IND vs PAK: ରୋମାଞ୍ଚକ ମ୍ୟାଚରେ ଭାରତକୁ ହରାଇଲା ପାକିସ୍ତାନ! ୫ ୱିକେଟରେ ହାସଲ କଲା ବିଜୟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା ଏସିଆ କପର ଭାରତ ଜିତିଥିଲା ଏବଂ ସୁପର-୪ ର ଭାରତ ଓ ପାକିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ଜିତିଯାଇଛି। ଭାରତ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ ରନ କରିଥିଲା ହେଲେ ପାକିସ୍ତାନ ୫ ୱିକେଟରେ ଜିତିଯାଇଛି ଏହି ମ୍ୟାଚ।

Google

ଭାରତୀୟ ଦଳ ପକ୍ଷରୁ ରାହୁଲ ଓ ରୋହିତଙ୍କ ଓପନିଂ ଯୋଡି କରିଥିଲା ସୁନ୍ଦର ଆରମ୍ଭ। ରାହୁଲ ୨୦ ବଲରେ ୨୮ କରିଥିବା ବେଳେ ରୋହିତ ୧୬ ବଲରେ ୨୮ କରିଥିଲେ। ଦୁହେଁ ଜବରଦସ୍ତ ଆରମ୍ଭ କରିଥିଲେ।

ବିରାଟ କୋହଲି ଏହି ମ୍ୟାଚରେ ଭାରତ ପାଇଁ କରିଥିଲେ ଆକର୍ଷଣୀୟ ବ୍ୟାଟିଂ। ସେ ନିଜର ଜବରଦସ୍ତ ଖେଳ ରଖି ୪୪ ବଲରେ ୬୦ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୪ଟି ଚୌକା ଓ ଗୋଟିଏ ଛକା।

Google

ସୂର୍ଯ୍ୟ କୁମାର ୧୩, ଋଷଭ ପନ୍ତ ୧୪ କରିଥିବା ବେଳେ ରବି ବିସ୍ନୋଇ ୨ ବଲରେ ୮ କରିଥିଲେ। ରବି ବିସ୍ନୋଇ ସୁନ୍ଦର ବୋଲିଂ ବି କରିଥିଲେ। ସେ ୪ ଓଭର ବୋଲିଂ କରି ୨୬ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

ପାକିସ୍ତାନ ପକ୍ଷରୁ ରିଜୱାନ ଭଲ ବ୍ୟାଟିଂ କରିଥିଲେ। ସେ ୫୧ ବଲରେ ୭୧ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୬ଟି ଚୌକା ଓ ୨ଟି ଛକା। ନୱାଜ ଭଲ ବ୍ୟାଟିଂ କରିଥିଲେ। ସେ ୨୦ ବଲରେ ୪୨ କରିଥିଲେ।

Google

ଭାରତୀୟ ଟିମ ପକ୍ଷରୁ ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ,ୟୁଜବେନ୍ଦ୍ର ଚାହଲ, ହାର୍ଦିକ ପାଣ୍ଡ୍ୟା, ରବି ବିସ୍ନୋଇ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ଏସିଆ କପ ୨୦୨୨ ର ଦ୍ୱିତୀୟ ମ୍ୟାଚରେ ଭାରତ ହରାଇଥିଲା ପାକିସ୍ତାନ କୁ ଏବଂ ସୁପର ୪ ର ଦ୍ୱିତୀୟ ମ୍ୟାଚରେ ଭାରତକୁ ହରାଇଛି ପାକିସ୍ତାନ। ତେବେ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହୋଇନି ଆହୁରି ମ୍ୟାଚ ଅଛି, ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ। ତେବେ ଭାରତ ଜିତିବା ପାଇଁ ଦାବିଦାର ଅଟେ।

Leave a Reply

Your email address will not be published. Required fields are marked *