ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ବିରାଟ କୋହଲି ଖେଳିବେକି ନାହିଁ ସଂଦେହ, ଜାନୁଆରୀରେ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି।

ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ଟେଷ୍ଟ ମ୍ୟାଚ ରୁ ଶେଷ ଦୁଇଟିରେ ଖେଳିନପାରନ୍ତି କାରଣ ଜାନୁଆରୀରେ ସେ ବାପା ହେବାକୁ ଯାଉଛନ୍ତି।
ବିରାଟ କୋହଲି ଟିମରୁ ବାହାରିବା ଦ୍ଵାରା ଲୋକେସ ରାହୁଲଙ୍କୁ ମଧ୍ୟକ୍ରମରେ ଜାଗା ମିଳିପାରେ। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଜାନୁଆରୀରେ ମା ହେବାକୁ ଯାଉଛନ୍ତି।
କୋହଲିଙ୍କ ଯୋଜନା ଉପରେ ଏବେ ପର୍ଯ୍ୟନ୍ତ ଅଧିକାରୀକ ଅନୁସାରେ କିଛି କୁହାଯାଇନାହିଁ କିନ୍ତୁ ଭାରତୀୟ କ୍ରିକେଟ ବୋର୍ଡ (BCCI) କହିଛି କି ଆଶା କରାଯାଉଛି କି କୋହଲି ୧୭ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଦୁଇଟି ଟେଷ୍ଟ ପରେ ବାପା ହେବା କାରଣରୁ ଖେଳରୁ ନାମ ଫେରାଇନେଇ ପାରନ୍ତି।
ଏହି ବରିଷ୍ଠ ଅଧିକାରୀ କହିଛନ୍ତି,”ବିସିସିଆଇ ସର୍ବଦା ପରିବାରକୁ ପ୍ରାର୍ଥମିକତା ଦେଇଆସିଛି। ଏଥିପାଇଁ ଯଦି ଅଧିନାୟକ ବାପା ହେବା ପାଇଁ ଯଦି ଦୁଇଟି ଟେଷ୍ଟ ମ୍ୟାଚ ରୁ ଓହରିବାକୁ ଚାହିଁବେ ଏହା ଉପଲବ୍ଧ ଅଛି”।
ବିସିସିଆଇ ଅନେକ ବର୍ଷରୁ ଖେଳାଳୀମାନେ ବାପା ହେବା ପାଇଁ ଛୁଟି ମଞ୍ଜୁର କରିଛି। ଏହା ଭାରତର ଅଧିନାୟକ ଓ ଦୁନିଆର ନମ୍ବର ୧ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଲଗା ନୁହେଁ।
ସୂତ୍ର କହୁଛି,”ସାମାନ୍ୟ ସ୍ଥିତିରେ ପିଲା ହେବା ପରେ ଫେରିଆସିପାରନ୍ତି। ଏହା ପାଇଁ ଗୋଟିଏ ଟେଷ୍ଟ ହିଁ ବାହାରେ ରହିବାକୁ ହେବ କିନ୍ତୁ କୋଭିଡ଼-୧୯ କାରଣରୁ ୧୪ ଦିନ କୁଆରେଣ୍ଟାଇନ ପାରେ ପୁଣି ଟିମକୁ ଆସିବା କଷ୍ଟ ହେବ।ଏପରି ପରିସ୍ଥିତିରେ ଲୋକେସ ରାହୁଲଙ୍କୁ ମଧ୍ୟକ୍ରମରେ ମୌକା ମିଳିପାରେ।

ସମ୍ଭାବନା ଅଛି କି ରୋହିତ ଶର୍ମା ଟେଷ୍ଟ ମ୍ୟାଚ ପୂର୍ବରୁ ପୁରା ଠିକ ହେଇଯାଆନ୍ତୁ। ଟିମରେ ଓପନର ରୂପରେ ମୟଙ୍କ ଅଗ୍ରୱାଲ ଓ ପୃଥୀ ସ୍ୱ ଉପସ୍ଥିତ ଅଛିନ୍ତି। ଏପରି ପରିସ୍ଥିତିରେ ଟିମକୁ ମଧ୍ୟକ୍ରମରେ କୋହଲିଙ୍କ କମି ଅଜୁଭଵ ହେବ।
ବିସିସିଆଇ ଭାରତୀୟ ଟିମ ସହିତ ୧୧ ନଭେମ୍ବରକୁ ରୋହିତ ଶର୍ମାଙ୍କୁ ବି ଅଷ୍ଟ୍ରେଲିଆ ପଠାଇପାରେ। ମୁମ୍ବାଇ ଇଂଣ୍ଡିଆନ୍ସ ପକ୍ଷରୁ ପଡ଼ିଆକୁ ଓଲ୍ହାଇବା ପରେ ରୋହିତ ଶର୍ମା ଙ୍କ ସୁସ୍ଥତାକୁ ନେଇ ବିସିସିଆଇର ସମ୍ଭାବନା ବଢିଯାଇଛି।ସୀମିତ ଓଭରରେ ଭାରତୀୟ ଉପ ଅଧିନାୟକ ବାକି ଟିମ ସହିତ ଅଷ୍ଟ୍ରେଲିଆ ପାଇଁ ଚାର୍ଚ୍ଚର୍ଡ଼ ଫ୍ଲାଇଟରେ ବସିପାରନ୍ତି।
ସୂତ୍ର କହୁଛି,”ଏହି ବିଷୟରେ ଜଲ୍ଦି ନିଷ୍ପତି ନିଆଯିବ। ଏହା ଠିକ ହେବ କି ରୋହିତ ଶର୍ମା ଟିମ ସହିତ ରୁହନ୍ତୁ ଓ ଫିଜିଓ ନିତିନ ପଟେଲ ଓ ଟ୍ରେନର ନିକ ବେବଙ୍କ ନଜରରେ ରହି ନିଜର ଫିଟନେସ ଉପରେ କାମ କରନ୍ତୁ।
ଯଦି ଆବଶ୍ୟକ ପଡିବ ତ ୨୭ ନଭେମ୍ବରକୁ ଆରମ୍ଭ ହେବାକୁ ଥିବା ଏକଦିବସିୟ ମ୍ୟାଚରୁ ରୋହିତଙ୍କୁ ବାହାରେ ରଖାଯାଇପାରେ ଓ ସେ ଟି-୨୦ ମ୍ୟାଚରେ ଫେରିପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।