୟାଟର କଣକୁ ଛୁଇଁ ସ୍ଲିପରେ ରାହାଣେଙ୍କ ହାତରେ ବଲ ପଡିଲା।

Google
ସ୍ମିଥଙ୍କ ଆଉଟ ହେବା ବଡ଼ ସଫଳତା:

ସ୍ମିଥଙ୍କ ଆଉଟ ହେବା ବଡ ସଫଳତା କାହିଁକିନା ଭାରତ ବିପକ୍ଷ ପୂର୍ବ ୮ ଟି ଟେଷ୍ଟ ମ୍ୟାଚରେ ସେ ୭ ଟି ଶତକ ମାରିଛନ୍ତି । ଆପଣଙ୍କୁ କହିଦେବୁ କି ଭାରତ ବିପକ୍ଷ ୨୧ ଟି ଟେଷ୍ଟ ପାରି ପରେ ସ୍ମିଥ ୫ ରନ ତଳକୁ ଆଉଟ ହୋଇଛନ୍ତି।୨୦୧୬ ପରଠାରୁ ଏହା ପ୍ରଥମ ସେ ୨ ରନ ତଳକୁ ଆଉଟ ହୋଇଛନ୍ତି। ସ୍ମିଥଙ୍କ ୱିକେଟ ନେଇ ଅଶ୍ୱିନ ଭାରତକୁ ବଡ ସଫଳତା ଆଣି ପ୍ରଦାନ କରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *