ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା! ଟି-୨୦ ମ୍ୟାଚ ପୂର୍ବରୁ ଏହି ଷ୍ଟାର ଖେଳାଳି ବାହାର କରିନେଲେ ନିଜର ନାମ।

IND vs AUS: କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟାର୍କଙ୍କ ପାଖରେ ଅଷ୍ଟ୍ରେଲିଆ ଦ୍ରୁତ ଵୋଲିଙ୍ଗର ଜିମେଦାରୀ ତଥା ସମ୍ପୂର୍ଣ୍ଣ ରୂପେ ଭରସା ଥିଲା କିନ୍ତୁ ସେ କିଛି କାରଣ ପାଇଁ ଟି-୨୦ ସିରିଜରୁ ବାହାରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି ।

Google

 

ସିଡ଼ନି କ୍ରିକେଟ ଗ୍ରାଉଣ୍ଡରେ ଦ୍ୱିତୀୟ ଟି-୨୦ ମ୍ୟାଚ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଲା ବଡ଼ ଝଟକା। ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ସିରିଜରୁ ବାହାରିଗଲେ। ସୂଚନା ମୁତାବକ ଷ୍ଟାର୍କଙ୍କ ପରିବାରର ଏକ ସଦସ୍ୟ ଅସୁସ୍ଥ ଥିବା ଯୋଗୁ ଷ୍ଟାର୍କ ଅଷ୍ଟ୍ରେଲିଆ ସହିତ କୈନବରା ଓ ସିଡ଼ନି ମ୍ୟାଚ ଖେଳିବେ ନାହିଁ। ଅଷ୍ଟ୍ରେଲିଆ ଷ୍ଟାର୍କଙ୍କ ସ୍ଥାନରେ ଏବେ ଯାଏ କୌଣସି ଖେଳାଳୀଙ୍କୁ ବାଛିନାହିଁ।

ଅଷ୍ଟ୍ରେଲିଆ ଟିମ ସହିତ ବ୍ୟାକଅପ ରୂପରେ ଏଣ୍ଡରୁ ଟାଏ ଓ ଡେନିଅଲ ସୈମସ ଉପସ୍ଥିତ ଥିଲେ। ଏହି ଦୁହିଁଙ୍କ ମଧ୍ୟରୁ କୌଣସି ଗୋଟିଏ ଖେଳାଳି ପ୍ଲେଇଙ୍ଗ ଇଲେଭେନରେ ଖେଳିପାରେ। ମିଚେଲ ଷ୍ଟାର୍କ ୧୭ ଡିସେମ୍ବରରୁ ହେବାରୁ ଥିବା ପ୍ରଥମ ଟେଷ୍ଟରେ ସାମିଲ ହେବେ କି ନାହିଁ ଏହି ପ୍ରସଙ୍ଗ ଉପରେ ଏବେ ଯାଏ କିଛି କୁହାଯାଇପାରିବନାହିଁ।

Google

ଶନିବାରକୁ ହିଁ ଷ୍ଟାର୍କ ଅଷ୍ଟ୍ରେଲିଆର ବାୟୋବବୁଲରୁ ଅଲଗା ହୋଇଯାଇଥିଲେ । ଷ୍ଟାର୍କ ଟିମ ମ୍ୟାନେଜମେଣ୍ଟକୁ ନିଜର ପରିବାରର ଏକ ସଦସ୍ୟ ଅସୁସ୍ଥ ହେବା କଥା ଜଣାଇଛନ୍ତି।ଅଷ୍ଟ୍ରେଲିଆ କୋଚ ଜଷ୍ଟିନ ଲେଙ୍ଗର କହିଛନ୍ତି,”ପରିବାର ଠୁ କିଛି ଅଧିକ ମହତ୍ୱପୂର୍ଣ୍ଣ ନୁହେଁ ଓ ଷ୍ଟାର୍କ ଏହି ମାମଲାରୁ କେମିତି ଅଲଗା ହୋଇପାରିବେ”।

ଅଷ୍ଟ୍ରେଲିଆ ଟିମର ବଢ଼ିଲା ଅଶୁବିଧା:-

ଅଷ୍ଟ୍ରେଲିଆ କୋଚ ଲେଙ୍ଗର ଅଶୁବିଧା ସମୟରେ ଷ୍ଟାର୍କଙ୍କୁ ସପୋର୍ଟ କାରିବାକୁ କହିଛନ୍ତି। ସେ କହିଛନ୍ତି,”ଆମେ ଷ୍ଟାର୍କଙ୍କୁ ପୁରା ସପୋର୍ଟ କରିବୁ ଓ ଷ୍ଟାର୍କ ଯେବେବି ଟିମ ସହିତ ପୁନଃ ମିଶିବାକୁ ଚାହିଁବେ ଆମେ ତାଙ୍କୁ ସ୍ବାଗତ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ଅଛୁ”।

Google

କହିରଖିବୁକି ଷ୍ଟାର୍କ ବାହାର ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମ ପୈଣ୍ଟ କମିଙ୍ଗସଙ୍କୁ ଟି-୨୦ ସିରିଜର ବିଶ୍ରାମ ଦେବାକୁ ଫଇସଲା କରିଥିଲା। ଏହା ଛଡା ଡେଭିଡ ୱାନର ଓ ଏଷ୍ଟନ ଏଗର ଆଘାତ ହୋଇ ଟି-୨୦ ସିରିଜରୁ ବାହାର ହୋଇଯାଇଛନ୍ତି। ପ୍ରଥମ ଟି-୨୦ ମ୍ୟାଚରେ ଅଧିନାୟକ ଫିଞ୍ଚ ମଧ୍ୟ ଆଘାତ ହୋଇଯାଇଥିଲେ ଦ୍ୱିତୀୟ ଟି-୨୦ରେ ସେ ବି ଖେଳିବେ କି ନାହିଁ ତାହା ଜଣାପଡ଼ିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *