ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ଲଜ୍ୟାଜନକ ରହିଲା। ବ୍ରିସବେନର ଗାବା ଠାରେ କିଛି ଦର୍ଶକ ମହମ୍ମଦ ସିରାଜଙ୍କୁ ଖରାପ ଭାଷାରେ ଗାଳି କଲେ।ସିଡ୍ନୀ ମର୍ଣିଂ ହେରାଲଡ଼ ଖବର ମୁତାବକ,ମହମ୍ମଦ ସିରାଜଙ୍କ ଛଡ଼ା କିଛି ଦର୍ଶକ ୱାସିଂଟନ ସୁନ୍ଦରଙ୍କ ପାଇଁ ମଧ୍ୟ ଅଭଦ୍ର ଭାଷାର ପ୍ରୟୋଗ କରିଥିଲେ। ଏହା ପୂର୍ବରୁ ମଧ୍ୟ ସିଡନୀରେ ଖେଳାଯାଇଥିବା ୩ୟ ଟେଷ୍ଟରେ ସିରାଜଙ୍କୁ ଦର୍ଶକ ଗାଳି କରିଥିଲେ।

କହିରଖିଛୁ କି ସିରାଜଙ୍କ ଏହା ତୃତୀୟ ଟେଷ୍ଟ ଅଟେ ଓ ୱାସିଂଟନଙ୍କ ଏହା ଡେବ୍ୟୁ ମ୍ୟାଚ ଅଟେ। ଅଷ୍ଟ୍ରେଲିଆ ଦର୍ଶକ ସିଡ୍ନୀରେ ହୋଇଥିବା କାମକୁ ଗାବାରେ ମଧ୍ୟ ଦୋହରେଇଛନ୍ତି। ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦର୍ଶକ ମହମ୍ମଦ ସିରାଜ ଓ ୱାସିଂଟନ ସୁନ୍ଦରଙ୍କ ପାଇଁ ଅପଶବ୍ଦର ପ୍ରୟୋଗ କରିଥିଲେ,ଯେତେବେଳେ ସେ ବାଉଣ୍ଡାରୀ ଲାଇନରେ ଜଗିଥିଲେ। ସିଡ୍ନୀ ମର୍ନିଗ ହେରାଲଡ଼ରେ ଦର୍ଶକ ନାମ(କେଟ) ଆଗରେ ଲେଖାଗଲା ମୋ ପଛରେ ବସିଥିବା ଲୋକ (ୱାସିଂଟନ ଓ ସିରାଜ)ଦୁହିଁଙ୍କୁ କିଡା ଡାକୁଛି। ସେ କହିଲେ,”ଏହାର ଆରମ୍ଭ ସିରାଜଙ୍କୁ ଆକ୍ଷେପ କରି କୁହାଯାଇଛି ଓ ଏସସିଜିରେ ଯାହା ହେଲା,ତାହା ଉପରେ ଥିଲା (ଯେଉଁଥିରେ ଦର୍ଶକ କେ ସେରା,ସେରାକି ଉପରେ ସିରାଜ,ସିରାଜକିର ପ୍ରୟୋଗ କରିଥିଲେ।)
ଖବରକାଗଜ ମୁତାବକ କେଟ କହିଲେ,”ହେଲେ ଏଥର ଏହା ସିରାଜ ଥିଲା। ମତେ ସନ୍ଦେହ ଅଛି କି ସିରାଜଙ୍କୁ ଏସସିଜିରେ ହୋଇଥିବା ଘଟଣାର କେନ୍ଦ୍ରିତ କରାଯାଉଛି।”ଖବରକାଗଜ ମୁତାବକ ,”ଥରେ ଜଣେ ଲୋକକୁ ଭିଡରେ ଚିଲେଇବାର ଶୁଣାଗଲା କି “ସିରାଜ,ଗିଭ ଅସ ଏ ବେବ,,ଗିଭ ଅସ ଏ ବେବ,। ସିରାଜ ତୁମେ ପୋକ।
ଏହା ଦ୍ବିତୀୟ ଥର ଅଟେ ଯେବେ ଅଷ୍ଟ୍ରେଲିଆ ଲୋକେ ସିରାଜଙ୍କୁ ଅପଶବ୍ଦ ପ୍ରୟୋଗ କଲେ। ସିଡନିରେ ଖେଳାଯାଇଥିବା ମ୍ୟାଚର ତୃତୀୟ ଦିନରେ କିଛି ଦର୍ଶକ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ ଉପରେ ଖରାପ ଟିପ୍ପଣୀ ଦେଇଥିଲେ। ଚତୁର୍ଥ ଦିନ ମୈଦାନର ସୁରକ୍ଷା କଡାକଡି ହୋଇଥିଲା। ଏହାପରେ ମଧ୍ୟ ସିରାଜଙ୍କ ସହ ଖରାପ ବ୍ୟବହାର ହୋଇଥିଲା।
ଏଥିପାଇଁ ଚତୁର୍ଥ ଦିନ ୧୫ ମିନିଟ ପାଇଁ ଖେଳ ବନ୍ଦ ରହିଥିଲା। ସିରାଜ ଓ ଆଜିଙ୍କ୍ୟ ରାହାଣେ ଅମ୍ପାୟାରଙ୍କୁ ଅଭିଯୋଗ କରିଥିଲେ। ଏହାପରେ ୬ ଦର୍ଶକଙ୍କୁ ପୋଲିସ ବାହାର କରିଦେଇଥିଲା। ବିସିସିଆଇ ମଧ୍ୟ ମ୍ୟାଚ ରେଫରିଙ୍କୁ ଅଭିଯୋଗ ଦେଇଥିଲେ। କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଖରାପ ମନ୍ତବ୍ୟ ଦେଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲା।
ଏଥିରେ ତାଙ୍କୁ ସିଡ୍ନୀ ଗ୍ରାଉଣ୍ଡରୁ ଆଜୀବନ ପ୍ରତିବନ୍ଧିତ କରିବା ମଧ୍ୟ ସାମିଲ ଥିଲା। ଆଇସିସି ମଧ୍ୟ ଏହି ଘଟଣାର ନିନ୍ଦା କରି ସି ଏ କୁ ଏହି ବିଷୟରେ ରିପୋର୍ଟ ମାଗିଥିଲେ। ପୁର୍ବ ଓ ଖେଳୁ ଥିବା ଖେଳାଳି ମଧ୍ୟ ଏହି ଘଟଣାର ନିନ୍ଦା କରିଥିଲେ।ଯେଉଁଥିରେ ବିରାଟ କୋହଲି,ଅଧିନାୟକ ଟିମ ପ୍ୟାନ ଓ କୋଚ୍ ଜଷ୍ଟିନ ଲ୍ୟାଙ୍ଗର ମଧ୍ୟ ଜଡିତ ଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।