ମଜୁରିଆର ପୁଅ ଟିମ ଇଣ୍ଡିଆରେ ହେଲା ସାମିଲ, ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ଆସିବେ ନଜର ।

Worker's son joins Team India will be seen in T20 series against Australia< Indian Cricket, Team India, T-20 Cricket, Nitidina

ଆଇପିଏଲରେ ସନରାଜଜର୍ସ ହାଇଦ୍ରାବାଦର ୟୋର୍କର ବିଶେଷଜ୍ଞ ରୂପରେ ଟି ନଟରାଜନଙ୍କର ବହୁତ ଚର୍ଚ୍ଚା ହୋଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ୱିକେଟ ନେବାପରେ ତାଙ୍କର ନାମ ସମସ୍ତଙ୍କ ମୁହଁରେ ଥିଲା। ବହୁତ ଗରିବ ପରିବାରରୁ ଆସିଥିବା ନଟରାଜନଙ୍କର ଚୟନ ଅଷ୍ଟ୍ରେଲିଆ ସହ ହେବାକୁ ଥିବା ଟି-୨୦ ସିରିଜରେ ହୋଇଛି।

Watch: From a village in Salem to India's T20I squad, T Natarajan's  inspirational cricketing journey
Google

ଟି ନଟରାଜନ ସନରାଇଜର୍ସ ହାଇଦ୍ରାବାଦ ଟିମରେ ଖେଳି ୧୬ ୱିକେଟ ହାସଲ କରିଥିଲେ ଓ ନିଜ ଟିମକୁ ପ୍ଲେଅଫ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ନଟରାଜନଙ୍କର ସୁନ୍ଦର ୟୋର୍କର ସମସ୍ତଙ୍କ ଧ୍ୟାନ ତାଙ୍କ ଆଡ଼କୁ କରିବାକୁ ବାଧ୍ୟ କରିଦେଇଥିଲା। ସେ ଧୋନିଙ୍କ ଭଳି ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଅଶୁବିଧାରେ ପକାଇଥିଲେ।ଶେଷ ଓଭର ମାନଙ୍କରେ ନଟରାଜନ ନିଜ ଟିମ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ଏହି ବର୍ଷ ଆଇପିଏଲରେ ନଟରାଜନ ସବୁଠୁ ଅଧିକ ୟୋର୍କର ପକାଇଛନ୍ତି।

ଟି ନଟରାଜନ ଆଜି ଟିମ ଇଣ୍ଡିଆର ନୂଆ ପୋଷାକରେ ନିଜ ଫଟୋ ଟ୍ୱିଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ସ୍ୱପ୍ନ ଉପରେ ଭରସା ରଖ। ନଟରାଜନ ଟିମ ଇଣ୍ଡିଆରେ ପହଁଚିବା ଏକ ଏକ କଠିନ ସ୍ୱପ୍ନ ସତ ହେବା ଅଟେ।ନଟରାଜନ ତାମିଲନାଡୁର ଏକ ଗରିବ ପରିବାରର ଅଟନ୍ତି।ତାଙ୍କ ମା କାମ କରି ଘର ଚଳାନ୍ତି। ନଟରାଜନ ଟେନିସ ବଲରେ କ୍ରିକେଟ ଖେଳୁଥିଲେ। ତାଙ୍କ ବୋଲିଙ୍ଗ କୋଚ ଜୟପ୍ରକାଶଙ୍କର ନଜର ଏହି ପ୍ରତିଭାଶାଳୀ ବୋଲରଙ୍କ ଉପରେ ପଡ଼ିଲା। ନଟରାଜନଙ୍କୁ ତାମିଲନାଡୁ ପ୍ରିମୀୟର ଲିଗରେ ଖେଳିବାକୁ ମୌକା ମିଳିଲା। ଏହା ପରେ ନଟରାଜନ ପଛକୁ ଚାହିଁନାହାଁନ୍ତି।

Google

ତାମିଲନାଡୁ ପାଇଁ ୯ଟି ଫାଷ୍ଟକ୍ଳାସ ମ୍ୟାଚ ଖେଳି ନଟରାଜନ ୨୭ ୱିକେଟ ନେଇଥିଲେ। ପୂର୍ବ ବର୍ଷ ପଞ୍ଜାବ ତାଙ୍କୁ ୩ କୋଟିର ଭାରି ପଇସାରେ କିଣିଥିଲା କିନ୍ତୁ ଏହି ବର୍ଷ ରିଲିଜ କରିଦେଇଥିଲା। ଏହି ବର୍ଷ ହାଇଦ୍ରାବାଦ ତାଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଥିଲା। ନଟରାଜନଙ୍କ ପାଇଁ ଏହା ଭଲ ସାବ୍ୟସ୍ତ ହେଲା। ନିଜ ଭଲ ପ୍ରଦର୍ଶନ ଦ୍ଵାରା ଟିମକୁ ପ୍ଲେଅଫ ପର୍ଯ୍ୟନ୍ତ ପହଞ୍ଚାଇବା ସହ ନିଜକୁ ମଧ୍ୟ ଟିମ ଇଣ୍ଡିଆରେ ପହଞ୍ଚାଇଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *