ଏସିଆ କପ ୨୦୨୨ ର ଆରମ୍ଭ ହୋଇଯାଇଛି। ଭାରତ ତାର ଦୁଇଟି ମ୍ୟାଚ ଜିତିଯାଇ ସୁପର-୪ ରେ ସ୍ଥାନ ପକ୍କା କରିଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଥିଲା ଟିମ ଇଣ୍ଡିଆ ଏବଂ ଦ୍ୱିତୀୟ ମ୍ୟାଚରେ ହଙ୍କକଙ୍ଗକୁ ହରାଇଲା ଭାରତ।

ତେବେ ପାକିସ୍ତାନ ବିରୁଦ୍ଧରେ ଏବଂ ହଙ୍କକଙ୍ଗ ବିରୁଦ୍ଧରେ ଜବରଦସ୍ତ ଖେଳର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆର ଅଲରାଉଣ୍ଡର ଜାଡେଜା ଆଘାତ ପାଇଁ ଏସିଆ କପ ୨୦୨୨ ରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ପ୍ଲେୟର ଅକ୍ସର ପଟେଲ ଟିମରେ ଏଣ୍ଟ୍ରି କରିଛନ୍ତି।
ତେବେ ଅକ୍ସର ପଟେଲ ଜଣେ ଉଚ୍ଚସ୍ତରୀୟ ଖେଳାଳି। ସେ ବ୍ୟାଟିଂ ଓ ବୋଲିଂ ସହିତ ଫିଲଡିଂ ମଧ୍ୟ ବଢିଆ କରିଥାନ୍ତି। ସେ ପୂର୍ବ କିଛି ମ୍ୟାଚରେ ଭଲ ଖେଳର ପ୍ରଦର୍ଶନ କରିଥିଲେ। ତେବେ ତାଙ୍କର ଅନୁଭବ ଭାରତୀୟ ଦଳକୁ କରିପାରେ ଏସିଆ କପ ଚମ୍ପିୟନ।

ଅକ୍ସର ପଟେଲ IPL ରେ ଦିଲ୍ଲୀ କ୍ୟାପିଟାଲସ୍ ଦଳରେ ସାମିଲ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲସ୍ ର କ୍ୟାପଟେନ ଋଷଭ ପନ୍ତ ଅଟନ୍ତି। ତେବେ ସେ IPL ରେ ବି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତେବେ ଏସିଆ କପ 2022 ରେ ଏଣ୍ଟ୍ରି କରିବା ପରେ ତାଙ୍କୁ ଜାଡେଜାଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିପାରେ।
ଅକ୍ସର ସ୍ପିନ ବୋଲିଂ ସହିତ ଫିନିସିଙ୍ଗ ରୋଲ ନିର୍ବାହ କରିପାରନ୍ତି। ସେ ବ୍ୟାଟିଂ ସହିତ ବୋଲିଂ ଓ ଫିଲଡିଂରେ ମଧ୍ୟ ଜବରଦସ୍ତ ପ୍ଲେୟର।
ବୋଲିଂରେ ସେ ରନ କମ ଦେବା ସହ ୱିକେଟ ନେବାର କ୍ଷମତା ରଖନ୍ତି। ତେବେ ଏସିଆ କପ ରେ ଭାରତୀୟ ଦଳରେ ସାମିଲ ହେବା ଏକ ବଡ଼ କଥା । ସେ ଯଦି ଖେଳନ୍ତି ତେବେ ଦଳକୁ ଚମ୍ପିୟନ କରିବା ପାଇଁ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ କରିବା ଆବଶ୍ୟକ।