ଶରୀରର ଓଜନ କମେଇବା ପାଇଁ ଏକ ସହଜ ଉପାୟ ନିଜ ଡାଇଟରେ ପରିବର୍ତ୍ତନ ଆଣିବା ଏବଂ ଔଷଧିୟ ପାନକୁ ସାମିଲ କରିବା ଲାଭଦାୟକ ହୋଇପାରେ । ଜୁଆଣି ଓ ତୁଳସୀର ପାନ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରେ । ତୁଳସୀ ଶରୀରର ମୁକ୍ତ ରେଡିକଲ ର କ୍ଷତିକୁ ରୋକିପାରେ । ଏହାର ଫଳାଫଳରେ ଓଜନ କମ ହୋଇପାରେ ।

କିପରି କରିବା ତୁଳସୀ ଓ ଜୁଆଣିର ପାଣି:
ଏକ ଗ୍ଲାସ ପାଣିରେ ଶୁଖିଲା ଗୁଣ୍ଡ ହୋଇଥିବା ଜୁଆଣିକୁ ରାତିରେ ଭିଜାନ୍ତୁ । ପରବର୍ତ୍ତୀ ସକାଳେ, ସେହି ପାଣିକୁ ଏକ କଡେ଼ଇରେ ରଖନ୍ତୁ । କିଛି ତୁଳସୀର ପତ୍ରକୁ ସେଥିରେ ମିଶାଇ ଫୁଟାନ୍ତୁ । ଏବେ ପାଣିକୁ ଏକ ଗ୍ଲାସରେ ଛାଣି ନିଅନ୍ତୁ। ଆପଣଙ୍କ ପାନୀୟ ତିଆରି ହୋଇଗଲା । ଭଲ ରେଜଲ୍ଟ ପାଇଁ ସବୁ ସକାଳେ ଏହି ପାନୀୟର ସେବନ କରିବା ଉଚିତ କିନ୍ତୁ, ଏହି ପାନୀୟକୁ ଅଧିକ ପିଇବାରୁ ବଞ୍ଚନ୍ତୁ କାରଣ ଆପଣଙ୍କ ପାଇଁ କ୍ଷତି କାରକ ହୋଇପାରେ ।
ଓଜନ କମେଇବାରେ ତୁଳସୀ, ଜୁଆଣିର ପାଣି:
ତୁଳସୀ ଶରୀର ପାଇଁ ପ୍ରାକୃତିକ ଔଷଧ ଭଳି କାମ କରେ । ଏହା ସବୁ ହାନିକାରକ ବିଷାକ୍ତ ପଦାର୍ଥକୁ ଶରୀରରୁ ସଫା କରିଥାଏ । ଯାହାର ଫଳାଫଳରେ ଶରୀରର ଓଜନ ହ୍ରାସ କରିବା ପାଇଁ ଉପଯୁକ୍ତ ହୋଇପାରେ । ତୁଳସୀ ପାଚନତନ୍ତ୍ର ପାଇଁ ମଧ୍ୟ ଲାଭଦାୟକ ଅଟେ । ଖରାପ ପାଚନ ଓଜନ ବଢିବାର ପ୍ରମୁଖ କାରଣକୁ ଏକ ଅଟେ । ତୁଳସୀ ପତ୍ରର ଅନ୍ୟ ଫାଇଦା ଛଡା ଶ୍ଵାସ ସମସ୍ୟାର ଚିକିତ୍ସା, ରକ୍ତଚାପକୁ କମ କରିବା, ବିଷାଦକୁ କମେଇବା, କୋଲେଷ୍ଟ୍ରଲର ସ୍ତରକୁ ଠିକ ରଖିବାରେ ସାମିଲ ଅଛି ।

ଯେବେ ଆପଣଙ୍କ ଶରୀରର ମେଟାବୋଲିକ ଦର ଅଧିକ ହୋଇଥାଏ, ତେବେ ଆପଣଙ୍କ ପାଇଁ ଓଜନ କମ କରିବା ଅଧିକ ସହଜ ହୋଇଯାଏ । ଜୁଆଣି ଆପଣଙ୍କର ବିପାକ କ୍ରିୟା ପାଇଁ ଲାଭଦାୟକ ଅଟେ। ଜୁଆଣିରେ ମିଳୁଥିବା ଆଣ୍ଟିଅକ୍ସିଡେଣ୍ଟ ବିଷାକ୍ତ ଜୈବ ପଦାର୍ଥକୁ ବାହାର କରିଥାଏ ।ଏହା ଦ୍ୱାରା ଓଜନ କମ ହେବାରେ ସାହାଯ୍ୟ ମିଳିଥାଏ । ଜୁଆଣି ଶ୍ଵାସର ସମସ୍ୟା ଯେପରି କାଶ ଓ କଫରୁ ମଧ୍ୟ ମୁକ୍ତି ଦେଇଥାଏ ।
ଜୁଆଣି ନାକର ବକୁଳି ସଫା କରିଥାଏ ଓ ନାକ ବନ୍ଦ ସମସ୍ୟା ସହ ସଂଘର୍ଷ କରୁଥିବା ବ୍ୟକ୍ତି ପାଇଁ ନିଶ୍ୱାସ ନେବା ସହଜ କରିଥାଏ । ଆଜ୍ମା, ଗଣ୍ଠିରେ ମଧ୍ୟ ଜୁଆଣିକୁ ଲାଭଦାୟକ ବୋଲି ମାନନ୍ତି । ଏହି କଷ୍ଟ ଓ ଫୁଲାକୁ ହାଲକା କରିବାରେ ସାହାଯ୍ୟ କରିଥାଏ । ନିୟମିତ ଭାବରେ ଏହାର ସେବନ ଦ୍ୱାରା ଗଣ୍ଠି କଷ୍ଟର ଚିକିତ୍ସାରେ ସାହାଯ୍ୟ କରେ । ପ୍ରତିଦିନ ଔଷଧିୟ ପାନର ବ୍ୟବହାର ପୂର୍ବରୁ ଯଦି ଆପଣଙ୍କର ପୁରୁଣା ରୋଗ ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।