ଏସିଆ କପ ୨୦୨୨ ରେ ପୁଣି ଭାରତ ଏବଂ ପାକିସ୍ତାନ ମୁହାଁ ମୁହିଁ ହେବେ। ଏହି ବିଷୟରେ ଅଧିକା ଜାଣିବା ପାଇଁ ସିନିଅର ପତ୍ରକାର ରେଜିଆ କିଛି କହିଛନ୍ତି, ଯାହା ଏକ ଭିଡିଓ ରିପୋର୍ଟ ରୁ ଆଧାର କରି ଲେଖା ଯାଇଛି। ସେ ଦୁବାଇରେ ପତ୍ରକାର କରୁଛନ୍ତି ମାତ୍ର ସେ ଜଣେ ଇଂଲଣ୍ଡର ନାଗରିକ।ସେ ନିଜକୁ ଆଫ୍ରିକୀୟ ବ୍ରିଟିଶ ବୋଲି କହିଛନ୍ତି। ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଭାରତ ଏବଂ ପାକିସ୍ତାନ ଭିତରେ ହେବାକୁ ଥିବା ମ୍ୟାଚ ଉପରେ ସେ କହିଛନ୍ତି କି ଯଦି ଆମେ ପାକିସ୍ତାନ ଉପରେ ନଜର ପକେଇବା ତାହେଲେ କେତେକଙ୍କ ନଜର ବାବର ଆଜମ ଏବଂ ମହମ୍ମଦ ରିଜୱାନ ଉପରେ ରହିଥାଏ।

ଆଉ ଶେଷ ମ୍ୟାଚ ପରେ କେତେକ ନସିମ ସାହାଙ୍କ ପ୍ରଶଂସା କରୁଛନ୍ତି। ସେ କହିଛନ୍ତି ଯଦି ଭାରତ ଉପରେ ନଜର ପକାଇବା ତା ହେଲେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିଥାଏ। ମାତ୍ର ତାଙ୍କର କହିବା କଥା ହେଲା ଯଦି ଆଗକୁ ହେବାକୁ ଥିବା ମ୍ୟାଚରେ ଯେଉଁ ଖେଳାଳି ମାନଙ୍କ ଉପରେ କେହି ଆଶା କରି ନାହାନ୍ତି ସେମାନେ ଯଦି ଭଲ ପ୍ରଦର୍ଶନ କଲେ ତାହେଲେ ମ୍ୟାଚ ଦେଖିବା ଆହୁରି ରୋମାଞ୍ଚକର ହେବ ବୋଲି ସେ କହିଛନ୍ତି।
ଆଉ ମଧ୍ୟ ସେ କହିଛନ୍ତି କି ଆଗକୁ ଥିବା ମ୍ୟାଚ ଯଦି ଆହୁରି ରୋମାଞ୍ଚକର ହେବ ତାହେଲେ ଦେଖିବା ପାଇଁ ଏହା ଭଲ ଲାଗିବ।ଆଉ ତାଙ୍କୁ ଯେବେ ପଚରା ଯାଇଥିଲା ଆପଣ ଆଗାମୀ ମ୍ୟାଚରେ କାହାକୁ ସମର୍ଥନ କରିବେ ବୋଲି ସେ କହିଥିଲେ କି ତାଙ୍କର ଘରୋଇ ଦଳ ହେଉଛି ୟୁଏଇ ଆଉ ତାଙ୍କ ଷ୍ଟାଡିୟମରେ ଆଫଗାନିସ୍ତାନ ଦଳ ଅଭ୍ୟାସ କରିଥାନ୍ତି।

ତେଣୁ ସେମିତି ତାଙ୍କର କୌଣସି ଦଳକୁ ସମର୍ଥନ ନାହିଁ।ସେ କହିଛନ୍ତି କି ତାଙ୍କର ବାପା ହେଉଛନ୍ତି ଭାରତୀୟ ଆଉ ତାଙ୍କର ବସ ହେଉଛନ୍ତି ପାକିସ୍ଥାନୀ ତେଣୁ ସେ କାହାକୁ ବି ସମର୍ଥନ କରୁନାହାନ୍ତି।
କିନ୍ତୁ ତାଙ୍କର କହିବାର କଥା ହେଉଛି କି ଦୁଇଟି ଯାକ ଦଳ ବହୁତ ଭଲ ସ୍ଥିତିରେ ଅଛନ୍ତି ଆଉ ଏହା ଏସିଆ କପର ଦ୍ୱିତୀୟ ପର୍ଯ୍ୟାୟ ହେଇ ଥିବାରୁ ସମସ୍ତ ଦଳ ବହୁତ ଜବରଦସ୍ତ ଭାବରେ ଖେଳିବ।

ତେଣୁ ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚଟି ବହୁତ ରୋମାଞ୍ଚକର ହେବ ବୋଲି ସେ କହିଛନ୍ତି। ତେଣୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଆଉ ମଧ୍ୟ ସେ କହିଛନ୍ତି କି ବିରାଟ କୋହଲି ନିଜର ପୁରୁଣା ଫର୍ମ ଫେରି ପାଇଛନ୍ତି ତେଣୁ ଆଶା ରହିବ କି ସେ ଆଗାମୀ ପାକିସ୍ତାନ ବିରୁଦ୍ଧରେ ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ବିଜୟ ଦିଅନ୍ତୁ।