ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମର ପୂର୍ଵ ଅଧିନାୟକ ବିରାଟ କୋହଲି ଆଗାମୀ ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତିରେ ଲାଗିଛନ୍ତି। ସେ ପୂର୍ଵ ତିନି ସପ୍ତାହରୁ ବ୍ରେକରେ ଥିଲେ। ବିରାଟଙ୍କୁ ୱେଷ୍ଟଇଣ୍ଡିଜ ପରେ ଜିମ୍ବାୱେ ସିରିଜରେ ମଧ୍ୟ ବିଶ୍ରାମ ଦିଆଯାଇଛି। ସେ ପ୍ରସ୍ତୁତ ହୋଇ ଏସିଆ କପରେ ଓହ୍ଲାଇପାରନ୍ତି। କୋହଲି ପାଖାପାଖି ପୂର୍ଵ ତିନି ବର୍ଷରୁ ଇଣ୍ଟରନେସନାଲ କ୍ରିକେଟରେ ଶତକ ଲଗାଇପାରିନାହଁନ୍ତି। ଏସିଆ କପର ଆରମ୍ଭ ୨୭ ଅଗଷ୍ଟରୁ ହେବାର ଅଛି ଓ ଭାରତ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି।

କୋହଲି ନିଜ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଇନ୍ଦୋରରେ ରନିଙ୍ଗ କରୁଥିବା ଦେଖାଯାଉଛି। ମିଡ଼ିଆ ରିପୋର୍ଟ ଅନୁସାରେ କୋହଲି ମୁମ୍ବାଇର ବିକେସି କମ୍ପଲେକ୍ସରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟର ଦୁଇ ପାରିରେ କୋହଲି୧୧ ଓ ୨୦ ରନ କରିଥିଲେ। ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ମଧ୍ୟ କୋହଲି ଏତେ ଖାସ ପ୍ରଦର୍ଶନ କରିପାରିନଥିଲେ। ଦୁଇଟି ପାରିରେ ସେ ମାତ୍ର ୧୨ ରନ କରିଥିଲେ। ଇଂଲଣ୍ଡ ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜରେ ସେ ୧୭ ଓ ୧୬ ରନ କରିଥିଲେ।
ଆଇପିଏଲର ୧୫ ତମ ସିଜନରେ ମଧ୍ୟ ସେ ଖାସ ପ୍ରଦର୍ଶନ କରିପାରିନଥିଲେ। ସେ ୧୬ ପାରିରେ ୨୨.୭୩ ଔସତରେ ୩୪୧ରନ କରିଥିଲେ। ତାଙ୍କ ଷ୍ଟାଇକରେଟ ମଧ୍ୟ କମିବାରେ ଲାଗିଛି। ଆଇପିଏଲ ୨୦୨୨ରେ ସେ ଆରସିବି ତରଫରୁ ୧୧୫.୯୮ ଷ୍ଟାଇକରେଟରେ ରନ କରିଥିଲେ। ବିରାଟ ଇଣ୍ଟରନେସନାଲ କ୍ରିକେଟରେ ସେସ ଶତକ ୨୦୧୯ରେ ମାରିଥିଲେ। ସେବେସେ ଡେ ନାଇଟ ଟେଷ୍ଟରେ ବଙ୍ଗଳାଦେଶ ବିରୁଦ୍ଧରେ କୋଲକତାରେ ୧୩୬ ରନର ପାରି ଖେଳିଥିଲେ।
Running Into Practice Week ?♂️ – Via @imVkohli Instagram Story ???#ViratKohli pic.twitter.com/jhiJhnZ2oD
— virat_kohli_18_club (@KohliSensation) August 11, 2022
ବିରାଟ କୋହଲିଙ୍କର ଏସିଆ କପରେ ପ୍ରଦର୍ଶନ:
ବିରାଟ କୋହଲି ଏସିଆ କପ ଏକଦିବସିୟ ଫର୍ମାଟରେ ୧୧ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୬୧ ରୁ ଅଧିକ ଔସତରେ ୬୧୩ ରନ କରିଛନ୍ତି ଯେଉଁଥିରେ ୩ଟି ଶତକ ସାମିଲ ଅଛି। ଏସିଆକପ ଟି-୨୦ ଫର୍ମାଟରେ ସେ ୫ ଟି ମ୍ୟାଚ ଖେଳିଛନ୍ତି ଯେଉଁଥିରେସେ ୭୬.୫ ଔସତରେ ୧୭୬ ରନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।