ଆସିଲା ଅଗଷ୍ଟମାସର ଗାଇଡଲାଇନସ୍, ହେଲା ଭାରି ବଦଳ! ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଆପଣ ଜାଣିଥିବେ ଗତ ଦେଢ଼ ବର୍ଷ ହେବ ସମଗ୍ର ବିଶ୍ୱକୁ କରୋନା କବଳିତ କରିଛି। ଯାହା ଦ୍ୱାରା ଏହାର ପ୍ରଭାବରେ ଦେଶକୁ ଅନେକ କ୍ଷତି ସହିବାକୁ ପଡିଲାଣି। ଦେଶର ଅର୍ଥ ନୀତି ବହୁତ ବର୍ଷ ତଳକୁ ଚାଲିଗଲାଣି। ପ୍ରଥମ ଲହରୀ କମିବା ପରେ ସବୁକିଛି ଠିକ ହୋଇଯାଇଛି ଭାବି ଅନେକ ଲୋକ ଏହାକୁ ଅଣଦେଖା କରିଥିଲେ। ଯାହା ଦ୍ୱାରା ୨୦୨୧ ମଇ ଏପ୍ରିଲ ମାସରୁ ଦେଶରେ କରୋନାର ଦ୍ୱିତୀୟ ଲହରୀ ଆସିଥିଲା ଯାହା ପ୍ରଥମ ଲହରୀ ଅପେକ୍ଷା ଅଧିକ କରାଳ ରୂପ ଧାରଣ କରିଥିଲା। ଏଥିରେ ଅଧିକ ଲୋକ ସଂକ୍ରମଣ ହେବା ସହ ଅଧିକ ଲୋକ ପ୍ରାଣ ହରାଇଥିଲେ।

Google

ଏହାକୁ ଅଟକାଇବା ପାଇଁ ସରକାର ଅନେକ କଡା ଗାଇଡ ଲାଇନ ପାଳନ କରିଥିଲେ। ଏବେ ପରିସ୍ଥିତି ଧୀରେ ଧୀରେ ଠିକ ହେଉଛି। ଯେଉଁଥିପାଇଁ ସରକାର ମଧ୍ୟ ଧୀରେ ଧୀରେ ଗାଇଡଲାଇନରେ କୋହଳ କରୁଛନ୍ତି ତଥାପି କରୋନା ନିୟମ ପାଳନ କରିବା ପାଇଁ କୁହାଯାଇଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ଅଗଷ୍ଟ ମାସରେ କରୋନା ଗାଇଡଲାଇନ। ଏଥିରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ। ଏହି ଗାଇଡ ଲାଇନ ଅଗଷ୍ଟ।୧ ରୁ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହାକୁ ନେଇ ଏସଆରସି ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ବୟାନ।

ପ୍ରତ୍ୟେକ ଦିନ ରାତି ୮ ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରୀରହିବ। ଭୁବନେଶ୍ୱର, କଟକ, ପୁରୀରେ ସଂକ୍ରମଣ ହାର ଅଧିକ ରହିଥିବାରୁ ଏଠାରେ ସପ୍ତାହିକ ସର୍ଟଡାଉନ ଜାରିରହିବ। ଦୋକାନ ବଜାର ସକାଳ ୮ ରୁ ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରହିବ। କଟକ, ପୁରୀ ଓ ଭୁବନେଶ୍ୱରରେ ଶନିବାର ଓ ରବିବାର ଦିନ ସବୁ ଦୋକାନ ବଜାର ବନ୍ଦ ରହିବ। ସବୁ ଧାର୍ମିକ ସମିଳନୀ ଓ ରାଜନୈତିକ ସମ୍ମିଳନୀ ବନ୍ଦ ରହିବ। ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ମଧ୍ୟ ହୋଇପାରିବନି। ସମୁଦ୍ରକୂଳର ପାର୍କ ଖୋଲା ରହିବ କିନ୍ତୁ କରୋନା ଗାଇଡଲାଇନ ମାନିବେ ପର୍ଯ୍ୟଟକ। ଅଳ୍ପ ଲୋକଙ୍କୁ ନେଇ ଖୋଲିବ ମଲ।

Google

ରେଷ୍ଟୁରାଣ୍ଟ ଓ ବାର ମାନ ୫୦% ଲୋକଙ୍କୁ ନେଇ ଖୋଲିବ। ସେହିପରି ସିନେମା ହଲ ମଧ୍ୟ କେବଳ ୫୦% ଲୋକଙ୍କୁ ହିଁ ବସାଇ ପାରିବ। ହଲ ଓ ମଲ ଯାଉଥିବା ପ୍ରାପ୍ତ ବୟସ୍କ ବ୍ୟକ୍ତି କରୋନା ଟୀକା ନେଇଥିବା ସାର୍ଟିଫିକେଟ ସାଙ୍ଗରେ ନେଇ ଯିବାକୁ ପଡିବ। ରାଜ୍ୟରେ ପ୍ରତ୍ୟେକ ବସ କେବଳ ସିଟ ଯେତିକି ସେତିକି ଯାତ୍ରୀଙ୍କୁ ନେଇ ଯାଇପାରିବେ। ଧାର୍ମିକ ପୀଠ ଖୋଲିବକି ନାହିଁ ଏହା ଜିଲ୍ଲାପାଳ ନିସ୍ପତି ନେବେ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ଉପରେ ପ୍ରଶାସନ ନିଷ୍ପତ୍ତି ନେବ। ବିବାହ ଓ ଶବ ସଂସ୍କାର ଉପରେ ପୂର୍ଵ କଟକଣା ଜାରିରହିବ।ନନ୍ଦନକାନନ,ୱାଟରପାର୍କ ଓ ଇଣ୍ଡୋର ଖୋଲିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *