ବ୍ୟୁରୋ ରିପୋର୍ଟ: ଅଷ୍ଟ୍ରେଲିଆ କ୍ରିକେଟର ମହାନ କ୍ରିକେଟର ରିଙ୍କି ପଏଣ୍ଟିଙ୍ଗ ଏସିଆ କପ ଟିମରେ ମହମ୍ମଦ ସାମୀଙ୍କ ଅନୁପସ୍ଥିତକୁ ନେଇ କହିଛନ୍ତି ସେ ଲମ୍ବା ଫର୍ମାଟ ପାଇଁ ସର୍ବଶ୍ରେଷ୍ଠ ଅଟନ୍ତି। ପୂର୍ଵ ଅଷ୍ଟ୍ରେଲିଆ ଅଧିନାୟକ କହିଛନ୍ତି ଭାରତୀୟ ଟି-୨୦ଟିମରେ ତାଙ୍କଠୁ ଭଲ ଅନେକ ପେସର ଅଛନ୍ତି। ଭାରତ ଭୁବନେଶ୍ୱର କୁମାର, ଆଭେଶ ଖାନ ଓ ଅର୍ସଦୀପ ସିଂଙ୍କୁ ତିନି ଜଣ ବିଶେଷ ପେସର ରୂପରେ ଚୟନ କରିଛି,ଯେଉଁଥିରେ ହାର୍ଦିକ ପାଣ୍ଡ୍ୟା ୧୫ ଜଣିଆ ଟିମରେ ୪ ନମ୍ବର ପେସରଙ୍କ ରୂପରେ ଅଛନ୍ତି।

୨ ଥର ବିଶ୍ୱକପ ବିଜେତା ଅଧିନାୟକ ରିଙ୍କି ପଏଣ୍ଟିଙ୍ଗ ‘ଦି ଆଇସିସି ରିଭ୍ୟୁର ତାଜା ଏପିସୋଡରେ କହିଛନ୍ତି,”ସାମୀ ଭାରତ ପାଇଁ ଲମ୍ବା ସମୟରୁ ଭଲ ବୋଲର ରହିଛନ୍ତି। ଯଦି ଆପଣ ତାଙ୍କ କୌଶଳ ଦେଖିବେ ତେବେ ସେ ଟେଷ୍ଟରେ ସର୍ବଶ୍ରେଷ୍ଠ ଅଟନ୍ତି”। ସେ ଆଗକୁ କହିଛନ୍ତି,”ମତେ ଲାଗୁଛିକି ଭାରତୀୟ ଟି-୨୦ ଟିମରେ ସାମୀଙ୍କ ଠୁ ଭଲ ପ୍ରେସର ବୋଲର ଅଛନ୍ତି ଓ ସେ ଏସିଆ କପ ପାଇଁ ତିନିଜଣଙ୍କୁ ଚୟନ କରିଛନ୍ତି। ଯଦି ଟିମରେ ଚାରିଜଣ ରହିଥାନ୍ତା, ତେବେ ତାଙ୍କ ନାମ ରହିଥାନ୍ତା”।

ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ ଆଘାତ ହେବା ଦ୍ଵାରା ଲୋକଙ୍କୁ ଲାଗୁଛିକି ସାମୀଙ୍କୁ ଏସିଆକପରେ ସାମିଲ କରାଯିବର ଥିଲା। ଏସିଆ କପ ୨୭ ଅଗଷ୍ଟରୁ ଦୁବାଇ ଓ ସାରଯାହାରେ ଖେଳାଯିବାର ଅଛି। ଭାରତ ଏସିଆ କପ ଜିତିବାର ପ୍ରମୁଖ ଟିମ ଅଟେ ବୋଲି ପଏଣ୍ଟିଙ୍ଗ କହିଛନ୍ତି। ପଏଣ୍ଟିଙ୍ଗ କହିଛନ୍ତି,”କେବଳ ଏସିଆ କପ ନୁହେଁ କୌଣସିବି ଟୁର୍ଣ୍ଣାମେଣ୍ଟରେ ଭାରତକୁ ହରାଇବା କଷ୍ଟକର ଅଟେ। ଟି-୨ ୦ବିଶ୍ୱକପ ପାଇଁ ମଧ୍ୟ ଭାରତୀୟ ଟିମ ସବୁଠୁ ମଜଭୁତ ମତେ ଲାଗୁଛି”।

ସେ ଆଗକୁ କହିଛନ୍ତି,”ତାଙ୍କ ଟିମରେ ବ୍ୟାଟିଙ୍ଗରେ ଗଭୀରତା ଅନ୍ୟ ଟିମଙ୍କ ଠୁ ଅଧିକ ଓ ମତେ ଲାଗୁଛି ଭାରତ ଏସିଆକପ ଜିତିବ”। ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦଶକରୁ ଦୀପକ୍ଷସିରିଜ ଆୟୋଜନ ହୋଇନାହିଁ। ସେ କହିଛନ୍ତି,”ସତ କହିବିତ ଆମକୁ ଏହାର କମି ଅନୁଭବ ହେଉଛି,ସତ ନୁହେଁକି? ପୂର୍ଵ ୧୫-୨୦ ବର୍ଷକୁ ଦେଖ”।
ସେ କହିଛନ୍ତି,”କ୍ରିକେଟର ପ୍ରସଂସକ ରୂପରେ ଯେବେବି ଏପରି ମ୍ୟାଚ ହୋଇଥାଏଏହାକୁ ଦେଖିବାକୁ ବହୁତ ଭଲ ଲାଗିଥାଏ କାରଣ ଏଥିରେ ଅଧିକ ଉତ୍ସାହିତ ଦେଖିବାକୁ ମିଳେ। ଚିର ପ୍ରତିଦ୍ୱନ୍ଦୀ କଥା ଯେବେ ଆସେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆସେସ ଟେଷ୍ଟ ଶୀର୍ଷରେ ଅଛି। ମତେ ପୁରା ବିଶ୍ୱାସ ଅଛି କି ଭାରତ ଓ ପାକିସ୍ତାନ ମଧ୍ୟ ଏହା ବିଷୟରେ ଏହା କହିବେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।