୨ୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ଶକ୍ତ ଝଟକା, ଏହି ଦୁଇ ଷ୍ଟାର ଖେଳାଳି ଦ୍ଵିତୀୟ ମ୍ୟାଚରୁ ହେଲେ ବାହାର।

ଅଷ୍ଟ୍ରେଲିଆର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଡେଭିଡ ୱାରନର ଓ ଦ୍ରୁତ ବୋଲର ସିନ ଆଵର୍ଟ ଦ୍ଵିତୀୟ ଟେଷ୍ଟ ମ୍ୟାଚରୁ ବାହାର ହୋଇଯାଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୬ ଡିସେମ୍ବରରେ ମେଲବର୍ଣ୍ଣ ଠାରେ ଦ୍ଵିତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ ଅଷ୍ଟ୍ରେଲିଆ କହିଛି କୋଭିଡ ୧୯ କ୍ୱାରେଣ୍ଟିନ ପ୍ରତିବନ୍ଧ ଓ ଆହତ ଯୋଗୁଁ ଡେଭିଡ ୱାରନର ଓ ଆବର୍ଟ ଭାରତ ବିପକ୍ଷ ଦ୍ଵିତୀୟ ଟେଷ୍ଟର ଅଂଶ ରହିବେ ନାହିଁ।କହିରଖୁଛୁ କି ଆବର୍ଟ ଓ ଡେଭିଡ ୱାରଣରଙ୍କୁ ୧୭ ଜଣିଆ ଟିମ ମଧ୍ୟରେ ସାମିଲ କରାଯାଇଥିଲା। ହେଲେ ଆହତ କାରଣରୁ ଦୁଇ ଖେଳାଳି ଏଡିଲେଡ଼ରେ ଖେଳିନଥିଲେ।ୱାରନର ଗ୍ରୋଇନ ଓ ଆବର୍ଟ ପିଣ୍ଡଳୀ ଆହତ ସମସ୍ୟାରେ ଅଛନ୍ତି। ନିକଟରେ ହିଁ ଦୁଇ ଖେଳାଳି ସିଡନୀରେ କୋରୋନା ଭାଇରସ କେସ ବଢିବା ପରେ ମେଲବର୍ଣ ଆସିଥିଲେ।

Google

କ୍ରିକେଟ ଅଷ୍ଟ୍ରେଲିଆ ବୟାନ ଜାରି କରି କହିଛି କି ଡେଭିଡ ୱାରନର ଓ ସୀନ ଆବର୍ଟ ଆହତ ସମସ୍ୟାରୁ ବାହାରିବା ପାଇଁ ସିଡ୍ନୀରେ ବାୟୋ ସେକ୍ଟର ହବରୁ ବାହାରକୁ ସମୟ ବିତେଇଛନ୍ତି। ବୟାନରେ କୁହାଗଲା କି ,”ଏନଏସଡ଼ବ୍ଲ୍ୟୁ ହେଲଥ ଦ୍ୱାରା କୁହାଯାଇଥିବା ବିଶିଷ୍ଟ ହର୍ଟସ୍ପର୍ଟରୁ ଦୁଇ ଖେଳାଳି ବାହାର ହେବା ବଦଳରେ କ୍ରିକେଟ ଅଷ୍ଟ୍ରେଲିଆ ନିଜ ବାୟୋ ସିକ୍ୟୁରିଟି ପ୍ରୋଟୋକଲ ମୁତାବକ ତାଙ୍କୁ ବକ୍ସିଂ ଡେ ଟେଷ୍ଟରେ ଟିମରେ ସାମିଲ କରାଯାଉନାହିଁ।”

ଅଷ୍ଟ୍ରେଲିଆ ସାମ୍ନାରେ ମଧ୍ୟ ଓପନିଂ ଯୋଡି ସମସ୍ୟା:

ଭାରତ ଭଳି ଅଷ୍ଟ୍ରେଲିଆ ମଧ୍ୟ ଓପନିଂ ଯୋଡି ସମସ୍ୟା ସହ ଯୋଡି ହୋଇ ରହିଛି। ଡେଭିଡ ୱାରନରଙ୍କ ଆହତ ପରେ ଏହା ଠିକ ହୋଇଥିଲା କି ଯୁବ ଖେଳାଳି ବିଲ ପୁକୋବସକି ପ୍ରଥମ ଟେଷ୍ଟରେ ଜୋ ବର୍ନ୍ସ ସହ ଓପନିଂ କରିବେ। ହେଲେ ପୁକୋବସ୍କି ମଧ୍ୟ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚରେ ଆହତ ହୋଇଥିଲେ। କାର୍ତିକ ତ୍ୟାଗୀଙ୍କ ବାଉଁସର ବଲ ତାଙ୍କ ମୁଣ୍ଡରେ ବାଜିଥିଲା। ତାଙ୍କୁ ଏବେ ମଧ୍ୟ ମୁଣ୍ଡ ଘୁରାଉଛି।

Google

ଏଡିଲେଡ଼ ଟେଷ୍ଟରେ ମ୍ୟାଥୟୁ ୱେଡ଼ ଜୋ ବର୍ନ୍ସଙ୍କ ସହ ଓପନିଂ କରିଥିଲେ। ୱେଡ଼ ପ୍ରଥମ ପାଳିରେ ୮ ଓ ଦ୍ଵିତୀୟ ପାଳିରେ ୩୩ ରନ କଲେ । ଦ୍ଵିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ଲେଇଂ ଇଲେଭେନ ତରଫରୁ କୌଣସି ବଦଳ ପରିଦର୍ଶିତ ହେଉନାହିଁ। କ୍ରିକେଟ ଅଷ୍ଟ୍ରେଲିଆ କହିଛି କି ଡେଭିଡ ୱାରନର ଓ ସୀନ ଆବର୍ଟଙ୍କ ପାଇଁ କୌଣସି ଅତିରିକ୍ତ ଖେଳାଳି ଟିମରେ ସାମିଲ ହେବେ ନାହିଁ। ସିଡ୍ନୀ ଟେଷ୍ଟରେ ଡେଭିଡ ୱାରନରଙ୍କ ଖେଳିବାର ଚାନ୍ସ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *