ବ୍ୟୁରୋ ରିପୋର୍ଟ: ଭାରତ ଦେଇଥିବା ୧୮୨ ରନର ଲକ୍ଷ୍ୟକୁ ପାକିସ୍ତାନ ୫ ୱିକେଟ ହରାଇ ହାସଲ କରିନେଲା। ପାକିସ୍ତାନର ବିଜୟରେ ରିଜୱାନଙ୍କ ଅର୍ଦ୍ଧଶତକ ମହତ୍ତ୍ୱପୂର୍ଣ୍ଣ ଥିଲା। ତାଙ୍କ ଛଡା ନବାଜ ମଧ୍ୟ ୪୨ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ। ଭାରତର ପରାଜୟର ସବୁଠୁ ବଡ଼ କାରଣ ହାର୍ଦିକ ପାଣ୍ଡ୍ୟା ରହିଲେ କାରଣ ସେ ବ୍ୟାଟିଙ୍ଗ ଓ ବୋଲିଙ୍ଗ ପୂର୍ବ ପରି ଖେଳ ଦେଖେଇପାରିଲେ ନାହିଁ।

ପାଣ୍ଡ୍ୟା ଗୋଟେ ମ୍ୟାଚରେ ଚମକିଲେ ଅନ୍ୟରେ ଫ୍ଲପ:
ହାର୍ଦିକ ପାଣ୍ଡ୍ୟା ପାକିସ୍ତାନ ବିରୁଦ୍ଧରେ ଏସିଆ କପର ପ୍ରଥମ ମ୍ୟାଚରେ ଭାରତର ବିଜୟରେ ପ୍ରମୁଖ ଭୂମିକା ପାଳନ କରିଥିଲେ। ସେହି ମ୍ୟାଚରେ ସେ ୩୩ ରନ କରିବା ସହିତ ୩୩ ରନର ନଟ ଆଉଟ ପାରି ଖେଳିଥିଲେ। ପାକିସ୍ତାନ ବିରୁଦ୍ଧରେ ସୁପର ୪ ମ୍ୟାଚରେ ସେ ବିନା ରନ କରି ଆଉଟ ହୋଇଯାଇଥିଲେ ଏହା ସହ ୪ ଓଭରରେ ୪୪ ରନ ଦେଇଥିଲେ।
ଭାରତର ମିଡ଼ିଲ ଅର୍ଡରଙ୍କ ଶୋ ଫ୍ଲପ:
ରୋହିତ ଶର୍ମା ଓ କେ ଏଲ ରାହୁଲଙ୍କ ଓପନିଙ୍ଗ ଯୋଡି ଭାରତକୁ ଭଲ ଆରମ୍ଭ ଦେଇଥିଲା। ଦୁହେଁ ପ୍ରଥମ ୱିକେଟ ପାଇଁ ୩୦ ବଲରେ ୫୪ ରନ ଯୋଡିଥିଲେ। କିନ୍ତୁ ମିଡଲ ଅର୍ଡର ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ସୁନ୍ଦର ଫର୍ମରେ ଥିବା ସୂର୍ଯ୍ୟ କୁମାର ଯାଦବ ୧୩ ରନ କରି ଆଉଟ ହୋଇଗଲେ।

ପନ୍ତଙ୍କ ପାୱାର ଦେଖାଗଲା ନାହିଁ:
ପନ୍ତଙ୍କୁ ଏହି ମ୍ୟାଚରେ ଦିନେସ କାର୍ତ୍ତିକଙ୍କ ଜାଗାରେ ମୌକା ମିଳିଥିଲା ହେଲେ ସେ ବଡ଼ ସ୍କୋର କରିବାରେ ଅସଫଳ ରହିଲେ। ସେ ମାତ୍ର ୧୪ ରନରେ ଆଉଟ ହେଲେ ଓ ସେ ଯେଉଁଭଳି ଆଉଟ ହେଲେ ଏହା ଦ୍ଵାରା ଅଧିନାୟକ ରୋହିତ ମଧ୍ୟ ନିରାଶ ଥିଲେ।
ଅର୍ସଦୀପ ଓ ଭୁବନେଶ୍ୱର କୁମାର ଅସଫଳ ହେଲେ:
ଦୁବାଇର ଗ୍ରାଉଣ୍ଡରେ ପାକିସ୍ତାନର ପେସର ସୁନ୍ଦର ବୋଲିଙ୍ଗ କଲେ ହେଲେ ଭୁବନେଶ୍ୱର କୁମାର ଓ ଅର୍ସଦୀପ ସିଂହ ଅସଫଳ ରହିଲେ। ଭୁବନେଶ୍ୱର କୁମାର ୧୯ ତମ ଓଭରରେ ୧୯ ରନ ଦେଲେ। ଶେଷ ଓଭରରେ ପାକିସ୍ତାନକୁ ୭ ରନର ଆବଶ୍ୟକତା ଥିଲା ଯାହାକୁ ପାକିସ୍ତାନ ସହଜରେ ହାସଲ କଲା। ଅର୍ସଦୀପ ଆସିଫ ଅଲ୍ଲୀଙ୍କ ଏକ କ୍ୟାଚ ମଧ୍ୟ ଛାଡିଲେ ଯାହା ମହଙ୍ଗା ସାବ୍ୟସ୍ତ ହେଲା।

ୟୁଜବେନ୍ଦ୍ର ଚାହଲ ମଧ୍ୟ ଚମକିଲେ ନାହିଁ:
ୟୁଜବେନ୍ଦ୍ର ଚାହଲ ଟି-୨୦ ଇଣ୍ଟରନେସନାଲରେ ଭାରତ ପକ୍ଷରୁ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ଅଟନ୍ତି। କିନ୍ତୁ ସେ ପାକିସ୍ତାନ ବିରୁଦ୍ଧରେ ୪ ଓଭରରେ ୪୩ ରନ ଦେଇ ମାତ୍ର ଗୋଟେ ୱିକେଟ ନେଇଥିଲେ। ସେ ମିଡ଼ିଲ ଓଭରରେ ୱିକେଟ ନେଇପାରିଲେ ନାହିଁ ଯାହା ଦ୍ୱାରା ପାକିସ୍ତାନ ପ୍ରେସରରେ ନ ଆସି ମ୍ୟାଚ ଜିତିଲା।