ବ୍ୟୁରୋ ରିପୋର୍ଟ: ବଙ୍ଗଳାଦେଶ କ୍ରିକେଟ ବୋର୍ଡ ୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ ୨୦୨୨ ପାଇଁ ୧୭ ଜଣିଆ ଟିମ ଘୋଷଣା କରିଛି। ଏହି ଟିମରେ ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ଅଧିନାୟକ କରାଯାଇଛି। ସାକିବ ପାଖାପାଖି ୩ ବର୍ଷ ପରେ ବଙ୍ଗଳାଦେଶର ଟି-୨୦ ଟିମର ଅଧିନାୟକ ହୋଇଛନ୍ତି। ଏହା ପୂର୍ଵରୁ ତାଙ୍କୁ ଟେଷ୍ଟ ଟିମର ଅଧିନାୟକ ମଧ୍ୟ କରାଯାଇଥିଲା। ସାକିବ ଏସିଆ କପ ଛଡା ନ୍ୟୁଜିଲାଣ୍ଡ ସହ ଟି-୨୦ ସିରିଜ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ବାଂଲାଦେଶ ଟିମର ଅଧିନାୟକ ହେବେ।

ବିସିବି ଅନେକ ସପ୍ତାହ ପରେ ଏହି ଘୋଷଣା କରିଛି। କାରଣ ସାକିବଙ୍କୁ ବୋର୍ଡ କହିଥିଲା ବଙ୍ଗଳାଦେଶ ତରଫରୁ ଖେଳିବା ବା ସଷ୍ଟେବାଜ କମ୍ପାନୀ ବେଟୱିନର ସହ ସମ୍ପର୍କ ରଖିବେ ଗୋଟିଏ ବାଛନ୍ତୁ। ସାକୀବ ଶେଷରେ କମ୍ପାନୀ ସହିତ ସମର୍କ ଶେଷ କରିଥିଲେ। ଏହା ପରେ ତାଙ୍କୁ ଜୁନରେ ବଙ୍ଗଳାଦେଶର ଟେଷ୍ଟ ଅଧିନାୟକ କରାଯାଇଥିଲା। ବଙ୍ଗଳାଦେଶ ଟିମ ଏସିଆକପ ଟି-୨୦ ଇଣ୍ଟରନେସନାଲ ଟିମରର ଅନେକ ପରିବର୍ତ୍ତନ କରିଛନ୍ତି। ଯେଉଁଥିରେ ଲିଟନ ଦାସଙ୍କୁ ଆଘାତ ଦ୍ଵାରା ଟୁର୍ଣ୍ଣାମେଣ୍ଟରୁ ବାହାର କରାଯାଇଛି।
ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ସବୀର ରହମାନ ଟିମକୁ ଫେରିଛନ୍ତି ଓ ମୁଫଫକୁର ରହିମ ମଧ୍ୟ ଟିମକୁ ଫେରିଛନ୍ତି। ଟିମରେ ସୋରିଫୁଲ ଇସ୍ଲାମ,ମୁନିମ ସହରିଆର,ଓ ନମଜୁଲ ହୁସେନ ସେଂଟୋଙ୍କୁ ଜାଗା ମିଳିନାହିଁ। ନୁରୁଲ ହସନଙ୍କୁ ମଧ୍ୟ ଆଙ୍ଗୁଠିରେ ଆଘାତ ପରେ ମଧ୍ୟ ଟିମରେ ଜାଗା ମିଳିଛି ଓ ବିସିବି କହିଛି ତାଙ୍କୁ ୨୧ ଅଗଷ୍ଟକୁ ଅପଡେଟ ଆଶା ଅଛି।
Shakib Al Hasan is the new T20I captain of Bangladesh.#Bngladesh #ShakibAlHasan #CricketTwitter pic.twitter.com/jyq0Z0ioCz
— bdcrictime.com (@BDCricTime) August 13, 2022
ଟି-୨୦ କ୍ରିକେଟରେ ଜବରଦସ୍ତ ଅଲରାଉଣ୍ଡର ଅଟନ୍ତି ସାକିବ:
ସାକିବ ଟି-୨୦ ରେ ନାମ କମାଇଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ ୩୬୭ ମ୍ୟାଚରେ ୨୩ ଅର୍ଦ୍ଧଶତକ ଦ୍ଵାରା ୫୯୭୪ ରନ କରିଛନ୍ତି। ସେହିପରି ଏହି ଫର୍ମାଟରେ ସେ ୬.୭୮ ଇକୋନୋମିରେ ୪୧୮ ୱିକେଟ ମଧ୍ୟ ନେଇଛନ୍ତି। ବହୁତ କମ ବୋଲର ଟି-୨୦ରେ ଏତେ ଭଲ ଇକୋନୋମି ରଖିଛନ୍ତି। ବଙ୍ଗଳାଦେଶ ତରଫରୁ ସେ ୯୯ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ୨୦୧୦ ରନ କରିଛନ୍ତି ଓ ୧୨୧ ୱିକେଟ ନେଇଛନ୍ତି।
Bangladesh re-appoint Shakib Al Hasan as T20 captain until 2022 World Cup, name Asia Cup squad#Bangladesh #ShakibAlHasan #T20 #2022WorldCup #CricketNews #SportsNews https://t.co/MWMbYkabvZ
— Mid Day (@mid_day) August 14, 2022
ଏସିଆ କପ ୨୦୨୨ପାଇଁ ବଙ୍ଗଳାଦେଶଟିମ:
ସାକିବ ଅଲ ହାସନ (ଅଧିନାୟକ),ଅନାମୁଲ ହକ,ମୁସଫୁକୁର ରହିମ,ଅଫିମ ହୁସେନ,ମୋସଦେକ ହୁସେନ,ମହାମୁଦଲ୍ଲା ରିୟାଦ,ମହେଦି ହସନ,ମହମ୍ମଦ ରିଫୁଦିନ,ହସନ ମହସୁଦ,ମୁସ୍ତଫିଜୁର ରହମାନ,ନାସୁମ ଅହମ୍ମଦ,ସବୀର ରହମାନ,ମହେଦି ହସନ ମିରାଜ,ଇବାଦତ ହୁସେନ ,ପରବେଜ ହୁସେନ ଇମାନ,ନୁରୁଲ ହସନ ସୋହନ,ତସ୍କିନ ଅହମ୍ମଦ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।