ଭାରତ ବନାମ ଇଂଲଣ୍ଡ: ଗତ ଏକ ଦଶକରୁ ନିଜ ବଲ ଦ୍ୱାରା ଦୁନିଆ ସାରା ବ୍ୟାଟ୍ସମ୍ୟାନକୁ ଚକମା ଦେଉଥିବା ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଗୁରୁବାର ଅର୍ଥାତ ୨୫ ଫେବୃଆରୀ ୨୦୨୧କୁ ଅହମ୍ମଦାବାଦରେ ୪୦୦ ୱିକେଟ ନେଇଥିବା ବୋଲରଙ୍କ ବିଶିଷ୍ଟ କ୍ଲବରେ ସାମିଲ ହୋଇଗଲେ। ଅଶ୍ଵିନ ଇଂଲଣ୍ଡ ବିରୁଦ୍ଧରେ ୩ୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ପାଳିରେ ଜୋଫ୍ରା ଆର୍ଚରଙ୍କୁ ଆଉଟ କରି ଏହି ଉପଲବ୍ଧି ହାସଲ କଲେ। ଇଶାନ୍ତ ଶର୍ମା ମଧ୍ୟ ଏହି ମ୍ୟାଚକୁ ନିଜ ପାଇଁ ଖାସ କଲେ।

ଅଶ୍ଵିନ ଟେଷ୍ଟ ମ୍ୟାଚରେ ୪୦୦ ୱିକେଟ ନେଇଥିବା ଦୁନିଆର ୧୬ ତମ ଓ ଭାରତର ଚତୁର୍ଥ ବୋଲର ହୋଇଗଲେ। ଭାରତ ତରଫରୁ ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ(୬୧୯),କପିଲ ଦେବ(୪୩୪) ଓ ହରଭଜନ ସିଂହ(୪୧୭) ଏହି ସ୍ଥାନରେ ପହଞ୍ଚିଥିଲେ। ଅଶ୍ଵିନ ସବୁଠାରୁ କମ ଟେଷ୍ଟ ମ୍ୟାଚରେ ୪୦୦ ୱିକେଟ ନେଇଥିବା ଭାରତୀୟ ହୋଇଗଲେ। ସେ ୭୭ତମ ଟେଷ୍ଟ ମ୍ୟାଚରେ ଏହି ଉପଲବ୍ଧି ନିଜ ନାମରେ କରିଛନ୍ତି। ଅଶ୍ଵିନ ମହାନ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କର ରେକର୍ଡ ଭାଙ୍ଗିଲେ। କୁମ୍ବଲେ ନିଜ ୮୫ତମ ଟେଷ୍ଟ ମ୍ୟାଚରେ ୪୦୦ ୱିକେଟର ଅଙ୍କ ସ୍ପର୍ଶ କରିଥିଲେ।
ମୋଟାମୋଟି ଭାବରେ କଥା ହେବା ତ ସବୁଠାରୁ କମ ଟେଷ୍ଟ ମ୍ୟାଚରେ ୪୦୦ ୱିକେଟ ନେଇଥିବା ସୂଚୀରେ ସେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଗଲେ। ଏହି ମାମଲାରେ ପ୍ରଥମ ସ୍ଥାନରେ ଶ୍ରୀଲଙ୍କାର ମୁଥେୟା ମୁରଲୀଧରନ ଅଛନ୍ତି। ମୁରଲୀଧରନ ୭୨ତମ ଟେଷ୍ଟ ମ୍ୟାଚରେ ନିଜ ୪୦୦ତମ ୱିକେଟ ଅକ୍ତିଆର କରିଥିଲେ। ଏହି ମାମଲାରେ ତୃତୀୟ ସ୍ଥାନରେ ସଂଯୁକ୍ତ ରୂପରେ ନ୍ୟୁଜଲ୍ୟାଣ୍ଡ ରିଚାର୍ଡ ହେଡ଼ଲି ଓ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ଅଛନ୍ତି । ହେଡଲି ଓ ଷ୍ଟେନ ୮୦ତମ ମ୍ୟାଚରେ ନିଜ ନିଜର ୪୦୦ ୱିକେଟ ପୂରା କରିଥିଲେ। ଶ୍ରୀଲଙ୍କାର ରଙ୍ଗନା ହେରାଥ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୮୪ତମ ଟେଷ୍ଟରେ ଏହି ଉପଲବ୍ଧି ନିଜ ନାମରେ କରିଥିଲେ।

ଅଶ୍ଵିନ ଷଷ୍ଠ ସ୍ପିନର ଅଟନ୍ତି ଯିଏ ଟେଷ୍ଟ ମ୍ୟାଚରେ ୪୦୦ ୱିକେଟ ନେଇଛନ୍ତି। ତାଙ୍କ ପୂର୍ବରୁ ଏହି ଉପଲବ୍ଧି ହାସଲ କରିଥିବା ସ୍ପିନରଙ୍କ ମଧ୍ୟରେ ମୁଥେୟା ମୁରଲୀଧରନ(୮୦୦),ସେନ ୱାର୍ଣ୍ଣ(୭୦୮),କୁମ୍ବଲେ,ରଙ୍ଗନା ହେରାଥ(୪୩୩)ଓ ହରଭଜନ ସାମିଲ ଅଛନ୍ତି। କୁମ୍ବଲେ ଅଶ୍ଵିନଙ୍କୁ ୪୦୦ ୱିକେଟର କ୍ଲବରେ ସାମିଲ ହେବା ପାଇଁ ଶୁଭେଚ୍ଛା ଦେଲେ। କୁମ୍ବଲେ ଟୁଇଟି କଲେ,’ସାବାସ ଅଶ୍ଵିନ।୪୦୦ ୱିକେଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଶୁଭେଚ୍ଛା। ଅଦ୍ଭୁତ।ଏହି ଶାନଦାର ଉପଲବ୍ଧି ପାଇଁ ଶୁଭେଚ୍ଛା। ଆଗକୁ ବଢିଚାଲ।’
ତାମିଲନାଡୁର ଏହି ସ୍ପିନର ନଭେମ୍ବର ୨୦୧୧ରେ ୱେଷ୍ଟଇନଡିଜ ବିରୁଦ୍ଧରେ ଦିଲ୍ଲୀରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ଓ ତେବେ ଠାରୁ ସେ ଭାରତୀୟ ଦଳର ରେଗୁଲାର ଖେଳାଳି ହୋଇସାରିଛନ୍ତି। ସେ ପାଖାପାଖି ୨୫ର ଔଷତରେ ୱିକେଟ ଅକ୍ତିଆର କରିଛନ୍ତି। ଅଶ୍ବିନ ୨୯ ଥର ପାଳିରେ ୫ କିମ୍ବା ଏହା ଠାରୁ ଅଧିକ ୱିକେଟ ଓ ୭ଥର ମ୍ୟାଚରେ ୧୦ କିମ୍ବା ଏହା ଠାରୁ ଅଧିକ ୱିକେଟ ଅକ୍ତିଆର କରିଛନ୍ତି। ସେ ନିଜ ଭାରତରେ ୪୬ଟି ମ୍ୟାଚରେ ୨୭୭ ଓ ବିଦେଶରେ ୩୧ଟି ମ୍ୟାଚରେ ୧୨୩ଟି ୱିକେଟ ହାସିଲ କରିଛନ୍ତି।

ଉପମହାଦୀପର ଅନୁକୂଳ ପରିସ୍ଥିତିରେ ମଧ୍ୟ ତାଙ୍କ ବୋଲିଂର କରାମତି ଅଛି। ସେ ନିଜ ୩୧୭ ୱିକେଟ ଭାରତ, ଶ୍ରୀଲଙ୍କା ଓ ବାଲାଂଦେଶରେ ଅକ୍ତିଆର କରିଛନ୍ତି। ଅହମ୍ମଦାବାଦ ଭାରତୀୟ ଖେଳାଳୀଙ୍କ ପାଇଁ ରେକର୍ଡ ସ୍ଥଳ ରହିଅଛି।ସୁନୀଲ ଗାଁଭାସ୍କର ଏହିଠାରେ ୧୦,୦୦୦ତମ ଟେଷ୍ଟ ରନ କରିଥିଲେ ଯେବେକି କପିଲ ଦେବ ରିଚାର୍ଡ ହେଡଲିଙ୍କର ସର୍ବାଧିକ ଟେଷ୍ଟ ୱେକେଟର ତତ୍କାଳୀନ ରେକର୍ଡକୁ ଭାଙ୍ଗିଥିଲେ।
ଅଶ୍ଵିନ ଏହି ମ୍ୟାଚରେ ଆର୍ଚରଙ୍କ ପୂର୍ବରୁ ବେନ ଷ୍ଟୋକସଙ୍କୁ ଆଉଟ କରିଥିଲେ। ଷ୍ଟୋକସ ତାଙ୍କର ୬୦୦ତମ ଅନ୍ତଃରାଷ୍ଟ୍ରୀୟ ଶିକାର ହେଲେ। ଅଶ୍ଵିନ ୬୦୦ ଅନ୍ତଃରାଷ୍ଟ୍ରୀୟ ୱିକେଟ ନେଇଥିବା ପଞ୍ଚମ ଭାରତୀୟ ବୋଲର ବନିଗଲେ। ଅଶ୍ଵିନଙ୍କ ପୂର୍ବରୁ ଭାରତର ତରଫରୁ ଅନିଲ କୁମ୍ବଲେ, କପିଲ ଦେବ, ହରଭଜନ ସିଂହ ଓ ଜାହିର ଖାନ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ୬୦୦ କିମ୍ୱା ତା ଠାରୁ ଅଧିକ ୱିକେଟ ନେଇସାରିଛନ୍ତି।

ଇଶାନ୍ତଙ୍କର ଏହା ରହିଲା ଉପଲବ୍ଧି: ଏହି ମ୍ୟାଚରେ ଇଶାନ୍ତ ଶର୍ମା ମଧ୍ୟ ଏକ ଖାସ ଉପଲବ୍ଧି ନିଜ ନାମରେ କଲେ।ଇଶାନ୍ତଙ୍କର ଏହା ୧୦୦ତମ ଟେଷ୍ଟ ଅଟେ। ଏହି ମ୍ୟାଚକୁ ସେ ସ୍ମରଣୀୟ କରିଦେଲେ। ଇଶାନ୍ତ ପ୍ରଥମ ପାଳିରେ ଏକ ଛକା ସହିତ ଅପରାଜିତ ୧୦ ରନ କଲେ। ଇଶାନ୍ତ ୧୯୪ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବା ପରେ ପ୍ରଥମ ଛକା ଲଗାଇଛନ୍ତି। ଇଶାନ୍ତ ଏ ପର୍ଯ୍ୟନ୍ତ ୧୦୦ଟି ଟେଷ୍ଟ,୮୦ଟି ଦିନିକିଆ ଓ ୧୪ଟି ଟି୨୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବାର ନଜର ଆସିଛନ୍ତି। ସେ ୨୬୭୭ ବଲ ଖେଳିବା ପରେ ପ୍ରଥମ ଛକା ଲଗାଇଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।