IND VS AUS: ଗମ୍ଭୀରଙ୍କ ପରେ ଏହି ମହାନ ବୋଲର ବର୍ଷିଲେ କୋହଲିଙ୍କ ଉପରେ, ଦେଲେ ବିବୃତିକର ମନ୍ତବ୍ୟ ।

ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ମ୍ୟାଚରେ ଅଧିନାୟକତ୍ୱକୁ ନେଇ ଆଶିଷ ନେହେରା କୋହଲିଙ୍କ ଆଲୋଚନା କରିଛନ୍ତି । ଭାରତୀୟ ଟିମ ସିରିଜ ହାରି ସାରିଛି ଏବଂ ୨-୦ ରେ ଅଷ୍ଟ୍ରେଲିଆ ଜିତିଛି । ଏହା ପୂର୍ବରୁ ଗମ୍ଭୀର କୋହଲିଙ୍କୁ ଆଲୋଚନା କରିଥିଲେ। କୋହଲି ଦ୍ୱିତୀୟ ଦିନିକିଆରେ ବୁମରାଙ୍କୁ ଆରମ୍ଭ ସ୍ପେଲରେ ଦୁଇଟି ଓଭର ଦେଇଥିଲେ ଯାହାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ ।

Google

୨ୟ ଦିନିକିଆର ଲଗାତାର ୨ୟ ଶତକ ଷ୍ଟିଭ ସ୍ମିଥ ମାରିଥିଲେ ଏବଂ ଦଳୀୟ ସ୍କୋର ୩୮୯ ରେ ପହଁଚାଇଥିଲେ । ଆରୋନ ଫିଞ୍ଚ (୬୦), ଡେଭିଡ ୱାରର୍ଣ୍ଣର (୮୩), ମାରନସ ଲାବୁସାନେ (୭୦) ଏବଂ ଗ୍ଲେନ ମ୍ୟାକ୍ସୋଏଲ ୬୩ ରନର ଅପରାଜିତ ପାରି ଖେଳିଥିଲେ । ବୁମରା ୧୦ ଓଭରରେ ୭୯ ରନ ଦେଇଥିଲେ ଏବଂ ୧ଟି ୱିକେଟ ନେଇଥିଲେ ।

କ୍ରିକବଜ ସହ କଥାବାର୍ତ୍ତା ବେଳେ ଆଶିଷ ନେହେରା କହିଲେ,” ଦ୍ଵିତୀୟ ଦିନିକିଆରେ କୋହଲି ସାମୀଙ୍କୁ ୨ ଓଭର ଦେଇଥିଲେ ଏବଂ ତା ପରେ ନବଦୀପ ସାଇନିଙ୍କୁ ବୋଲିଂ କରିବାକୁ ଆଣିଥିଲେ । ସେ ଏହା ଚାହୁଁଥିଲେ ଯେ ସାମୀ ୨ୟ ଭାଗରୁ ବୋଲିଂ କରନ୍ତୁ ହେଲେ ସେ ପୁଣି ବୁମରାଙ୍କୁ ନୂଆ ବଲରେ ୨ ଓଭର କଣ ପାଇଁ କରାଇଲେ?

Ashish Nehra
Google

ସେ କହିଲେ ମୁଁ ମାନୁଛି ବିରାଟ ବୋଲିଂରେ ଲଗାତାର ଅଦଳ-ବଦଳ କରୁଛନ୍ତି । ତାଙ୍କ ପାଖରେ କେବଳ ୫ଟି ବୋଲିଂ ଅପ୍ସନ ଥିଲା । ଭାରତୀୟ ଦଳ ମୟଙ୍କ ଅଗ୍ରୱାଲ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂରେ ବ୍ୟବହାର କଲା, ଯାହା ପଡିଆରେ ନିଆଯାଇଥିବା ନିର୍ଣ୍ଣୟ ଥିଲା ।

ସେ କହିଲେ ବିରାଟ ନଇଁ ନିର୍ଣ୍ଣୟରେ ଆଗୁଆପଣ ଦେଖାଗଲା । ପ୍ରଥମ ଦିନିକିଆରେ ମଧ୍ୟ ଏହା ଦେଖାଗଲା କି ସେ ଜଲ୍ଦିରେ ଅଛନ୍ତି। ବିରାଟ ନିଜ କ୍ୟାରିଅରରେ କେତେଥର ୩୫୦ ଟାର୍ଗେଟର ପିଛା କରିଛନ୍ତି। ତାଙ୍କ ପାଇଁ ଏହା ବଡ଼ କଥା ନୁହେଁ । ତାଙ୍କ ବ୍ୟାଟିଂ ଦେଖି ଏମିତି ଲାଗୁଥିଲା ଯେ ୩୭୫ ନୁହେଁ ୪୭୫ ରନ ଲକ୍ଷ୍ୟ କରୁଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *