ଏହି ଟିମକୁ କେମିତି ଆସିଲେ ଅଶ୍ୱିନୀ? ପୂର୍ବ ଚୟନକର୍ତ୍ତା ଏସିଆ କପ ୨୦୨୨ ସିଲେକ୍ସନ ଉପରେ ଉଠାଇଲେ ପ୍ରଶ୍ନ, ପଢନ୍ତୁ ପୁରା ଖବର

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏସିଆ କପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରି ଦେଇଛନ୍ତି। ଏହି ଦଳକୁ ପୁଣି ଥରେ ଭାରତୀୟ ୨ ଦମଦାର ଖେଳାଳି ବିରାଟ କୋହଲି ଏବଂ କେ ଏଲ ରାହୁଲ ଫେରିଛନ୍ତି। ଏହି ଟୁର୍ଣ୍ଣାମେଂଟ ୟୁଏଇରେ ଖେଳା ଯିବାକୁ ଥିବା ବେଳେ ଯଶପ୍ରୀତ ବୁମରା ଇଂଜୁରୀ କାରଣରୁ ଏହି ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି।

Google

ଦଳ ଚୟନ ପରେ ପୂର୍ବତନ କ୍ରିକେଟରମାନେ ଏଥିନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ କ୍ରିକେଟର କିରଣ ମୋରେ ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଚୟନକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ଦଳ ଏକ ଅତିରିକ୍ତ ପେସର ହିସାବରେ ମହମ୍ମଦ ସାମୀଙ୍କୁ ଦଳରେ ସ୍ଥାନ ଦେଇ ପାରି ଥାଆନ୍ତେ। ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ ଅକ୍ସର ପଟେଲଙ୍କୁ ଅଲରାଉଣ୍ଡର ସ୍ପିନର ହିସାବରେ ଦଳରେ ସ୍ଥାନ ଦିଆଯାଇ ପାରି ଥାଆନ୍ତା।

Google

ସେ କହିଥିଲେ ଯେ, “ମୁଁ ଆଶ୍ଚର୍ଯ୍ୟ ଯେ, ଅଶ୍ୱିନୀ କିପରି ଏହି ଦଳରେ ସ୍ଥାନ ପାଇଲେ ? ପୂର୍ଵ ବର୍ଷ ବିଶ୍ୱକପରେ ସେ ଏହିପରି ସ୍ଥାନ ପାଇଥିଲେ ମଧ୍ୟ ଖେଳି ନଥିଲେ। ତାଙ୍କ ପ୍ରଦର୍ଶନ ଆଇପିଏଲ ମଧ୍ୟ ଏତେ ଉନ୍ନତମାନର ନୁହେଁ। ପ୍ରକୃତରେ ମହମ୍ମଦ ସାମୀ କିମ୍ବା ଅକ୍ସର ପଟେଲଙ୍କୁ ଏହି ଭୂମିକା ନିର୍ଭର କରିବା ଦରକାର ଥିଲା। ଅକ୍ସର ପଟେଲ ଅଲରାଉଣ୍ଡର ହିସାବରେ ନିଜେ ଭଲ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ସାମୀ ଜଣେ ଏପରି ବୋଲର ଯିଏକି ମଧ୍ୟ ଭାଗରେ ଅତି ସହଜରେ ୱିକେଟ ନେଇ ପାରିବେ। ସେ ସ୍ଥାନ ପାଇବା ନିହାତି ଆବଶ୍ୟକ ଥିଲା।”

Google

ଏସିଆ କପରେ ଖେଳିବାକୁ ଯାଉଥିବା ଦଳରେ ଦୁଇଟି ସ୍ପିନରଙ୍କୁ ସମିଲ କରାଯାଇଛି। ସେ ହେଉଛନ୍ତି ରବି ବିସ୍ନୋଇ ଏବଂ ୟୁଜବେନ୍ଦ୍ର ଚହଲ। ତାଙ୍କ ସହିତ ଅଲରାଉଣ୍ଡର ସ୍ପିନର ରବିନ୍ଦ୍ର ଜାଡେଜା ମଧ୍ୟ ଦଳରେ ସମିଲ ଅଛନ୍ତି। ଏହା ବ୍ୟତୀତ ଦୀପକ ହୁଡ୍ଡା ଏବଂ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ଦଳରେ ସାମିଲ କରାଯାଇଛି। ରବି ବିସ୍ନୋଇଙ୍କୁ ଦଳରେ ସାମିଲ କରିବା ଦେଖି କିରଣ ମୋର ଏହାକୁ ପ୍ରଶଂସା କରିଛନ୍ତି କିନ୍ତୁ ଅଶ୍ୱିନୀଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆ ଯାଇଥିଲା ଯାହାଦ୍ୱାରା ସେ ନିଜ ଫର୍ମ ଉପରେ ଫୋକସ କରିପାରିବେ। ସେ ଜିମ୍ବାୱେ ସିରିଜରେ ମଧ୍ୟ ଖେଳିବେ ନାହିଁ। ଅନ୍ୟପକ୍ଷରେ କେ ଏଲ ରାହୁଲ ମଧ୍ୟ ନିଜ ଇଂଜୁରୀ କାରଣରୁ ଏକ ଦୀର୍ଘ ସମୟ ଧରି ଭାରତୀୟ ଦଳ ଠାରୁ ଦୂରରେ ରହିଛନ୍ତି। ତେବେ ଏହି ଦୁଇ ଜବରଦସ୍ତ ଖେଳାଳି ଏସିଆ କପରେ ଭାରତୀୟ ଦଳକୁ ଫେରିବାକୁ ଯାଉଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *