ଏସିଆ କପ ୨୦୨୨ରେ ଲିଗ ଷ୍ଟେଜର ଶେଷ ମ୍ୟାଚ ପାକିସ୍ତାନ ଓ ହଙ୍କକଂଙ୍ଗ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚକୁ ଜିତିବା ଟିମ ସୁପର ୪ରେ ପହଁଚିବ। ହାରିବା ଟିମ ଏସିଆ କପ ୨୦୨୨ରୁ ବାହାର ହୋଇଯିବ। ଜିତିବା ଟିମ ରବିବାରକୁ ଭାରତ ସହ ଖେଳିବାର ଅଛି। ବାବର ଆଜମଙ୍କ ପାକିସ୍ତାନ ଟିମକୁ ହଙ୍କକଙ୍ଗ ଟିମ ବଡ଼ ଚ୍ୟାଲେଞ୍ଜ ଦେଇପାରେ।

ତେବେ ହଙ୍କକଙ୍ଗ ମଧ୍ୟ ଭଲ ଟିମ। ଭାରତ ସହ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ହଙ୍କକଙ୍ଗ ଟିମ। ମ୍ୟାଚ ହାରିଥିଲେ ବି ଦମଦାର ଖେଳର ପ୍ରଦର୍ଶନ କରିଥିଲା ଟିମ ହଙ୍କକଙ୍ଗ। ତେବେ ଆଜିର ମ୍ୟାଚରେ ପାକିସ୍ତାନ କୁ ହରେଇବି ପାରେ ହଙ୍କକଙ୍ଗ, କାରଣ ଦଳ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା।
ହଙ୍କକଂଙ୍ଗ ଟିମ ଭାରତ ବିରୁଦ୍ଧରେ ଜବରଦସ୍ତ ଖେଳ ଦେଖାଇଥିଲା। ଭାରତୀୟ ବୋଲିଙ୍ଗ ସାମ୍ନାରେ ହଙ୍କକଂଙ୍ଗ ଟିମ ୧୫୨ ରନ କରିଥିଲା। ପାକିସ୍ତାନ ଓ ହଙ୍କକଂଙ୍ଗ ଦୁଇଟି ଯାକ ଟିମ ନିଜର ପ୍ରଥମ ମ୍ୟାଚ ଭାରତ ସହ ହାରିଛନ୍ତି। ପାକିସ୍ତାନ ଭାରତ ବିରୁଦ୍ଧରେ ୧୪୭ ରନ କରିଥିଲା ଓ ୫ ୱିକେଟରେ ହାରିଥିଲା। ଗ୍ରୁପ ଏ ରେ ଭାରତ ଓ ଗ୍ରୁପ ବି ରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଟିମ ସୁପର ୪ ରେ ପହଁଚିସାରିଛନ୍ତି। ତେବେ ଆଜିର ମ୍ୟାଚ ଯିଏ ଜିତିବ ସେ ସୁପର ୪ ରେ ହୋଇଯିବ କ୍ବାଲିଫାଏ।

ପାକିସ୍ତାନ ଓ ହଙ୍କକଙ୍ଗ ମଧ୍ୟରେ ମ୍ୟାଚ ୨ ସେପ୍ଟେମ୍ବରକୁ ଖେଳାଯିବାର ଅଛି। ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ ସାରଯାହ ଗ୍ରାଉଣ୍ଡରେ ଖେଳାଯିବାର ଅଛି। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଖେଳାଯିବାର ଅଛୁ ଓ ୭ ଟାରେ ଟସ୍ ପଡିବାର ଅଛି। ଏହି ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାରସ୍ପୋର୍ଟ ଚ୍ୟାନେଲରେ ହେବାର ଅଛି। ଦୁଇଦେଶ ମଧ୍ୟରେ ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଙ୍ଗ ଡିସନ+ ହର୍ଟଷ୍ଟାରରେ ହେବାର ଅଛି
ପାକିସ୍ତାନର ସମ୍ଭାବିତ ଚୂଡାନ୍ତ ଏକାଦଶ:
ବାବର ଆଜମ (ଅଧିନାୟକ),ମହମ୍ମଦ ରିଜୱାନ,ଫକର ଜମାନ,ଇପ୍ତିକାର ଅହମ୍ମଦ,ଖୁସାଦିଲ ସାହା,ଆସିକ ଅଲ୍ଲୀ,ସାଦାବ ଖାନ,ମହମ୍ମଦ ନବାଜ,ନସିମ ସାହା,ହାରିସ ରଉଫ ଓ ସାହବାଜ ଦହାନି।
ହଙ୍କକଙ୍ଗ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:
ୟାସିକ ମୂର୍ତ୍ତଜା,ନିଜାକତ ଖାନ(ଅଧିନାୟକ),ବାବର ହୟାତ,କିଂଚିତ ସାହା,ଏଯାଜ ଖାନ,ସ୍କୋର୍ଟ ମୈକନି,ଜିସାନ ଅଲ୍ଲୀ,ହାରୁନ ଅରସଦ,ଏହସାନ ଖାନ,ମହମ୍ମଦ ଅଜନଫର,ଆୟୁଷ ଶୁକ୍ଳା।