ରିଷଭ ପନ୍ତଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତରେ ଏକଦିବସିୟ ଓ ଟି-୨୦ ଟିମରେ କଣ ପାଇଁ ମିଳିଲା ନାହିଁ ସ୍ଥାନ, ଜାଣନ୍ତୁ ଏହାର କାରଣ ।

ଭାରତୀୟ କ୍ରିକେଟ ଟିମକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବାର ଅଛି ଓ ଏଥିପାଇଁ ଏକଦିବସିୟ, ଟି-୨୦ ଓ ଟେଷ୍ଟ ଟିମର ଘୋଷଣା ସୋମବାରକୁ କରିଦିଆଯାଇଛି। ଏହି ଗ୍ରସ୍ତରେ ରିଷଭ ପନ୍ତଙ୍କୁ ଏକଦିବସିୟ ଓ ଟି-୨୦ ଟିମରେ ଜାଗା ମିଳିନାହିଁ କିନ୍ତୁ ସେ ଟେଷ୍ଟ ଟିମରେ ଅଛନ୍ତି। ଟିମ ଇଣ୍ଡିଆ ଆଇପିଏଲ ୨୦୨୦ ସରିବା ପରେ ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଗ୍ରସ୍ତରେ ବହାରିପଡିବ।

Google

ରିଷଭ ପନ୍ତ ବି ଏହି ସମୟରେ ୟୁଏଇରେ ଅଛନ୍ତି ଓ ସେ ମଧ୍ୟ ଆଇପିଏଲ ସରିବା ପରେ ଇଣ୍ଡିଆ ଟିମ ସହିତ ଅଷ୍ଟ୍ରେଲିଆ ଯିବେ। ଏବେ ରିଷଭ ପନ୍ତଙ୍କୁ ଏକଦିବସିୟ ଓ ଟି-୨୦ ଟିମରେ କଣ ପାଇଁ ଜାଗା ମିଳିନାହିଁ ଏହାକୁ ନେଇ ଭାରତୀୟ କ୍ରିକେଟ ଟିମର ପୂର୍ଵ ଖେଳାଳି ଓ କମେଣ୍ଟଟେଟର ଆକାଶ ଚୋପ୍ରା ନିଜ ୟୁଟୁବ ଚ୍ୟାନେଲରେ କହିଛନ୍ତି, ରିଷଭ ପନ୍ତ ନିରାଶ କରୁଛନ୍ତି କାରଣ ଆପଣ ତାଙ୍କ ଠୁ କିଛି ଆଶା କରିଛନ୍ତି। ଆଇପିଏଲରେ ଏକ ମ୍ୟାଚରେ ଶ୍ରେୟର୍ସ ଆୟର ଓ ରିଷଭ ପନ୍ତଙ୍କୁ ଭିତରେ ଏକ ପାର୍ଟନରସିପ ହୋଇଥିଲା ଯେଉଁଥିରେ ଶ୍ରେୟର୍ସ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ରିଷଭ ପନ୍ତ ମାରିବାକୁ ଚେଷ୍ଟା କରୁନଥିଲେ।ଏହା ଦେଖି ଏପରି ଲାଗୁଥିଲା ଯେପରି ତାଙ୍କ ଫୋର୍ମ ତାଙ୍କୁ ଠୁ ବହୁତ ଦୂରରେ ଅଛି।

ଆକାଶ ଚୋପ୍ରା ଆଗକୁ କହିଛନ୍ତି ଇଏ ସେହି ରିଷଭ ପନ୍ତ ନୁହଁନ୍ତି ଯାହାପାଇଁ ସେ ଜଣାଯାଆନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ଏହି ବର୍ଷ ଭଲ ନାହିଁ। ତାଙ୍କ ଆଭରେଜଭଲ ହୋଇପାରେ କିନ୍ତୁ ବଲ କୁ ମାରିବାର ତାଙ୍କ ଯେଉଁ କ୍ଷମତା ତାହା ଦେଖାଯାଉନାହିଁ।ଯଦି ଏପରି ହୁଏ ତେବେ ସେ ସଫଳ ହେବେନାହିଁ। ରିଷଭ ପନ୍ତ ୮ ଟି ମ୍ୟାଚରେ ୩୧ ଆଭରେଜରେ ୨୧୭ ରନ କରିଛନ୍ତି। ଯେବେକି ତାଙ୍କ ଷ୍ଟ୍ରାଇକ ରେଟ ନିରାଶ କରିବା ଭଳି ଅଟେ। ଯାହା ମାତ୍ର ୧୧୭.୨୯ ଅଟେ।

Google

ରିଷଭ ପନ୍ତ ଏବେ ପର୍ଯ୍ୟନ୍ତ ଆଇପିଏଲରେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରିନାହାଁନ୍ତି କିନ୍ତୁ ସେ ଦିଲ୍ଲୀ ତରଫରୁ ଅନ୍ୟ ମ୍ୟାଚ ସବୁ ଖେଳିବେ ଏହା ପୁରା ନିଶ୍ଚିତ। ଦିଲ୍ଲୀ ଏବେ ପର୍ଯ୍ୟନ୍ତ ଆଇପିଏଲ ୨୦୨୦ ରେ ମୋଟ ୧୨ ଟି ମ୍ୟାଚରୁ ୫ଟି ହାରିଛି ଓ ୭ଟି ମ୍ୟାଚ ଜିତିଛି । ଏହି ଟିମ ଏବେ ପର୍ଯ୍ୟନ୍ତ ୧୪ ଅଙ୍କ ହାସଲ କରିଛି ଓ ଅଙ୍କ ତାଲିକାରେ ଏବେ ତୃତୀୟ ସ୍ଥାନରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *