IPL ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ବୟାନ। କହିଦେଲେ ଏହି ବଡ଼ କଥା।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କର୍ଟ ମୋରୀସନ ମଙ୍ଗଳବାରକୁ କହିଛନ୍ତି ଆଇପିଏଲରେ ତାଙ୍କ ଦେଶର ଯେଉଁ ଖେଳାଳି ଭାଗ ନେଇଛନ୍ତି ସେମାନେ ସ୍ବଦେଶ ଫରିବା ବେଳେ ନିଜେ ବ୍ୟବସ୍ଥା କରିବେ। ଅଷ୍ଟ୍ରେଲିଆ ଏହା ପୂର୍ବରୁ ଭାରତରେ କରୋନାର ଦ୍ଵିତୀୟ ଲହରୀ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୧୫ ମଇ ପର୍ଯ୍ୟନ୍ତ ଭାରତରୁ ଆସୁଥିବା ଜାହାଜ ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି। ମୋରୀସନ “ଦି ଗାର୍ଜୀଆନ” ନ୍ୟୁଜ ପେପରରେ କହିଛନ୍ତି,”ସେମାନେ ସେଠାରେ ବ୍ୟକ୍ତିଗତ କାମରେ ଯାଇଛନ୍ତି, ଏହା କୌଣସି ଅଷ୍ଟ୍ରେଲିଆର କାମ ନୁହେଁ। ସେ ନିଜ ଇଚ୍ଛାରେ ଯାଇଛନ୍ତି ଏବଂ ନିଜ ବ୍ୟବସ୍ଥାରେ ଓ ମତେ ଆଶା ଅଛି ନିଜ ବ୍ୟବସ୍ଥାରେ ଆସିବେ”।

Google

ଅଷ୍ଟ୍ରେଲିଆର ତିନିଜଣ ଖେଳାଳି ଆଣ୍ଡ୍ରୟୁ ଟାଇ, କେନ ରିଚର୍ଡସନ ଓ ଏଡ଼ମ ଜାମ୍ପା ଭାରତରେ ସ୍ୱାସ୍ଥ୍ୟ ସଙ୍କଟ ବଢୁଥିବାରୁ ଭାରତ ଛାଡିବାର ଫଇସଲା କରିଛନ୍ତି।ଭାରତରେ ପ୍ରତିଦିନ ୩ଲକ୍ଷରୁ ଅଧିକ ଲୋକ ସଂକ୍ରମଣ ହେଉଛନ୍ତି। ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି।ଅଷ୍ଟ୍ରେଲିଆର ୧୪ ଜଣ ଖେଳାଳି ଏବେ ଲିଗରେ ରହିଛନ୍ତି ବୋଲି ଜଣା ଯାଇଛି।ତାଙ୍କ ଛଡା କୋଚ ରିଙ୍କି ପଏଣ୍ଟିଙ୍ଗ, ସାଇମନ କ୍ୟାଟିଚ କମେଣ୍ଟଟର ମ୍ୟାଥୟୁ ହେଡେନ,ବ୍ରେଟ ଲି, ମାଇକଲ ସ୍ଲେଟର ଓ ଲିଜା ଷ୍ଟାଲେକର ବି ଏଠାରେ ରହିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ କ୍ରିସ ଲିନ ଅଷ୍ଟ୍ରେଲିଆକୁ ଆଇପିଏଲ ସରିବାପରେ ଖେଳାଳି ମାନଙ୍କୁ ସ୍ବଦେଶ ନେବା ପାଇଁ ଖାସ ବିମାନ ବ୍ୟବସ୍ଥା କରିବା ପାଇଁ ଆଗ୍ରହ କରିଥିଲେ। ଆଇପିଏଲର ଲିଗ ମ୍ୟାଚ ୨୩ ମଇକୁ ଶେଷ ହେବ ଯେବେକି ଫାଇନାଲ ୩୦ ମଇକୁ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ବୋଲି ଜଣା ଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ଏବେ ଏହି ମାମଲାରେ ଆହୁରି ଅପେକ୍ଷା କରିବାର ଫଇସଲା କରିଛନ୍ତି।

Google

କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ କ୍ରିକେଟ ସଂଘ ନିଯୁକ୍ତ ବୟାନରେ କହିବାର ନଜର ଆସିଛନ୍ତି କି ସେ ଆଇପିଏଲରେ ଥିବା ନିଜ ଖେଳାଳି , କୋଚ ଓ କମେଣ୍ଟଟରଙ୍କ ସମ୍ପର୍କରେ ଅଛନ୍ତି ଓ ପରିସ୍ଥିତି ଉପରେ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି କି,”ଆମେ ଭାରତରେ ଥିବା ଆମ ଲୋକଙ୍କ ଠୁ ଲଗାତର ଫିଡ଼ବ୍ୟାକ ନେବୁ ଓ ଅଷ୍ଟ୍ରେଲିଆ ସରକାରଙ୍କୁ ଜଣାଇବୁ। ଏହି କଠିନ ସମୟରେ ଆମର ସଂମ୍ବେଦନା ଭାରତ ସହ ଅଛି “।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *