ଅଷ୍ଟ୍ରେଲିଆର କୋଚ୍ ଜଷ୍ଟିନ ଲ୍ୟାଂଗର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଶଂସା କଲେ , ତାଙ୍କୁ ଏହି ଧୁରନ୍ଧର ଖେଳାଳି ସହ କଲେ ତୁଳନା।

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ରବିବାରକୁ ଖେଳାଯାଇଥିବା ୨ୟ ଟି୨୦ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଦେଖି ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ଜଷ୍ଟିନ ଲ୍ୟାଙ୍ଗର ବହୁତ ଇମ୍ପ୍ରେସ ହୋଇଇଗଲେ। ହାର୍ଦ୍ଦିକ ୨୨ଟି ବଳରେ ୪୨ ରନ କରି ନିଜ ଟିମକୁ ୬ ୱିକେଟରେ ଜିତାଇବାର ଭୂମିକା ଗରୁତ୍ୱପୂର୍ଣ୍ଣ ଥିଲା। ମ୍ୟାଚ ପରେ ଲ୍ୟାଙ୍ଗର ପାଣ୍ଡ୍ୟାଙ୍କ ପାରିକୁ “ଅବିଶ୍ଵସନୀୟ ପ୍ରଦର୍ଶନ” ବୋଲି କହି ପ୍ରଶଂସା କରିଥିଲେ ଓ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ତୁଳନା କରିଥିଲେ।

Google

ମ୍ୟାଚ ପରେ ଲ୍ୟାଙ୍ଗର ଭରଚୁଆଲ ଭିଡିଓ କନଫେରେନ୍ସ ଜରିଆରେ କହିଲେ କି,”ଏହି ଗେମ ଅବିଶ୍ଵସନୀୟ ପ୍ରଦର୍ଶନ ଥିଲା। ଆମେ ଜାଣିଛୁ ପାଣ୍ଡ୍ୟା କେତେ ଭୟଙ୍କର,ପୂର୍ବରୁ ଏମ୍ଏସଧୋନି ଥିଲେ। ବାସ୍ତବରେ ପାଣ୍ଡ୍ୟା ଭଲ ଖେଳିଲେ ଓ ଏହା ଏକ ଚମତ୍କାର ପାରି ଥିଲା”।

ଅଷ୍ଟ୍ରେଲିଆ କୋଚ୍ କହିଲେ କି “ମତେ ଏକଦା ଲାଗୁଥିଲା କି ପୁରା ମ୍ୟାଚ ଆମ ହାତରେ ଥିଲା। ଆମ ଫିଲ୍ଡିଂ ଭଲ ଥିଲା ହେଲେ ଭାରତ ଖେଳାଳି ଟି ୨୦ ଅନୁଭବୀ ଆମଠୁ ଭଲ ପ୍ରଦର୍ଶନ କରିଥିଲେ।”

ବିରାଟ କୋହଲିଙ୍କ ମଧ୍ୟ କଲେ ତାରିଫ:-

ବିରାଟ କୋହଲି ମଧ୍ୟ ୨୪ ବଲରେ ୪୦ ରନ କରି ମ୍ୟାଚ ଜିତେଇବାରେ ମହତ୍ୱପୂର୍ଣ୍ଣ ଭୁମିକା ଥିଲା। ଲ୍ୟାଙ୍ଗର କିଛି ଅସାଧାରଣ ସର୍ଟ ପାଇଁ ଭାରତୀୟ ଅଧିନାୟକଙ୍କ ପ୍ରଶଂସା କରିଥିଲେ। ଲ୍ୟାଙ୍ଗର କହିଲେ,”ମୁଁ ବର୍ଷ ସାରା କହିଛି ବିରାଟ ସବୁଠାରୁ ଅଧିକ ଭଲ ଖେଳାଳି ଅଟନ୍ତି। ଆଜି କିଛି ଭଲ ସର୍ଟ ଦେଖିବାକୁ ମିଳିଲା ଓ ଓପନିଂ ପାର୍ଟନରସିପ ମଧ୍ୟ ଭଲ ଥିଲା।”

Google

ଲ୍ୟାଙ୍ଗରଙ୍କ ଅନୁସାରେ ତାଙ୍କ ଟିମ ପାଖରେ ଡିଫେଣ୍ଡ କରିବା ପାଇଁ ବହୁତ ରନ ଥିଲା। ଭାରତକୁ ମ୍ୟାଚ ଜିତିବାକୁ ଭଲ ବ୍ୟାଟିଂ କରିବାର ଥିଲା ଓ ଭାରତ ଭଲ ବ୍ୟାଟିଂ ମଧ୍ୟ କଲା।ସେ କହିଲେ ଏହା ଏକ ରୋମାଞ୍ଚକ ଭରା ମ୍ୟାଚ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *