ଆଶୀଷ ନେହେରାଙ୍କୁ ଟ୍ଵିଟ ବଦଳରେ ମିଳିଥିଲା ୮୦ଲକ୍ଷ ଟଙ୍କାର ଅଫର, ଏହି ପରି ଭାବେ ସେ ଦେଇଥିଲେ ଜବାଵ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଏବେକା ସମୟରେ ବହୁତ କ୍ରିକେଟ ଖେଳାଳି ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଛନ୍ତି। ମାତ୍ର କେତେକ ଏମିତି ଅଛନ୍ତି ଯିଏ ଏସବୁରୁ ଦୁରେଇ ରହିଛନ୍ତି। ସେଥିରେ ଭାରତୀୟ କ୍ରିକେଟ ଦଳର ପୂର୍ବ ଦ୍ରୁତତମ ବୋଲର ଆଶିଷ ନେହେରା ମଧ୍ୟ ସାମିଲ। ତାଙ୍କ ଅନୁସାରେ ସେ ୨୦୧୭ରେ ହ୍ଵାର୍ଟସପ ୟୁଜ କରିବା ଆରମ୍ଭ କରିଦେଇଥିଲେ। ଆଶିଷ ନେହେରା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କୁ ଥରେ ଜଣେ ବ୍ୟକ୍ତି ମାସକୁ ୩ଟି ଟ୍ୱିଟ ବଦଳରେ ୮୦ ଲକ୍ଷ ଟଙ୍କାର ଅଫର ଦେଇଥିଲେ। ସେବେ ସେ ସେହି ବ୍ୟକ୍ତିଙ୍କୁ ଗାଳିଦେଇ ବିଦା କରିଦେଇଥିଲେ।

Google

ୟୁଟୁବରର ଓକ୍ରି ସ୍ପୋର୍ଟସ ଚ୍ୟାନେଲର ଧାରାବାହିକ ବ୍ରେକ ଫାଷ୍ଟ ଉଇଥ ଚମ୍ପିୟନସରେ ଗୌରବ କପୁର ଆଶିଷ ନେହେରାଙ୍କୁ ପଚାରିଥିଲେ ଯେ,”ତୁମେ ସବୁ ସୋସିଆଲ ମିଡିଆଠାରୁ ଏତେ ଦୂରରେ କେମିତି ରହୁଛ?”ଆଶିଷ ନେହେରା କହିଲେ,”ଏମିତି ହିଁ, ମତେ ସୋସିଆଲ ମିଡ଼ିଆରେ ରହିବାର କିଛି ବି ସଉକ ନାହିଁ। ମୁଁ ତ ଫୋନର ବହୁତ କମ ୟୁଜ କରେ। ମତେ ମୋ ସ୍ତ୍ରୀ ଆଇଫୋନ-୭ଆଣି ଦେଇଥିଲେ,କିଛିଦିନ ବିତିଗଲା ତାପରେ ମତେ ଜଣେ ଲୋକ କହିଲେ ସାର ଏହା ଆପଣଙ୍କର ଆଇଫୋନ-୭, ଏଇଟା ଆଇଫୋନ-୬ ଠାରୁ କେତେ ଭଲ ରହୁଛି?”

ଆଶିଷ କହିଲେ,”ଶୁଣ ମୋ ଭାଇ,ଏହା ପୂର୍ବରୁ ମୋ ପାଖରେ ନୋକିଆ-ଇ୫୧ଥିଲା। ସେଥିରୁ ସିଧା ଏଠିକି ଆସିଛି। ମୋର କିଛିବି ଆଇଡିଆ ନାହିଁ ଆଇଫୋନ-୧,୨,୩,୪,୫,ଏବଂ ୬ ଉପରେ। ଯାହାବି ଅଛି ଏଇଟା ଅଛି। ସେ ବ୍ୟକ୍ତି ଜଣକ କହିବାକୁ ଲାଗିଲା ଏଥିରେ ବହୁତ ଗୁଡା ଫିକ୍ଚର ତାଠୁ ଭଲ ଅଛି। ମୁଁ କହିଲି କି ମତେ କେବଳ ହ୍ଵାର୍ଟସପ,ନୀଳ ଆଉ ନାଲି ବଟମ ଜଣାଅଛି। ଆଉ କିଛି ଜାଣିନି ମୁଁ।”

Google

ଏସବୁ ଶୁଣି ଗୌରବ କପୁର ହସିବାକୁ ଆରମ୍ଭ କରିଦେଲେ। ସେ କହିଲେ ତୁମେ ଟ୍ୱିଟରରେ ବହୁତ ଚର୍ଚ୍ଚାକୁ ଆସିବ। କାରଣ ଆଶିଷ ଖୋଲା କଥା କହିବାରେ ଲୋକପ୍ରିୟ,ସେଥିପାଇଁ ଗୌରବ ତାଙ୍କୁ ଏପରି ଉପଦେଶ ଦେଇଥିଲେ। ସେବେ ଆଶିଷ କହିଲେ ଜାଣିଛ ମୋ ପଛରେ ଲୋକ ପଡ଼ିଥିଲେ। କହିଲେ ଟଙ୍କା ଦେବେ ଯଦି ମୁଁ ମାସକୁ ୩ଟି ଟ୍ୱିଟ କରିବି। ସେହି ବ୍ୟକ୍ତି ଜଣକ କହିଲେ ସେ ବର୍ଷକୁ ୮୦ ଲକ୍ଷ ଟଙ୍କା ଦେବେ ଯଦି ମୁଁ ମାସକୁ ୩ଟି ଟ୍ୱିଟ କରିବି। କିନ୍ତୁ ସେହି ଟ୍ୱିଟରେ କଣ ଲେଖିବାକୁ ହେବ ସେ କହିବେ।

ଆଶିଷ କହିଲେ ,”ମୁଁ ତାକୁ ଗାଳିଦେଇ କହିଲି,ମୁଁ କାହାର ବି କଥା ଶୁଣେନି। ଆଉ ତୁମେ ମତେ କହିବ କି ମୁଁ କଣ ଟ୍ଵିଟ କରିବି। ଯାହା ମୋ ମନ କହେ ମୁଁ ସେଇଆ କରେ। ବାହାରି ଯାଅ ଏଠୁ।” କହିରଖିବୁଯେ ଆଶିଷ ନିଜ ଖେଳ ସମୟ ଭିତରେ ୧୭ଟି ଟେଷ୍ଟ, ୧୨୦ଟି ଦିନିକିଆ ଏବଂ ୨୦ଟି ଟି-୨୦ ଇଣ୍ଟରନ୍ୟାସନଲ ମ୍ୟାଚ ଖେଳିବାର ନଜର ଆସିଛନ୍ତି। ସେଥିରେ ସେ କ୍ରମଶଃ ୪୪,୧୫୭ ଓ ୩୪ଟି ୱିକେଟ ଅକ୍ତିଆର କରିବାର ନଜର ଆସିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *